୭୮ ବିଜେପି ବିଧାୟକଙ୍କୁ ଟିକେଟ୍ ନ ଦେବାକୁ ଆର୍‌ଏସ୍‌ଏସ୍‌ର ପରାମର୍ଶ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

୭୮ ବିଜେପି ବିଧାୟକଙ୍କୁ ଟିକେଟ୍ ନ ଦେବାକୁ ଆର୍‌ଏସ୍‌ଏସ୍‌ର ପରାମର୍ଶ!

shivraj

ଭୋପାଲ: ଆସନ୍ତା ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରଦେଶର ୭୮ ଜଣ ବିଜେପି ବିଧାୟକଙ୍କୁ ଟିକେଟ୍ ନ ଦେବା ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସଂଘ (ଆର୍‌ଏସ୍‌ଏସ୍‌) ବିଜେପିକୁ କହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଆଉ ଛଅ ସପ୍ତାହ ପରେ ରାଜ୍ୟରେ ଭୋଟ୍ ହେବାକୁ ଥିବା ବେଳେ ଆର୍‌ଏସ୍‌ଏସ୍‌ର ଏଭଳି ପରାମର୍ଶ ବିଜେପିକୁ ଚିନ୍ତାରେ ପକାଇ ଦେଇଛି।

ଏହା ବି ଶୁଣିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧନିରୁ ନ ଲଢ଼ି ଭୋପାଲର ଗୋବିନ୍ଦପୁରା ଆସନରୁ ଲଢ଼ନ୍ତୁ ବୋଲି ଆର୍‌ଏସ୍‌ଏସ୍ ପରାମର୍ଶ ଦେଇଛି। ଗୋବିନ୍ଦାପୁରା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌର (୮୮) ଆଠ ଥର ନିର୍ବାଚନ ଜିତିଥିଲେ।

ତେବେ ଆର୍‌ଏସ୍‌ଏସ୍‌ର ଏଭଳି ପରାମର୍ଶ ସଂପର୍କରେ କୌଣସି ବିଜେପି ନେତା କିଛି କହୁ ନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆର୍‌ଏସ୍‌ଏସ୍‌ ମତ ଦେଇଛି ଯେ ଏହି ୭୮ ବିଧାୟକଙ୍କ ପ୍ରଦର୍ଶନ ଭଲ ନାହିଁ। ଏ ବିଷୟରେ କୁଆଡ଼େ ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକରେ ବି ଆଲୋଚନା ହୋଇଛି। ଏଥିରେ ଜିତିବା ଦକ୍ଷତା ଥିବା ନେତାଙ୍କୁ ଟିକେଟ୍ ଦିଆଯିବ ବୋଲି ଆଲୋଚନା ହୋଇଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ହରାଇବା ପାଇଁ କଂଗ୍ରେସ ଜଣେ ଶକ୍ତିଶାଳୀ ନେତାଙ୍କୁ ତାଙ୍କ ବିପକ୍ଷରେ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ବୁଧନି ବଦଳରେ ଭୋପାଲର ଗୋବିନ୍ଦପୁରା ଆସନରୁ ପ୍ରାର୍ଥୀ ହେବା ପ୍ରସ୍ତାବକୁ ଅନେକ ବିଜେପି ନେତା ଗ୍ରହଣ କରିପାରି ନାହାନ୍ତି। ସେମାନଙ୍କ ଯୁକ୍ତି ହେଉଛି ବୁଧନି ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳ। ତାଙ୍କୁ ସେଠାରୁ ପ୍ରାର୍ଥୀ ନ ହେଲେ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ହୋଇଯିବେ।

ସୂଚନାଯୋଗ୍ୟ, ନଭେମ୍ବର ୨୮ ତାରିଖରେ ମଧ୍ୟ ପ୍ରଦେଶରେ ଭୋଟ୍ ଗ୍ରହଣ ହେବ।
ସୌଜନ୍ୟ- ଦ ଟାଇମ୍ସ ଅଫ୍ ଇଣ୍ଡିଆ



from Odisha Reporter https://ift.tt/2S3r81s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages