ସୁସ୍ମିତା ସେନ୍‌ଙ୍କ ଜୀବନରେ ଏଣ୍ଟ୍ରି କରିଛନ୍ତି ଏହି ଯୁବକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ସୁସ୍ମିତା ସେନ୍‌ଙ୍କ ଜୀବନରେ ଏଣ୍ଟ୍ରି କରିଛନ୍ତି ଏହି ଯୁବକ!

susmita

ମୁମ୍ବାଇ: ପୂର୍ବତନ ମିସ୍‌ ୟୁନିଭର୍ସ୍‌ ସୁସ୍ମିତା ସେନ୍‌ଙ୍କ ଜୀବନରେ ପୁଣି ଜଣେ ପୁରୁଷଙ୍କର ଏଣ୍ଟ୍ରି ହୋଇଥିବା ଚର୍ଚ୍ଚା ହେଉଛି। ଗତ କିଛିଦିନ ଧରି ସୁସ୍ମିତାଙ୍କୁ ଏହି ଯୁବକଙ୍କ ସହ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି।

ତେବେ ସୁସ୍ମିତାଙ୍କ ଜୀବନରେ ଏଣ୍ଟ୍ରି ମାରିଥିବା ଏହି ଯୁବକ ହେଉଛନ୍ତି ମଡେଲ୍‌ ରୋହମାନ୍‌ ଶ’। ରୋହମାନ୍‌ ସୁସ୍ମିତାଙ୍କ ଠାରୁ ବୟସରେ ପ୍ରାୟ ୧୫ ବର୍ଷ ସାନ।

susରିପୋର୍ଟ ମୁତାବକ, ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍‌ ଏବେ ରୋହମାନ୍‌ଙ୍କୁ ଡେଟ୍‌ କରୁଛନ୍ତି। ନିକଟରେ ରୋହମାନ୍‌ଙ୍କୁ ସୁସ୍ମିତାଙ୍କ ସହ ମୁମ୍ବାଇ ଫ୍ୟାଶନ୍‌ ୱିକ୍‌ରେ ଦେଖିବାକୁ ମିଳିଥିଲା। ସୁସ୍ମିତା ରାମ୍ପ୍‌ରେ ଚାଲୁଥିବା ବେଳେ ରୋହମାନ୍‌ ସୁସ୍ମିତାଙ୍କ ଦୁଇ ଝିଅଙ୍କ ସହ ଦର୍ଶକ ଗ୍ୟାଲେରୀରେ ବସି ତାଙ୍କୁ ଉତ୍ସାହିତ କରୁଥିଲେ।

susssssକିଛିଦିନ ତଳେ ସୁସ୍ମିତାଙ୍କୁ ରୋହମାନ୍‌ଙ୍କ ସହ ଏୟାରପୋର୍ଟରେ ବି ଠାବ କରାଯାଇଥିଲା। ଦୁହିଁଙ୍କୁ ଏବେ ପ୍ରାୟ ସବୁ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥିବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ, ‘ବନ୍ଧୁତା’ରୁ ଆହୁରି  ନିବିଡ଼ ହୋଇଥିବା କୁହାଯାଉଛି। ଏପରିକି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କୁହାଯାଉଛି।

ନିଜ ଠାରୁ ପ୍ରାୟ ୧୦ ବର୍ଷ ସାନ ବୟଫ୍ରେଣ୍ଡ୍‌ ନିକ୍‌ ଜୋନସ୍‌ଙ୍କ ସହ ପୂର୍ବତନ ମିସ୍ ୱାର୍ଲ୍‌ଡ୍‌ ତଥା ବଲିଉଡ୍ ‘ଦେଶୀ ଗାର୍ଲ୍‌’ ପ୍ରିୟଙ୍କା ଚୋପ୍ରାଙ୍କ ନିର୍ବନ୍ଧ ଶେଷ ହୋଇଥିବାବେଳେ ସୁସ୍ମିତା ୧୫ ବର୍ଷ ସାନ ବୟଫ୍ରେଣ୍ଡ୍‌ଙ୍କୁ ବାଛି ଏକ୍ଷେତ୍ରରେ ଆଉ ଦୁଇ ପାଦ ଆଗେଇ ଯାଇଥିବା ଚର୍ଚ୍ଚା ହେଉଛି।

ଏବେ ଫିଲ୍ମ ଦୁନିଆରୁ ଦୂରରେ ଥିବା ସୁସ୍ମିତା ସୋଶାଲ୍‌ ମିଡିଆରେ କିନ୍ତୁ ଖୁବ୍‌ ଆକ୍ଟିଭ୍‌। ନିଜ ଫିଟ୍‌ନେସ୍‌ର ଭିଡିଓ ଶେୟାର କରି ସେ ଅନେକ ସମୟରେ ଚର୍ଚ୍ଚାର ଥା’ନ୍ତି।



from Odisha Reporter https://ift.tt/2QRON3m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages