ପର୍ଣ୍ଣ ୱେବ୍‌ସାଇଟ୍‌ ବ୍ୟାନ୍‌ ହେବାପରେ କମ୍ପାନୀସବୁ ଆପଣାଇଲେ ଏହି ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ପର୍ଣ୍ଣ ୱେବ୍‌ସାଇଟ୍‌ ବ୍ୟାନ୍‌ ହେବାପରେ କମ୍ପାନୀସବୁ ଆପଣାଇଲେ ଏହି ଉପାୟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ରାୟ ପରେ ଗତ କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲା ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ୍‌ (ଡିଓଟି) ଏବଂ ଇଣ୍ଟରନେଟ୍‌ ସର୍ଭିସ୍‌ ପ୍ରୋଭାଇଡରର୍ସ (ଆଇଏସ୍‌ପି)ମାନେ ପର୍ଣ୍ଣ ୱେବ୍‌ସାଇଟ୍‌ଗୁଡ଼ିକୁ ବ୍ୟାନ୍‌ କରିବେ। ଭାରତରେ ଲୋକପ୍ରିୟ ଏଭଳି ୮୦୦ ୱେବ୍‌ସାଇଟ୍‌ର ତାଲିକା କରାଯାଇଥିଲା ଏବଂ ଏହି କ୍ରମରେ ଜିଓ ପ୍ରଥମେ କଟକଣା ଲାଗୁ କରିବାକୁ ଅଣ୍ଟା ଭିଡ଼ିଥିଲା।

କିନ୍ତୁ ସରକାର ଏବଂ ଟେଲିକମ୍‌ କମ୍ପାନୀ ବା ଆଇଏସ୍‌ପିଗୁଡ଼ିକ ଡାଳେଡାଳେ ଯାଉଥିବା ସମୟରେ ଏହିଭଳି ୱେବ୍‌ସାଇଟ୍‌ଗୁଡ଼ିକ ପତରେ ପତରେ ଯିବାଭଳି ହୋଇଛି। ପ୍ରଥମରୁ ଲୋକମାନେ ବ୍ଲକ୍‌ ହୋଇଥିବା ସାଇଟ୍‌ଗୁଡ଼ିକ ଭର୍ଚୁଆଲ ପ୍ରାଇଭେଟ୍‌ ନେଟ୍‌ୱର୍କ ଜରିଆରେ ଅଶ୍ଲୀଳ ଭିଡିଓ ଚିତ୍ର ସବୁ ଦେଖିବାର ଇଛା ପୂରଣ କରିପାରୁଥିଲେ। କିନ୍ତୁ ଏପରି ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ବର୍ତ୍ତମାନ ଆହୁରି ଚାଲାକ ହୋଇଗଲେଣି।

ସୂଚନାଯୋଗ୍ୟ ଯେ ଏହି ସାଇଟ୍‌ଗୁଡ଼ିକ ବିଷୟବସ୍ତୁ ଆଧାରରେ ବା ବିଭାଗୀକରଣ କରି ବନ୍ଦ କରାଯାଇନାହିଁ, ବରଂ ମାନ୍ୟୁଆଲି ଡୋମେନ୍‌ ନାମ ଅନୁସାରେ କରାଯାଇଛି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ଚାଲାକ୍‌ ପର୍ଣ୍ଣ ୱେବ୍‌ସାଇଟ୍‌ଗୁଡ଼ିକ ସେହି ୱେବ୍‌ସାଇଟ୍‌ ଭଳି ଆଉ ଏକ ଡୋମେନ୍‌ରେ ସମାନ ବିଷୟବସ୍ତୁ ଯୋଗାଇଦେଉଛନ୍ତି। ଏଭଳି ସମ୍ଭବ ହେଛି ‘ମିରର୍ ସାଇଟ୍‌’ ମାଧ୍ୟମରେ। ଅର୍ଥାତ ପୂର୍ବରୁ ଯଦି କିଛିବି.com ଥିଲା, ବର୍ତ୍ତମାନ କିଛିବି.net ନାମରେ ନୂତନ ସାଇଟ୍‌ ଖୋଲିଦିଆଯାଉଛି। ପ୍ରଥମେ ଲୋକପ୍ରିୟ ୱେବ୍‌ସାଇଟ୍‌ ପର୍ଣ୍ଣହବ୍‌ ଏଭଳି ଚାଲାକି କରିଛି।

ହେରାଡୁନ୍‌ରେ ଘଟିଥିବା ଏକ ଦୁଷ୍କର୍ମ ଘଟଣାରୁ ଜଣାପଡ଼ିଥିଲା କିଛି ସ୍କୁଲ ପିଲା ପର୍ଣ୍ଣ ଭିଡିଓ ଦେଖି ପ୍ରଭାବିତ ହୋଇଥିବା ଅଭିଯୋଗ ହେବାପରେ ଉତ୍ତରାଖଣ୍ଡ ହାଇକୋର୍ଟ ଏସବୁକୁ ବ୍ୟାନ୍‌ କରିବାକୁ ରାୟ ଦେଇଥିଲେ। ୨୦୧୫ ମସିହାରେ ମଧ୍ୟ ଡିଓଟି ୮୦୦ଟି ୱେବ୍‌ସାଇଟ୍‌କୁ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଆମେରିକାରେ ବ୍ୟାନ୍‌ ହୋଇଥିବା ପର୍ଣ୍ଣହବ୍‌ ମଧ୍ୟ ସାମିଲ ଥିଲା। ବର୍ତ୍ତମାନ ଏସବୁର ମୂଳୋତ୍ପାଟନ ପାଇଁ ବିଭାଗ କ’ଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।



from Odisha Reporter https://ift.tt/2EWPuHI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages