କ୍ୟାମେରାରେ କଏଦ ହେଲା ନକ୍ସଲଙ୍କ ଲ୍ୟାଣ୍ଡ୍‌ ମାଇନ୍ ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

କ୍ୟାମେରାରେ କଏଦ ହେଲା ନକ୍ସଲଙ୍କ ଲ୍ୟାଣ୍ଡ୍‌ ମାଇନ୍ ବିସ୍ଫୋରଣ

explosion

ମାଲକାନଗିରି (ଓଡ଼ିଶା ରିପୋର୍ଟର): ନକ୍ସଲଙ୍କ ଲ୍ୟାଣ୍ଡ୍‌ ମାଇନ୍ ବିସ୍ଫୋରଣର ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଘଟଣାସ୍ଥଳ ନିକଟରେ ଲାଗିଥିବା ସିସିଟିଭିରୁ ଏହି ଫୁଟେଜ୍ ମିଳିଛି।

ଅକ୍ଟୋବର ୨୭ ତାରିଖରେ ଛତିଶଗଡ଼ର ବିଜାପୁରରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଏହି ଆକ୍ରମଣ କରିଥିଲେ। ଏଥିରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଆଣ୍ଟି ଲ୍ୟାଣ୍ଡମାଇନ୍ ଗାଡ଼ି ଧ୍ୱଂସ ହୋଇ ଯାଇଥିଲା ଓ ୪ ଯବାନ ସହିଦ ହୋଇଥିଲେ।

ଏଠାରେ ଦେଖନ୍ତୁ ବିସ୍ଫୋରଣ ସମୟର ଦୃଶ୍ୟ। ଦେଖନ୍ତୁ କେତେ ଭୟଙ୍କର ଥିଲା ଏହି ବିସ୍ଫୋରଣ। ଆଣ୍ଟି ଲ୍ୟାଣ୍ଡମାଇନ୍ ପାଖାପାଖି ୧୦୦ ଫୁଟ୍ ଉପରକୁ ଉଠି ଛିଟିକି ପଡ଼ିଥିଲା।

ଯବାନମାନେ ଆଣ୍ଟି ଲ୍ୟାଣ୍ଡମାଇନ୍ ଗାଡ଼ିରେ ମାଓ ଦମନ ଅପରେସନ୍ ପାଇଁ ଯାଉଥିବା ବେଳେ ନକ୍ସଲଙ୍କ ଆକ୍ରମଣର ଶିକାର ହୋଇଥିଲେ।

ସୂଚନାଯୋଗ୍ୟ, ଏହି ଘଟଣାର ତିନି ଦିନ ପରେ ଅର୍ଥାତ୍ ଅକ୍ଟୋବର ୩୦ ତାରିଖରେ ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲଙ୍କ ଆକ୍ରମଣରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍‌ ଏବଂ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/2PAv9vL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages