କାହିଁକି ଏତେ ଲୋକପ୍ରିୟ ଦାମ? ସେ କ’ଣ ବିଜେଡିକୁ ଧରାଶାୟୀ କରିପାରିବେ? ଗାଁ ଛକରେ କ’ଣ ଚାଲିଛି ଆଲୋଚନା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

କାହିଁକି ଏତେ ଲୋକପ୍ରିୟ ଦାମ? ସେ କ’ଣ ବିଜେଡିକୁ ଧରାଶାୟୀ କରିପାରିବେ? ଗାଁ ଛକରେ କ’ଣ ଚାଲିଛି ଆଲୋଚନା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚିତ ମଣିଷ ହେଉଛନ୍ତି ପୂର୍ବତନ ମୂଳିଆ ବିଜେଡି ନେତା ଡାକ୍ତର ଦାମୋଦର ରାଉତ। ସେହିପରି ସବୁଠାରୁ ଅଧିକ ଚର୍ଚ୍ଚିତ ଘଟଣା ହେଲା, ତାଙ୍କୁ ବିଜେଡିରୁ ବହିଷ୍କାର କରାଯିବା। ଓଡ଼ିଶା ଗଣମାଧ୍ୟମରେ ‘ଦାମ’ ଓ ‘ଦାମଙ୍କ ସଂପର୍କିତ ଯେକୌଣସି ଖବର’ ସବୁଠାରୁ ଅଧିକ ବିକ୍ରିଯୋଗ୍ୟ ବୋଲି ପ୍ରମାଣିତ ହୋଇସାରିଛି। ଦାମଙ୍କ ତୁଣ୍ଡ ‘ଓଡ଼ିଆ ଟେଲିଭିଜନ ଖବର ଦର୍ଶକ’ ଓ ଖବରକାଗଜ ପାଠକଙ୍କ ପାଇଁ ଯେ ସର୍ବାଧିକ ରୋଚକପୂର୍ଣ୍ଣ, ଏଥିରେ କୌଣସି ସାମ୍ବାଦିକ ଦ୍ୱିମତ ହୋଇପାରିବେ ନାହିଁ।

ଦାମ କାହିଁକି ଏତେ ଲୋକପ୍ରିୟ? କିଛି ପଏଣ୍ଟ ପଢ଼ନ୍ତୁ

  • ଦାମ ହେଉଛନ୍ତି ଓଡ଼ିଶା ରାଜନୀତିର ‘ଅମିତାଭ୍ ବଚ୍ଚନ’। ମନରେ ପ୍ରଶ୍ନ ଉଠୁଥିବ, ଏହା କେମିତି? ଅମିତାଭ୍ ବଚ୍ଚନ ବୋଧହୁଏ, ବଲିଉଡ୍‌ରେ ଏବେବି ଚଳଚଞ୍ଚଳ ଥିବା ତାଙ୍କ ସମୟର ଏକମାତ୍ର ଅଭିନେତା। ବର୍ଷ ବର୍ଷର ଅଭିଜ୍ଞତା। ତେଣୁ ସେ ଶେହେନ୍‌ଶା।
  • ଓଡ଼ିଶା ରାଜନୀତିରେ ଦାମବାବୁ ଠିକ୍ ସେହିପରି। ଦାମଙ୍କ ସମୟର କୌଣସି ନେତା ତାଙ୍କ ପରି ଏତେ ଚଳଚଞ୍ଚଳ ନାହାଁନ୍ତି। ୪୫ ବର୍ଷର ରାଜନୈତିକ ଅଭିଜ୍ଞତା। ତେଣୁ ଏବେ ଯେଉଁମାନେ ବିଜେଡିରୁ ତାଙ୍କୁ ମିଳିମିଶି ବାହାର କଲେ ସେମାନେ ସବୁ ରାଜନୀତିରେ ତାଙ୍କ ପଣନାତି।
  • ଦାମ ଲୋକପ୍ରିୟ ହେବାର ମୁଖ୍ୟ କାରଣ ହେଲା ତାଙ୍କ ପ୍ରଖର ତୁଣ୍ଡ। ଯେହେତୁ ପୁରୁଣା ଲୋକ, ତାଙ୍କ ଆଗରେ ଗୁଡ଼ାଏ ଘଟଣା ଘଟିଛି, ତେଣୁ କଥା କହିଲାବେଳେ ସେ ସେଗୁଡ଼ିକ ମନେପକେଇ ଦିଅନ୍ତି ଓଡ଼ିଶା ଲୋକଙ୍କୁ।
  • ଦାମଙ୍କ ବାକ୍‌ଚାତୁରୀର ଆଉଏକ ଶକ୍ତିଶାଳୀ ଏଲିମେଣ୍ଟ ହେଲା, ଢଗଢମାଳି। ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଲାବେଳେ ସେ ତାଙ୍କ ବାକ୍ୟଗୁଡ଼ିକୁ ଚମତ୍କାର ଢଗରେ ସଜାଇ ଦିଅନ୍ତି, ଯାହା ଗାଁ ଗହଳିରେ ରାଜନୀତି କରୁଥିବା ଲୋକଙ୍କୁ ଖୁବ୍ ରୋଚକ ଲାଗେ।
  • ଦାମ କେବଳ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ପାଇଁ ନୁହେଁ, ରାଜନୀତିର ଧାର୍ ଧାରୁନଥିବା ଲୋକଙ୍କ ଭିତରେ ବି ଖୁବ୍ ଲୋକପ୍ରିୟ।
  • ତାଙ୍କୁ ଗୋଟେ ‘ପଲିଟିକାଲ୍ ଆଇଟମ୍’ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଯାହାଙ୍କୁ ଖବର ଗ୍ରାହକମାନେ ନିଶ୍ଚିତ କିଣିବାକୁ ଚାହାଁନ୍ତି। ଗାଁ ଗହଳିରେ ଲୋକେ ଚଉପାଢ଼ିରେ କଥା ହୁଅନ୍ତି, ଆଜି ଦାମବାବୁ ନୂଆ ବୋମା କିଛି ଛାଡ଼ିଲେ କି?

ଗାଁ ଛକ ପଲିଟିକାଲ୍ ଆଡ୍ଡାରେ ଦାମ ହିରୋ

ରାଜନୀତିରେ ରୁଚି ରଖୁଥିବା ଓ ରଖୁନଥିବା ସାଢ଼େ ଚାରିକୋଟି ଓଡ଼ିଆଙ୍କ ମନରେ ଗୋଟିଏ ପ୍ରଶ୍ନ କେତେବେଳେ ନା କେତେବେଳେ ଉଠିଛି। ତା ହେଲା- ବିଜେଡିରୁ ବହିଷ୍କାର ପରେ ଦାମବାବୁ ଅଧିକ କ’ଣ କରିପାରିବେ? ଏବେ ଛୋଟଛୋଟ ପଲିଟିକାଲ୍ ଆଡ୍ଡା ପାଲଟିଥିବା ଗାଁ ଛକରେ, ବହୁ ଦିଗରୁ ଏ କଥାଟିର ପର୍ଯ୍ୟାଲୋଚନା ଚାଲିଛି। ପଢ଼ନ୍ତୁ କ’ଣ ଆଲୋଚନା ହେଉଛି।

  • ଦାମ ବାହାରିଲା ପରେ ବିଜେଡି ଚାରିପାଞ୍ଜିରୁ ଗଲା, ଖେଳ ଶେଷ୍। ଉଣେଇଶିରେ ଆଉ ଆସିବନି।
  • ଦାମ ଆଗରୁ ତାଳଫୋଟକା ଫୁଟୋଉଥିଲେ, ଏବେ କ୍ଷେପଣାସ୍ତ୍ର ଛାଡ଼ିବେ।
  • ତୁଣ୍ଡ ପାଇଁ ଗୋଟେ ଲୋକ ତା ରାଜନୈତିକ କ୍ୟାରିୟର ନଷ୍ଟ କରିଦେଲା।
  • ଆଉ ଦାମବାବୁଙ୍କର ସେ ପୁରୁଣା ଦାଣ୍ଠ ରହିବନି, ଏଣିକି ବୁଢ଼ା ଚିପୁଡ଼ି ହେଇଯିବ।
  • ଦାମବାବୁଙ୍କ ପାଇଁ ଏଥର ନିର୍ବାଚନ ଜିତିବା କଷ୍ଟକର ହେଇଯିବ।
  • କିନ୍ତୁ ଦାମ ପୁରୁଣା ମୂଷା। ତାଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀରେ ହରେଇବା ସହଜ ନୁହେଁ।
  • ସେ ଏଥର ବିଷ୍ଣୁଙ୍କର ବା’ର ବଜେଇବେ। ତାଙ୍କୁ କେମିତି ହରେଇବେ ସେଥିପାଇଁ ଉପାୟ ପାଞ୍ଚି ସାରିବେଣି।
  • ଆଗରୁ ପାଣ୍ଡିଆନ୍ ବାବୁ ଡିସିସନ୍ ନେଉଥିଲେ, କିନ୍ତୁ ଦାମଙ୍କୁ ଦଳରୁ ବାହାର କରିବା ନିଷ୍ପତ୍ତି ନିଜେ ନବୀନ ବାବୁ ନେଇଛନ୍ତି।
  • ଦାମ ବାବୁ ନିଜର ରାଜନୈତିକ ପତିଆରା ଅକ୍ଷୁଣ୍ଣ ରଖିବାକୁ ନିଜ ପୁଅର ରାଜନୈତିକ କ୍ୟାରିୟର ନଷ୍ଟ କରିଦେଲେ।

କ’ଣ କରିପାରିବେ ଦାମ?

ଏବେ ଓଡ଼ିଶାବାସୀଙ୍କ ମନରେ ଗୋଟିଏ କଥାକୁ ନେଇ ଆଲୋଚନା- କ’ଣ କରିପାରିବେ ଦାମ? ପ୍ରଶ୍ନଟି ଅମୂଳକ ନୁହେଁ ଅବଶ୍ୟ। ବିଜେଡିରୁ ଆଗରୁ ଦାମଙ୍କ ପରି ବହୁ ପୁରୁଣା ଲୋକ ତଡ଼ା ଖାଇଛନ୍ତି ଓ ବିଜେଡିର କିଛି କରିପାରି ନାହାନ୍ତି। ଉଦାହରଣସ୍ୱରୂପ ବିଜୟ ମହାପାତ୍ର, ଦିଲୀପ ରାୟ, ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ ଓ ପ୍ୟାରୀମୋହନ ମହାପାତ୍ର ପ୍ରମୁଖ। ସେଥିପାଇଁ ପ୍ରଶ୍ନ ଉଠୁଛି ସତରେ ଦାମ କ’ଣ କିଛି କରିପାରିବେ? କିନ୍ତୁ ବିଶେଷଜ୍ଞଙ୍କ ଆକଳନ ଦାମଙ୍କ କ୍ଷେତ୍ରରେ ଟିକିଏ ଅଲଗା କହୁଛି। ସେ ପୁରୁଣା କମ୍ୟୁଟର, ଧୀରେ ଚାଲିପାରନ୍ତି, କିନ୍ତୁ ଫେଲ୍ ମାରିବେନି। ସେ କ’ଣ କରିପାରିବେ ପଢନ୍ତୁ କିଛି ସମ୍ଭାବନାମୟ ପଏଣ୍ଟ।

  • ଦାମଙ୍କର ଏବେ ଗୋଟିଏ ଲକ୍ଷ୍ୟ, ସରକାରଙ୍କୁ ଅଡୁଆରେ ପକାଇବା, ବିଜେଡିର ପତିଆରା କ୍ଷୁଣ୍ଣ କରିବା।
  • ସେ ପୁରୁଣା ନେତା, ତାଙ୍କୁ ଦଳର ଅନେକ ଗୁମର ଜଣାଅଛି। ଯାହାକୁ ନେଇ ସେ ସରକାରକୁ ଅଡୁଆରେ ପକାଇଛନ୍ତି ଓ ଆଗାମୀ ଦିନରେ ପକାଇବେ ମଧ୍ୟ।
  • ଦାମ ସକ୍ରିୟ ଥିବା ରାଜ୍ୟର ସବୁଠୁ ପୁରୁଣା ରାଜନେତା। କେବଳ ନିଜ ନିର୍ବାଚନ ମଣ୍ଡଳୀ ନୁହେଁ, ସାରା ରାଜ୍ୟରେ ତାଙ୍କର ଚର ବା ରାଜନୈତିକ ଚେଲା ଅଛନ୍ତି। ଆଗାମୀ ଦିନରେ ସେ ସେମାନଙ୍କ ସାହାଯ୍ୟ ନେଇ ଏକ ରାଜନୈତିକ ବେସ୍ ତିଆରି କରିପାରନ୍ତି।
  • ବିଜେଡିରେ ବିଶ୍ୱାସଘାତକତାର ଶିକାର ହୋଇଥିବା ବହୁ ପୁରୁଣା ନେତାଙ୍କୁ ସେ ଏକାଠି କରିପାରି ଏକ ବିରୋଧୀ ରାଜନୈତିକ ମୋର୍ଚ୍ଚା ଗଠନ କରିପାରନ୍ତି।
  • ବିଗତ ଦିନରେ ବିଜେଡିରୁ ବାହାରିଥିବା କିଛି ନେତା ଏବେ ଦାମଙ୍କୁ ଉଭୟ ସାଂଗଠନିକ ଓ ଆର୍ଥିକ ସ୍ତରରେ ସାହାଯ୍ୟ କରିପାରନ୍ତି। ସେମାନଙ୍କ ଶକ୍ତି ସହ ଦାମଙ୍କ ବୁଦ୍ଧିରେ ନୂଆ ଦଳ ବି ଗଠନ ହୋଇପାରେ।
  • ନିର୍ବାଚନ ପାଖେଇ ଆସିଲେ ବିଜେଡିରୁ ଟିକଟ ଆଶାୟୀ ବହୁ ନେତା ହତାଶ ହୋଇ ଦାମଙ୍କ ସହ ହାତ ମିଳେଇ ପାରନ୍ତି।
  • ଏମିତିକି ବିଜେପିରେ ଉଚିତ ଆସନ ଓ ସମ୍ମାନ ପାଇବାରେ ବିଫଳ ହୋଇଥିବା ନେତା ମଧ୍ୟ ଦାମଙ୍କୁ ପଛରୁ ସାହାଯ୍ୟ କରିପାରନ୍ତି।
  • ଆଗାମୀ ନିର୍ବାଚନରେ ଦାମ ରାଜ୍ୟର ସବୁ ବିଧାନସଭା ଆସନରେ ଏକାଧିକ ପ୍ରାର୍ଥୀ ଦେଇପାରନ୍ତି। ଯାହା ଫଳରେ ତାହା ବିଜେଡି ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ଓ ସେମାନେ ହାରିପାରନ୍ତି।
  • ଦାମଙ୍କର ସାରା ରାଜ୍ୟରେ ରାଜନୈତିକ ଗ୍ରହଣୀୟତା ରହିଛି। ତେଣୁ ସେ ରାଜ୍ୟସାରା ବୁଲି ବୁଲି ବିଜେଡି ବିରୋଧୀ ସଭା କରିପାରନ୍ତି। ଏପରି ହେଲେ ବିଜେଡିର ପତିଆରା କ୍ଷୁଣ୍ଣ ହେବ ଓ ସବୁ ଅଞ୍ଚଳରେ ବିଜେଡି ଦୁଇଗୋଷ୍ଠୀରେ ବିଭାଜିତ ହୋଇପାରେ।

ଦାମ କ’ଣ କରିପାରିବେ କିମ୍ବା କ’ଣ କରିପାରିବେ ନାହିଁ, ତାହା ତ ଆଗାମୀ ଦିନରେ ଜଣାପଡିବ, କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ, ବିଜେଡି ସରକାର ବିରୋଧରେ ଦାମ ଗୋଟେ ବଡ଼ ଅସ୍ତ୍ର। ତାଙ୍କୁ ଦଳରୁ ବାହାର କରି ନବୀନ କିମ୍ବା ପାଣ୍ଡିଆନ ବାବୁ କେହି ବି ଶାନ୍ତିରେ ଶୋଇପାରୁ ନଥିବେ। କାରଣ ‘ଦାମ-ବୋମା’ର କିଛି ସମୟ ନଥାଏ। କୌଣସି ସମୟରେ ବି ପଡ଼ିପାରେ ଓ ଫାଟିପାରେ।



from Odisha Reporter https://ift.tt/2QoTKjR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages