
ମୁମ୍ବାଇ (ଓଡ଼ିଶା ରିପୋର୍ଟର): ‘କୁଇନ୍’ ଫିଲ୍ମ ନିର୍ଦ୍ଦେଶକ ବିକାଶ ବହଲ୍ଙ୍କ ବିରୋଧରେ ‘କୁଇନ୍’ର ଅଭିନେତ୍ରୀ କଙ୍ଗନା ରାଣାୱତ୍ #MeToo ଅଭିଯୋଗ ଆଣିବା ପରେ ଏହି ପ୍ରସଙ୍ଗରେ କ୍ୟାଟ୍ ଫାଇଟ୍କୁ ଓହ୍ଲାଇଛନ୍ତି ବିକାଶଙ୍କ ପୂର୍ବତନ ପତ୍ନୀ ରିଚା ଦୁବେ। ବହଲ୍ଙ୍କ ନାମରେ ଫାଣ୍ଟମ୍ ଫିଲ୍ମସ୍ର ପୂର୍ବତନ କର୍ମଚାରୀ ତଥା ଅଭିନେତ୍ରୀ ନୟନୀ ଦୀକ୍ଷିତ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।
ରିଚା ଦୁବେ ଆଜି ଟ୍ୱିଟ୍ କରି କଙ୍ଗନାଙ୍କୁ ପ୍ରଶ୍ନ କରିଛନ୍ତି, ବହଲ୍ଙ୍କ ଆପତ୍ତିଜନକ ବ୍ୟବହାର ପରେ କଙ୍ଗନା ତାଙ୍କ ସହିତ ଏତେ ଦିନ ଧରି ବନ୍ଧୁତା କେମିତି ରଖିଥିଲେ। ସେ ଏଥିରେ ଆହୁରି ଲେଖିଛନ୍ତି, ‘ବର୍ତ୍ତମାନ କଙ୍ଗନା ସୀମା ସରହଦ୍ ପାର କରିଗଲେଣି। ତାଙ୍କର ଅଭିଯୋଗ #MeToo ନୁହେଁ Meme ପରି ଲାଗୁଛି। ଯଦି ଗୋଟିଏ ଲୋକ ସହିତ ଆପଣ ଅସହଜ ଅନୁଭବ କରୁଛନ୍ତି ଏବଂ ସେ ଆପଣଙ୍କୁ ଆପତ୍ତିଜନକଭାବେ ସ୍ପର୍ଶ କରୁଛନ୍ତି ତା ସହିତ ଆପଣ ଏତେ ବଢ଼ିଆ ଦୋସ୍ତି କେମିତି ଜମାଇ ପାରିବେ?’
ରିଚା ଏକଥା ମଧ୍ୟ କହିଛନ୍ତି, “ଏଭଳି ଲୋକ ସହିତ ନିଶ୍ଚୟ ଜଣେ ସମ୍ପର୍କ କାଟି ଦେବେ କିମ୍ବା କମ୍ ଦେଖା ସାକ୍ଷାତ କରିବେ। ଯଦି ଆପଣ ଏସବୁ ପରେ ମଧ୍ୟ ମଦ ଆସରରେ ବା ଡିନରରେ ତାଙ୍କ ସହ ଭେଟ ହେଉଛନ୍ତି, ତାହାଲେ ସ୍ପଷ୍ଟ ଆପଣ ତାଙ୍କ ସହିତ କାମ କରିବାକୁ ଚାହୁଁଛନ୍ତି କାରଣ ତାଙ୍କୁ ନିଶ୍ଚୟ ଭଲ କାମ ଜଣାଥିବ।”
This is gone beyond tolerance now ! Do not misuse #metoo #fairchance #vikasbahl pic.twitter.com/YfMFlOOaPu
— richa dubey (@richviks) October 12, 2018
from Odisha Reporter https://ift.tt/2QNGfdI
No comments:
Post a Comment