
କଟକ (ଓଡ଼ିଶା ରିପୋର୍ଟର): ବାକି ପଇସା ପଇଠ କରିବାରେ ବିଳମ୍ୱ ହେବାରୁ ରୋଗୀକୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଉ ଏହାକୁ ନେଇ କଟକରେ ଏକ ନର୍ସିଂହୋମରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ନର୍ସିଂହୋମରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
ପାରିବାରିକ ଗଣ୍ଡଗୋଳ ଯୋଗୁ କଟକ ଜିଲ୍ଲା ଶିଖରପୁର ଅଞ୍ଚଳର ସୁଭଦ୍ରା ମହାନ୍ତି ଗତ ୫ ତାରିଖରେ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଜ୍ରକବାଟୀ ରୋଡ୍ରେ ଥିବା ଏକ ନର୍ସିଂହୋମ୍ରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସୁଭଦ୍ରାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଥିଲା।
ଗତକାଲି ସୁଭଦ୍ରା ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ଇତି ମଧ୍ୟ ମେଡ଼ିସିନ୍ ବାବଦକୁ ୮୦,୦୦୦ ଟଙ୍କା ବିଲ୍ ହୋଇଥିଲା। ସେହି ଅର୍ଥ ପୈଠ କରିବାକୁ ମେଡ଼ିକାଲ୍ କର୍ତ୍ତୃପକ୍ଷ ସୁଭଦ୍ରାଙ୍କ ପରିବାରକୁ କହିଥିଲେ। ମାତ୍ର ଟଙ୍କା ଜମା କରିବାରେ ବିଳମ୍ୱ ହେବାରୁ ରୋଗୀଙ୍କୁ ଔଷଧ ଦେବା ବନ୍ଦ କରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଆଜି ସକାଳେ ସୁଭଦ୍ରାଙ୍କ ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।
ଏହି ଖବର ପ୍ରଚାରିତ ହେବା ପରେ ନର୍ସିଂହୋମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ନର୍ସିଂହୋମରେ ପଶି ଭଙ୍ଗା ରୁଜା କରିଥିଲେ। ଏପରିକି ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ୁନଥିଲେ। ବୁଝାଶୁଝା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏନେଇ ନର୍ସିଂହୋମ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
from Odisha Reporter https://ift.tt/2PF5Ntr
No comments:
Post a Comment