
ଦିୟାରବାକିର( ତୁର୍କୀ): ରାସ୍ତାରେ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପେଭମେଣ୍ଟ ହଠାତ ଧସିଯିବାରୁ କେମିତି ଦୁଇ ଜଣ ମହିଳା ଗଭୀର ଖାତ ମଧ୍ୟକୁ ଖସି ପଡ଼ୁଛନ୍ତି, ତା’ର ଏକ ସିସିଟିଭି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଘଟଣାଟି ତୁର୍କୀ ଦିୟାରବାକିର୍ ସହର୍ରେ ଘଟିଛି। ଭିଡିଓରେ ରାସ୍ତା ଧସି କେମିତି ବଡ଼ ଖାତ ବା sinkhole ସୃଷ୍ଟି ହେଉଛି ଏବଂ ମହିଳା ଦ୍ୱୟ କେମିତି ତା’ ମଧ୍ୟକୁ ଖସି ପଡ଼ୁଛନ୍ତି, ତା’ର ପୂରା ଭିଡିଓ ରହିଛି।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଭିଡିଓରେ ଥିବା ଦୁଇ ମହିଳା ହେଉଛନ୍ତି, ଡା.ସୁଜାନ କୁଡେୟ ବାଲିକ ଓ ନର୍ସ ଓଜଲେମ ଦୁୟାମାଜ। ଏମାନେ ବେଶ ହସ ଖୁସିରେ ପରସ୍ପର ସହ କଥା ହୋଇ ଆସୁଥିଲେ। ବୁଧବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଛି।
ଏମାନେ ରାସ୍ତା କଡ଼ ଫୁଟପାଥ ବା ପେଭମେଣ୍ଟରେ ପରସ୍ପର ସହ କଥା ହୋଇ ଆସୁଥିବା ବେଳେ ହଠାତ୍ ଅଟକି ଯାଇଥିଲେ। ସେଠାରେ କିଛି ସମୟ ଉଭୟ ହସଖୁସିରେ କଥା ହେଉଥିବା ବେଳେ ହଠାତ୍ ତାଙ୍କ ପାଦ ତଳ ଫୁଟପାଥ ଧସି ଯାଇଥିଲା। ଫଳରେ ଏମାନେ ସୃଷ୍ଟି ହୋଇଥିବା ବିରାଟ୍ ଗାତ ମଧ୍ୟରେ ଖସି ପଡ଼ିଥିଲେ ଏବଂ ରାସ୍ତାର ଧ୍ୱଂସାବଶେଷ ତଳେ ସେମାନେ ଦବି ଯାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଲୋକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି।
ତେବେ ସୌଭାଗ୍ୟବଶତଃ ଉଭୟ ମହିଳା ସୁରକ୍ଷିତ ଗାତ ମଧ୍ୟରୁ ଉଦ୍ଧାର ହୋଇଛନ୍ତି। ଏବେ ତୁର୍କୀ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି।
ଦେଖନ୍ତୁ ଭିଡିଓ:
from Odisha Reporter https://ift.tt/2RiGSwq
No comments:
Post a Comment