
ୱାଶିଂଟନ୍: ଏବେ ଦେଶରେ #MeToo ଝଡ଼ ସୃଷ୍ଟି ହୋଇଛି। “ମି ଟୁ” ଅଭିଯାନ ଜରିଆରେ ବିଭିନ୍ନ କ୍ଷେତ୍ରରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାମାନେ ମୁହଁ ଖୋଲିବାରେ ଲାଗିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀଠାରୁ ଆରମ୍ଭ କରି ମିଡିଆ ଓ ନ୍ୟାୟପାଳିକାରେ ମଧ୍ୟ କ୍ଷମତା ବା ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତିମାନେ କେଉଁଭଳି ଭାବେ ମହିଳାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବାର ସ୍ଵପ୍ନ ଦେଖାଇ ବା ସର୍ତ୍ତ ରଖି ସେମାନଙ୍କୁ ଯୌନ ଶୋଷଣର ଶିକାର ବନାନ୍ତି, ତା’ର କାହାଣୀ ଏବେ “ମି ଟୁ” ଅଭିଯାନ ଜରିଆରେ ସାମ୍ନାକୁ ଆସୁଛି।
ତେବେ ଏହି “ମି ଟୁ” ଅଭିଯାନ କିଏ ଓ କେବେ ଆରମ୍ଭ କରିଥିଲେ? ଆସନ୍ତୁ ଜାଣିବା ଏହାର ଇତିହାସ
୨୦୦୬ ମସିହାରେ ନ୍ୟୁୟର୍କରେ ରହୁଥିବା ଆଫ୍ରିକା-ଆମେରିକା ସିଭିଲ୍ ରାଇଟ୍ସ ସାମାଜିକ କର୍ମୀ ତାରନା ବୁରକେ ହିଁ ପ୍ରଥମେ “ମି ଟୁ” ଅଭିଯାନ ଆରମ୍ଭ କରିଥିଲେ। କର୍ମକ୍ଷେତ୍ରରେ ତଥା ସମାଜରେ ଯୌନ ନିର୍ଯାତନାର ଶିକାର ହେଉଥିବା ମହିଳାମାନଙ୍କୁ ନ୍ୟାୟ ଓ ସୁରକ୍ଷା ଦେବା ପାଇଁ ସେ ଏଭଳି “ମି ଟୁ” ଅଭିଯାନ ଆରମ୍ଭ କରିଥିଲେ। ୧୩ ବର୍ଷ ତଳେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଜଣେ ମହିଳାଙ୍କ ସହ ଆଲୋଚନା କରିବା ପରେ ବୁରକେ ଏପରି କରିବେ ବୋଲି ଚିନ୍ତା କରିଥିଲେ। ସେବେଠାରୁ ସେ ମହିଳାମାନଙ୍କୁ ସହଯୋଗ କରି ଆସୁଛନ୍ତି। ଏଥିପାଇଁ ତାଙ୍କୁ ୨୦୧୭ରେ “ଟାଇମ୍ସ ପର୍ସନ ଅଫ ଦି ଇୟର” ପୁରସ୍କାର ମଧ୍ୟ ମିଳିଥିଲା।
ସେ “ମି ଟୁ” ଅଭିଯାନ ଆରମ୍ଭ କରିବାର କିଛି କ୍ଷଣ ମଧ୍ୟରେ ୫୦୦ ଜଣ ଟ୍ୱିଟର ବ୍ୟବହାରକାରୀ ଏହାକୁ ପ୍ରଚାର କରିବା ଆରମ୍ଭ କରିଥିଲେ। ତେବେ ଅଭିନେତ୍ରୀ ଆଲିୟାସ ମିଲାନୋ ଏହି “ମି ଟୁ” ଅଭିଯାନକୁ ସମର୍ଥନ କରି ଟ୍ୱିଟ୍ କରିବା ପରେ ସାରା ବିଶ୍ୱରେ ଚହଳ ସୃଷ୍ଟି ହୋଇଥିଲା। ୨୦୦୬ରେ ଏହା ଆରମ୍ଭ ହୋଇଥିଲେ ହେଁ ୨ ବର୍ଷ ତଳେ ଏହା ଅଧିକ ଲୋକପ୍ରିୟ ହୋଇଥିଲା। ଏବେ ଏହା ବ୍ୟାପକ ହୋଇଛି।
from Odisha Reporter https://ift.tt/2Oq8FOm
No comments:
Post a Comment