
ୱାଶିଂଟନ୍ (ଓଡ଼ିଶା ରିପୋର୍ଟର)- ଗତକାଲି ଭେଷଜରେ ନୋବେଲ ପୁରସ୍କାର ଘୋଷଣା ହେବାପରେ ଆଜି ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର ପାଇଁ ଚୟନ କରାଯାଇଛି।
ଚଳିତବର୍ଷ ଲେଜର୍ ଫିଜିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୯୬ ବର୍ଷ ବୟସ୍କ ଆର୍ଥର ଆସ୍କିନ୍ ଏବଂ ଜେରାର୍ଡ ମୌରୋଉ ଓ ଡୋନ୍ନା ଷ୍ଟ୍ରିକ୍ଲ୍ୟାଣ୍ଡ୍ ଯୋଡ଼ିଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ମିଳିବ। ଆମେରିକୀୟ ଆର୍ଥର ଅପ୍ଟିକାଲ୍ ଟ୍ୱିଜର୍ ପାଇଁ ଏହି ପୁରସ୍କାର ପାଇଛନ୍ତି।
ସେହିଭଳି ମୌରୋଉ ଓ ଡୋନ୍ନା ଷ୍ଟ୍ରିକ୍ଲ୍ୟାଣ୍ଡ୍ ଯୋଡ଼ିରୁ ଷ୍ଟ୍ରିକ୍ଲ୍ୟାଣ୍ଡ ଗତ ୫୫ ବର୍ଷରେ ପ୍ରଥମ ଥର ଜଣେ ମହିଳାଭାବେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ପୂର୍ବରୁ ପ୍ରସିଦ୍ଧ ବୈଜ୍ଞାନିକ ମ୍ୟାରୀ କ୍ୟୁରୀ ୧୯୦୩ରେ ବିକିରଣ ପାଇଁ ଏବଂ ମାରିଆ ଜିଓପେର୍ଟ ମାୟେର ୧୯୬୩ରେ ପରମାଣୁ ଗଠନ ପ୍ରଣାଳୀ ପାଇଁ ପାଇଥିଲେ।
from Odisha Reporter https://ift.tt/2DNZuCh
No comments:
Post a Comment