ରାମଙ୍କ ହାତରେ ମୋକ୍ଷ, ଟ୍ରେନ ଧକ୍କାରେ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ରାମଙ୍କ ହାତରେ ମୋକ୍ଷ, ଟ୍ରେନ ଧକ୍କାରେ ମୃତ୍ୟୁ

ଅମୃତସର: ରାମଲୀଳା ସରିଲା। ରାବଣ ବଧ ହେଲା । ରାମଙ୍କ ହାତରେ ମୋକ୍ଷ ଗଲା ମହାଜ୍ଞାନୀ ରାବଣ। ଅସତ୍ୟ ଉପରେ ସତ୍ୟର ବିଜୟ ପରେ ରାମ ନାମରେ ପ୍ରକମ୍ପିତ ହେଲା ଚତୁର୍ଦିଗ। ରାବଣ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିବା ଦଲବୀରଙ୍କ ଚମତ୍କାର ଅଭିନୟ ପାଇଁ ସମସ୍ତେ ତାଙ୍କୁ ସାବାସି ବି ଜଣାଇଲେ। ଆଉ ଆରବର୍ଷ ପୁଣି ଥରେ ସେ ହିଁ ରାବଣ ହୁଅନ୍ତୁ ବୋଲି କେହି କେହି ଅନୁରୋଧ ବି କରିଥିଲେ। ହେଲେ କିଏ ଜାଣି ଥିଲା ୟା ପରେ ସେ ଆଉ କେବେ ମଞ୍ଚ ଚଢି ପାରିବେନି ବୋଲି। ତାଙ୍କର ସେ ବିକଟାଳ ହସ ଯାହା ପୌରାଣୀକ ଚରିତ୍ର ରାବଣର ଭ୍ରମ ସୃଷ୍ଟି କରୁଥିଲା, ତାହା ଆଉ ତାଙ୍କ ମୁହଁରୁ ଶୁଣିବାକୁ ମିଳିବନି ବୋଲି। କିନ୍ତୁ ସତ ଖାଲି ଏତିକି, ରାବଣର ସତ ସତିକା ମରିଗଲା ସବୁଦିନ ପାଇଁ ।

ଆମେ କହୁଛୁ ଅମୃତସରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦଲବିର ସିଂହଙ୍କ କଥା। ଯେ କାଲି ରାବଣ ଭୂମିକାର ଅବତ୍ତୀର୍ଣ୍ଣ ହୋଇଥିଲେ। ଆଉ ରାମଲୀଳା ସରିବା ପରେ ରାବଣ ପୋଡି ଉତ୍ସବ ଦେଖିବାକୁ ପହଞ୍ଚିଥିଲେ ପଡ଼ିଆରେ। ହେଲେ ଆତସବାଜି ଭଲ ଦିଶିବନି ବୋଲି ଭାବି ରେଳଧାରଣା ପାଖକୁ ଚଢି ଯାଇଥିଲେ। ଯେଉଁଠି ସ୍ପଷ୍ଟ ଦିଶୁଥିଲା ରାବଣ ପୋଡି ଆଉ ଆତସବାଜି।

ହେଲେ ଏଇ ଟିକକ ଭୁଲ୍‌ ପାଇଁ ସବୁ ଶେଷ ହୋଇଗଲା। କାଳ ଯମ ଭଳି ମାଡି ଆସିଲା ଟ୍ରେନ୍‌।  ବାଣ ଫୁଟୁଥିବାରୁ ଟ୍ରେନ ଆସୁଥିବାର ଶବ୍ଦ କାନକୁ ଶୁଭିଲାନି। ଶେଷରେ ଦଲବୀରଙ୍କ ସମେତ ପ୍ରାୟ ୬୦ ଜଣଙ୍କୁ ନିଜ ଆଁରେ ପୂରାଇ ମୃତ୍ୟୁ ଗର୍ଭକୁ ଠେଲିଦେଲା ଟ୍ରେନ୍‌।

ଦଲବୀର ସିନା ଚାଲିଗଲେ ହେଲେ ଛାଡି ଯାଇଛନ୍ତି ଦେଢ ବର୍ଷର କଅଁଳା ପୁଅ, ବୃଦ୍ଧା ମା’ ଆଉ ସ୍ତ୍ରୀଙ୍କୁ। ଏବେ ସେମାନଙ୍କ କଥା ବୁଝିବାକୁ କେହି ନାହିଁ। କାନ୍ଦବୋବାଳିରେ ଫାଟି ପଡୁଛି ଘର। କଅଁଳା ଛୁଆଟି ମା’ କୋଳରେ ଥାଇ କିଛି ବୁଝି ପାରୁନି। ଖାଲି ଯାହା ମା’ ଆଖିର ଲୁହକୁ ପ୍ରତ୍ୟକ୍ଷ କରୁଛି।



from Odisha Reporter https://ift.tt/2NRjvYo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages