
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍ଲି ଓ ବର୍ଷା ପରେ ଆସିଥିବା ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍ଫୁଟ୍ ସବ୍ସିଡ୍ ମିଳିବ। ଆଜି ଏନେଇ ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗକୁ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି।
ରିପୋର୍ଟ ଆଧାରରେ ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡ୍ ଦିଆଯିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ମିଳିବ। ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ମିଳିବ। ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଇନ୍ପୁଟ୍ ସବ୍ସିଡ୍ ଦିଆଯାଇ ପାରିବ ବୋଲି ଯୁଗ୍ମ ରିଲିଫ୍ କମିଶନର ମହାପାତ୍ର କହିଛନ୍ତି।
from Odisha Reporter https://ift.tt/2yr9lJh
No comments:
Post a Comment