ମୃତ୍ୟୁ ପୂର୍ବରୁ ରାବଣ ଏହି ୭ଟି କାମ କରିବାକୁ ଚାହୁଁଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ମୃତ୍ୟୁ ପୂର୍ବରୁ ରାବଣ ଏହି ୭ଟି କାମ କରିବାକୁ ଚାହୁଁଥିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ବିଜୟାଦଶମୀ। ଏହି ଦିନ ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିଲା। ଭଗବାନ ଶ୍ରୀ ରାମଙ୍କ ହାତରେ ନିହତ ହୋଇଥିଲା ଅସୁର ରାଜ ରାବଣ। ଦେବତାଙ୍କୁ ଯୁଦ୍ଧରେ ପରାଜିତ କରି ପାରୁଥିବା ରାବଣ ମହାଜ୍ଞାନୀ ଏବଂ ମହାପଣ୍ଡିତ ଥିଲା। କିନ୍ତୁ ରାବଣର ସବୁଠାରୁ ବଡ଼ ଦୁର୍ବଳତା ଥିଲା, ସେ ନିଜ ବଳ ଓ ଜ୍ଞାନର ଅହଂକାର ଧରି ବସିଥିଲା। ଈଶ୍ୱର ତିଆରି କରିଥିବା ନିୟମରେ ସେ ପରିବର୍ତ୍ତନ ଆଣିବାକୁ ଚାହୁଁଥିଲା।

ଯଦି ରାବଣ ଅଧିକ କିଛି ବର୍ଷ ଜୀବିତ ରହିଥାନ୍ତା, ତେବେ ସେ ନିଜର ଏହି ୭ଟି ଅଧୂରା ଇଚ୍ଛା ପୂରଣ କରିବାରେ ସମର୍ଥ ହୋଇଥାନ୍ତା । ଏହି ଇଚ୍ଛା ପାଇଁ ସାରା ଦୁନିଆରେ ଏକ ବିରାଟ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ରହିଥିଲା।

ଆସନ୍ତୁ ଜାଣିବା ମୃତ୍ୟୁ ପୂର୍ବରୁ ରାବଣ କେଉଁ ୭ଟି ଇଚ୍ଛାକୁ ପୂରଣ କରିବାକୁ ଚାହୁଁଥିଲା।

– ରାବଣ ସ୍ୱର୍ଗକୁ ଯିବା ପାଇଁ ସିଡି ବା ନିଶୁଣୀ ତିଆରି କରିବାକୁ ଚାହୁଁଥିଲା। ଏମିତିକି ସେ ଚାହୁଁଥିଲା ପ୍ରତ୍ୟେକ ବ୍ୟକ୍ତି ସ୍ୱର୍ଗ ଯାଆନ୍ତୁ। ଏଥିପାଇଁ ସେ ସ୍ୱର୍ଗକୁ ସିଡି ତିଆରି କରିବାର କାର୍ଯ୍ୟ ଆରମ୍ଭ କରି ସାରିଥିଲା କିନ୍ତୁ ଏହା ପୂର୍ବରୁ ଭଗବାନ ରାମଙ୍କ ହାତରେ ରାବଣର ମୃତ୍ୟୁ ହୋଇଥିଲା।
– ରାବଣର ଦ୍ୱିତୀୟ ସ୍ୱପ୍ନ ଥିଲା ଯେ, ସେ ସମୁଦ୍ରର ପାଣିକୁ ମିଠା କରିଦେବ। ରାବଣକୁ ଏହା ଜଣା ଥିଲା ଯେ, ପୃଥିବୀରେ ପିଇବା ପାଣି ବହୁତ୍‌ କମ୍ ରହିଛି। ପାଣିର ସମସ୍ୟା ଦୂର କରିବା ପାଇଁ ସେ ଏପରି ଚାହୁଁଥିଲା।
– ତୃତୀୟ ଇଚ୍ଛା ଅନୁସାରେ ରାବଣ, ସୁନାରେ ସୁଗନ୍ଧ ଭରିବାକୁ ଚାହୁଁଥିଲା। ଏହାର କାରଣ ରାବଣକୁ ସୁନା ଅତ୍ୟଧିକ ପ୍ରିୟ ଥିଲା ଏବଂ ସେ ଲଙ୍କାକୁ ମଧ୍ୟ ସମ୍ପୂର୍ଣ୍ଣ ସୁନାରେ ନିର୍ମାଣ କରିଥିଲା। ସୁନାରେ ଗନ୍ଧ ରହିବା ଦ୍ୱାରା ସୁନା ଖୋଜିବା ସହଜ ହୋଇପାରିବ ବୋଲି ରାବଣ ବିଶ୍ୱାସ କରୁଥିଲା।
– ରାବଣର ରଙ୍ଗ କଳା ଥିଲା। ଏଥିପାଇଁ ସେ ରଙ୍ଗଭେଦକୁ ଶେଷ କରିବା ପାଇଁ ଚାହୁଁଥିଲା। ସମସ୍ତଙ୍କ ଦେହର ରଙ୍ଗ ଗୋଟିଏ ହେଉ ବୋଲି ତା’ର ଇଚ୍ଛା ଥିଲା।
– ଏହା ସହିତ ରାବଣ ରକ୍ତର ରଙ୍ଗକୁ ମଧ୍ୟ ଧଳା କରିବାକୁ ଚାହୁଁଥିଲା। ଏହା ଦ୍ୱାରା ସେ ଯାହାକୁ ମୃତ୍ୟୁ ଦଣ୍ଡ ଦେବ,ତାହା ଜଣାପଡ଼ିବ ନାହିଁ।
– ରାବଣର ଷଷ୍ଠ ଇଚ୍ଛା ଅନୁସାରେ ସେ ମଦକୁ ଗନ୍ଧହୀନ କରିବାକୁ ଚାହୁଁଥିଲା। ଯାହାଦ୍ୱାରା ସବୁ ଲୋକ ଏହାକୁ ପିଇବା ପରେ ଆନନ୍ଦ ନେଇପାରିବେ।
୭. ଶେଷ ଇଚ୍ଛା ଅନୁସାରେ, ରାବଣ ଚାହୁଁଥିଲା ଯେ, ସାରା ସଂସାର ଭଗବାନଙ୍କ ପୂଜା ବନ୍ଦ କରି କେବଳ ତାକୁ ପୂଜା କରୁ। କିନ୍ତୁ ଏହି ସ୍ୱପ୍ନ ରାବଣର ମୃତ୍ୟୁ ସହିତ ଶେଷ ହୋଇ ଯାଇଥିଲା।



from Odisha Reporter https://ift.tt/2RYYZIN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages