
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ଛାତ୍ର ନଜୀବ୍ ଅହମ୍ମଦ ବିଶ୍ୱବିଦ୍ୟାଳୟ ପରିସରରରୁ ନିଖୋଜ ହେବାକୁ ନେଇ ବେଶ ତମ୍ବି ତୋଫାନ୍ ଚାଲିବା ପରେ ଶେଷରେ ଏହି ମାମଲା ବନ୍ଦ ହେବ। ଗତ ୨ ବର୍ଷ ତଳର ଏହି ମାମଲା ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟ ସିବିଆଇକୁ ଅନୁମତି ଦେଇସାରିଛନ୍ତି।
ମାମଲାର ତଦନ୍ତ ନିମନ୍ତେ ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ ବା ଏସଆଇଟି ଗଠନ କରିବା ପାଇଁ ଏହି ନିଖୋଜ ଛାତ୍ରଙ୍କ ମା ଫତିମା ନଫିସ୍ କରିଥିବା ଆବେଦନକୁ ଜଷ୍ଟିସ୍ ଏସ୍ ମୂରଲୀଧର ଏବଂ ଜଷ୍ଟିସ୍ ବିନୋଦ ଗୋଏଲ ଖାରଜ କରିଦେଇଛନ୍ତି। ନଜୀବ୍ଙ୍କ ସନ୍ଧାନ ପାଇଁ ୨୦୧୬ ନଭେମ୍ବରରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଫତିମାଙ୍କୁ କୋର୍ଟ କହିଛନ୍ତି, ସେ ଟ୍ରାଏଲ୍ କୋର୍ଟ ଯାଇ ସେଠାରେ ତାଙ୍କର ତଥ୍ୟ ଓ ଯୁକ୍ତି ରଖିପାରିବେ।
ସୂଚନାଯୋଗ୍ୟ, ନଜୀବ୍ ୨୦୧୬ ନଭେମ୍ବର ମାସ ୨୫ ତାରିଖରେ ଜେଏନ୍ୟୁର ମାହି ମାଣ୍ଡୱି ହଷ୍ଟେଲ୍ରୁ ନିଖୋଜ ହୋଇଥିଲେ। ଏହା ପୂର୍ବରୁ ଏବିଭିପି ସହିତ ଜଡ଼ିତ କିଛି ଛାତ୍ରଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିବା ନେଇ ଅଭିଯୋଗ ଆସିଥିଲ। ଏହି ଘଟଣାରେ ସଂଶ୍ଲିଷ୍ଟ ଥିବାନେଇ ୯ ଜଣଙ୍କ ନାମ ସାମ୍ନାକୁ ଆସିଥିଲା, ଯେଉଁମାନେ ଏବେବି ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଆସୁଛନ୍ତି।
from Odisha Reporter https://ift.tt/2zY66Kr
No comments:
Post a Comment