ସିବିଆଇ ବିବାଦ: ପୁଣି ଆଇନଗତ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ସିବିଆଇ ବିବାଦ: ପୁଣି ଆଇନଗତ ଲଢ଼େଇ

ନୂଆଦିଲ୍ଲୀ: ସିବିଆଇ ମହାକଳିକୁ ନେଇ ଆଇନ୍‌ଗତ ଯୁଦ୍ଧର ପରିସମାପ୍ତି ଘଟିବାର ନାଁ ଧରୁନି। ସିବିଆଇର ନଂ ୧ ଆଲୋକ ବର୍ମା ଓ ନଂ ୨ ରାକେଶ ଆସ୍ଥାନାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦୁହିଁଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଥିଲେ। ଏହାକୁ ଶ୍ରୀ ବର୍ମା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ।

ତେବେ ନୂଆ ଅନ୍ତରୀଣ ସିବିଆଇ ମୁଖ୍ୟ ଏମ୍‌ ନାଗେଶ୍ୱର ରାଓ ଦାୟିତ୍ୱ ନେବା କ୍ଷଣି ୧୩ ଜଣ ସିବିଆଇ ଅଫିସରଙ୍କୁ ଅନ୍ୟତ୍ର ବଦଳି କରିଦେଇଥିଲେ। ଏହି ବଦଳି ତାଲିକାରେ ରାକେଶ ଆସ୍ଥାନଙ୍କ ବିରୋଧରେ ଆସିଥିବା ଲାଞ୍ଚ ମାମଲାର ତଦନ୍ତ କରୁଥିବା ସିବିଆଇ ଅଫିସର ଏକେ ବାସୀଙ୍କ ନାଁ ମଧ୍ୟ ରହିଥିଲା।

ତାଙ୍କୁ ଅତର୍କିତ ଭାବେ ମାମଲାର ତଦନ୍ତ ଦାୟିତ୍ୱରୁ ହଟାଯାଇ ପୋର୍ଟ ବ୍ଲେୟାରକୁ ପଠାଯାଇଥିଲା। କିନ୍ତୁ ଆଜି ସେ ଏଭଳି ବିଦଳି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆବେଦନରେ ଦର୍ଶାଇଛନ୍ତି ଯେ ତଦନ୍ତ ସମୟରେ ରାକେଶ ଆସ୍ଥାନାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିଥିଲା। ମୋଇନ୍ କ୍ୟୁରେସୀ ମାମଲାରେ ଫସିଥିବା ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସାନାଙ୍କ ଠାରୁ ଆସ୍ଥାନା ଟଙ୍କା ନେଇଥିବା ଜଣାପଡ଼ିଛି।

ତେଣୁ ଏହାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ଦ୍ୱାରା କରିବାକୁ ସେ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ନିବେଦନ କରିଛନ୍ତି। ତେବେ କୋର୍ଟ ଏହି ଆବେଦନର ଶୁଣାଣି କରିବେ କି ନାହିଁ, ତାହା ଜଣାପଡ଼ିନାହିଁ।
ଅକ୍ଟୋବର ୨୪ରେ ସିବିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶ୍ରୀ ବାସୀଙ୍କୁ ପୋର୍ଟ ବ୍ଲେୟାରକୁ ବଦଳି କରାଯାଇଛି। ତେଣୁ ତୁରନ୍ତ ସେ ନୂଆ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଏଥିରେ କୁହାଯାଇଥିଲା।



from Odisha Reporter https://ift.tt/2DcKb5e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages