୧୨ରେ ଏରସମାରେ ଶକ୍ତି ପ୍ରଦର୍ଶନ କରିବେ ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

୧୨ରେ ଏରସମାରେ ଶକ୍ତି ପ୍ରଦର୍ଶନ କରିବେ ଦାମ

ଭୁବନେଶ୍ୱର : (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହେବାର ଠିକ୍ ମାସକ ପରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ‘ସ୍ୱାଭିମାନ ସମାବେଶ’ ନାଁରେ ନିଜର ଶକ୍ତି ପ୍ରଦର୍ଶନ କରିବେ।ତେବେ ଏହି ଶକ୍ତି ପ୍ରଦର୍ଶନ ପାଇଁ ଡାକ୍ତର ରାଉତ ନିଜର ବର୍ତ୍ତମାନର ନିର୍ବାଚନମଣ୍ଡଳୀ ପାରାଦୀପ ପରିବର୍ତ୍ତେ ତାଙ୍କର ପୁରୁଣା ସ୍ଥାନ ଏରସମାକୁ ବାଛିଛନ୍ତି।ଏହି ସମାବେଶରେ ହିଁ ସେ ନିଜର ଭବିଷ୍ୟତ ରାଜନୀତିକ କାର୍ଯ୍ୟପନ୍ଥା ଘୋଷଣା କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ‘ଏରସମା ସ୍ୱାଭିମାନ ବିକାଶ ମଞ୍ଚ’ ଓ ସ୍ଥାନୀୟ ଯୁବକ ସଂଘ ଆଦି ବ୍ୟାନରରେ ଡାକ୍ତର ରାଉତ ଏହି ସମାବେଶ କରି ଜଗତସିଂହପୁର ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଡାକ୍ତର ରାଉତ ଆସନ୍ତା ୧୨ ତାରିଖର ସମାବେଶକୁ ସଫଳ କରିବା ନିମନ୍ତେ ଶନିବାର ନିଜର ସମର୍ଥକଙ୍କ ସହ ଏକ ପ୍ରସ୍ତୁତି ବୈଠକ କରିଛନ୍ତି। ବହିଷ୍କାର ହେବାପରେ ଡାକ୍ତର ରାଉତଙ୍କ ଏହା ନିଜ ଜିଲ୍ଲାରେ ପ୍ରଥମ ବଡ଼ଧରଣର କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ସଫଳ କରିବା ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି। ଡାକ୍ତର ରାଉତଙ୍କ ଏହି ‘ସ୍ୱାଭିମାନ ସମାବେଶ’କୁ ନେଇ ଜିଲ୍ଲା ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।

ଡାକ୍ତର ରାଉତଙ୍କୁ ଚେକ୍ ଦେବା ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ ପାରାଦୀପର କୁଜଙ୍ଗଠାରେ ଗତ ସେପ୍ଟେମ୍ବର ୩୦ତାରିଖରେ ବିଜେଡି ଏକ ବିଶାଳ ମହିଳା ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିସାରିଛି। ଏବେ ସେହି କାର୍ଯ୍ୟକ୍ରମର ଜବାବ ଦେବା ପାଇଁ ଡାକ୍ତର ରାଉତ ଏହି ‘ସ୍ୱାଭିମାନ ସମାବେଶ’ କରୁଥିବା ଜଣାପଡ଼ିଛି।ଏହି ସମାବେଶ ଡାକ୍ତର ରାଉତଙ୍କ ପାଇଁ ମଧ୍ୟ ଏକପ୍ରକାର ଚ୍ୟାଲେଞ୍ଜ ହୋଇଛି।ତାଙ୍କ ପ୍ରତି କେଉଁମାନଙ୍କର ସମର୍ଥନ ରହିଛି ଓ ବିଜେଡିରେ ଥିବା ତାଙ୍କର ସହଯୋଗୀମାନେ ଏହି ସମାବେଶରେ ସାମିଲ ହୋଇ ସିଧାସଳଖ ତାଙ୍କୁ ସମର୍ଥନ ଜଣାଇବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି।

ତେବେ ସମ୍ଭାବ୍ୟ ଲଘୁଚାପଜନିତ ବର୍ଷା ଉପରେ ଡାକ୍ତର ରାଉତଙ୍କ ପ୍ରସ୍ତାବିତ ବିକାଶ ସମାବେଶର ସଫଳତା ମଧ୍ୟ ଅନେକାଂଶରେ ନିର୍ଭର କରୁଛି।

ସୂଚନାଯୋଗ୍ୟ, ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ବିରୋଧରେ ୧୦ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରେ ଏକ ସର୍ବଦଳୀୟ ବିଶାଳ ସମାବେଶ ଅନୁଷ୍ଠିତ ହେବ।ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବାମଦଳ ନେତା ଜନାର୍ଦ୍ଦନ ପତି, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଓ ଡାକ୍ତର ଦାମୋଦର ରାଉତ ଯୋଗ ଦେବେ ବୋଲି ନିମନ୍ତ୍ରଣ କାର୍ଡ ବଣ୍ଟନ କରାଯାଇଛି। ତେବେ ବିଜୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଉପସ୍ଥାପିତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସଭାମଞ୍ଚରୁ ବିରୋଧୀ ଦଳ ନେତାମାନେ ଏକଜୁଟ ହୋଇ ରଣହୁଙ୍କାର ଦେବେ ବୋଲି ସୂଚନା ମିଳିଛି।

ସେହିପରି ୧୧ ତାରିଖରେ ଢେଙ୍କାନାଳ ବଜାରରେ ଏକ ଜନସମାବେଶରେ ମଧ୍ୟ ଡାକ୍ତର ରାଉତ ସାମିଲ ହେବେ।ଏହି ସମସ୍ତ ସମାବେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୁଖ୍ୟ ପ୍ରସଙ୍ଗ କରି ନବୀନ ସରକାରକୁ ଅଡ଼ୁଆରେ ପକାଇବାକୁ ଦାମ ଏବେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2CwOM1G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages