
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ଝିଅମାନଙ୍କର ଅତି ପସନ୍ଦର କସ୍ମେଟିକ୍ ବ୍ରାଣ୍ଡ୍ ହେଉଛି ଆମ୍ୱେ। ଆମେରିକାର ଏହି କମ୍ପାନୀ ବିଶ୍ୱର ଏକ ବୃହତ ଡାଇରେକ୍ଟ ସେଲର୍ ହୋଇଥିବା ବେଳେ ହେଲ୍ଥ କେୟାର ଏବଂ ନ୍ୟୁଟ୍ରିଶନ ପ୍ରଡକ୍ଟ କ୍ଷେତ୍ରରେ ମଧ୍ୟ ସକ୍ରିୟ ରହିଛି। ୧୯୫୯ ମସିହାରୁ ଦୀର୍ଘ ୬ ଦଶନ୍ଧି ଧରି ନିଜର ବ୍ରାଣ୍ଡ୍ ନେମ୍ର ସୁଖ୍ୟାତିକୁ ବଜାୟ ରଖିଥିବା ଏହି କମ୍ପାନୀ ପ୍ରଥମ ଥର ପାଇଁ ଏହାର ଗ୍ଲୋବାଲ ସିଇଓ ପଦରେ ଜଣେ ଭାରତୀୟଙ୍କୁ ନିଯୁକ୍ତି ପ୍ରଦାନ କରିଛି। ତାଙ୍କ ନାଁ ହେଉଛି ମିଲିନ୍ଦ ପନ୍ତ।
ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀର ଏହି ସର୍ବୋଚ୍ଚ ପଦରେ ମାଲିକଙ୍କ ପରିବାରର ସଦସ୍ୟମାନେ ହିଁ ରହି ଆସିଥିବା ବେଳେ ପ୍ରଥମ ଥର ପାଇଁ ପରିବାର ବାହାରୁ ଜଣେ ବ୍ୟକ୍ତିଙ୍କୁ ଏହି ମର୍ଯ୍ୟାଦା ମିଳିବା କିଛି କମ କଥା ନୁହେଁ ଏବଂ ସେ ପୁଣି ଭାରତୀୟ। ଏହା ପୂର୍ବରୁ ପନ୍ତ ‘ପିଜ୍ଜା ହଟ୍ ଇଣ୍ଟରନ୍ୟାଶନାଲ୍’ର ସଭାପତି ଥିଲେ। ତା ପୂର୍ବରୁ ଦୀର୍ଘ ୧୪ ବର୍ଷ ଧରି ଦେଶର ପ୍ରମୁଖ ଏଫ୍ଏମସିଜି ବ୍ରାଣ୍ଡ୍ ୟୁନିଲିଭର୍ରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଆମ୍ୱେର ଗ୍ଲୋବାଲ ସିଇଓ ଭାବେ ମିଲିନ୍ଦ ପନ୍ତ୨୦୧୯ ଜାନୁୟାରୀରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି କମ୍ପାନୀ ପ୍ରକାଶ କରିଛି।
from Odisha Reporter https://ift.tt/2OUk3l0
No comments:
Post a Comment