ପ୍ରଥମ ‘କର୍‌ୱା ଚୌଥ୍‌’ ପାଳିଲେ ବିରୁଷ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ପ୍ରଥମ ‘କର୍‌ୱା ଚୌଥ୍‌’ ପାଳିଲେ ବିରୁଷ୍କା

ମୁମ୍ବାଇ: ଦେଶର ଜଣାଶୁଣା ସେଲିବ୍ରିଟି ଯୋଡ଼ି, କ୍ରିକେଟ୍‌ ରନ୍‌ ମେସିନ୍‌ ତଥା ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ୍‌ କୋହଲି ଏବଂ ପତ୍ନୀ ତଥା ବଲିଉଡ୍‌ ଟପ୍‌ ଷ୍ଟାର୍‌ ଅନୁଷ୍କା ଶର୍ମା (‘ବିରୁଷ୍କା’) ନିଜ ବିବାହ ପରର ପ୍ରଥମ ‘କର୍‌ୱା ଚୌଥ୍’ ପାଳନ କରିଛନ୍ତି। ଗତବର୍ଷ (୨୦୧୭) ବିବାହ  କରିଥିବା ଏହି ସେଲିବ୍ରିଟି କପଲ୍‌ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ନେ ସେମାନଙ୍କ ବୈବାହିକ ଜୀବନର ଏହି ପ୍ରଥମ ‘କର୍‌ୱା ଚୌଥ୍’ ପାଳିବା ପାଇଁ ଏକାଠି ହୋଇଥିଲେ।

ଅନୁଷ୍କା ଏହାର ଫଟୋ ସୋଶାଲ୍‌ ମିଡିଆରେ ଶେୟାର୍‌ କରିଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ଅନୁଷ୍କା ନିଜ ପୋଷ୍ଟ୍‌ରେ ପତିଦେବ କୋହଲିଙ୍କୁ ନିଜ ଚନ୍ଦ୍ର, ସୂର୍ଯ୍ୟ ଓ ତାରା ବୋଲି ଉଲ୍ଲେଖ କରିବା ସହଲ ସମସ୍ତଙ୍କ ‘କର୍‌ୱା ଚୌଥ୍’ର ଶୁଭକାମନା ଜଣାଇଛନ୍ତି।

ସେହିପରି ବିଟାଟ୍‌ ମଧ୍ୟ ଏହାର ପ୍ରତ୍ୟୁତ୍ତରରେ ନିଜ ପୋଷ୍ଟ୍‌ରେ ଅନୁଷ୍କାଙ୍କୁ ନିଜ ଜୀବନ ଓ ନିଜ ପୃଥିବୀ ବୋଲି କହିଛନ୍ତି।

ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ ହୋଇଥିବା ଏହି ଫଟୋରେ ବିରାଟ୍‌ କଳା କୁର୍ତ୍ତା ଓ ଧଳା ପାଇଜାମା ଏବଂ ଅନୁଷ୍କାକୁ ହଳଦିଆ ଶାଢ଼ୀରେ ଦେଖିବାକୁ ମିଳିଛି। ।

 



from Odisha Reporter https://ift.tt/2qbhaOO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages