ସିଲିଣ୍ଡର ଫାଟି ବସ୍ତିରେ ଲାଗିଲା ଭୟଙ୍କର ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ସିଲିଣ୍ଡର ଫାଟି ବସ୍ତିରେ ଲାଗିଲା ଭୟଙ୍କର ନିଆଁ

ମୁମ୍ବାଇ: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ବାନ୍ଦ୍ରାର ନାଗରଦାସ ରୋଡ୍‌ ନିକଟରେ ଥିବା ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବସ୍ତିଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତଙ୍କ ସମ୍ପର୍କରେ ଏଯାଏ ସୂଚନା ମିଳିନାହିଁ। ମଙ୍ଗଳବାର ମଧ୍ୟାହ୍ଣ ୧୧.୩୬ରେ ପ୍ରଥମେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା।

ନର୍ଗିସ୍ ଦତ୍ତ ନଗର ବସ୍ତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହାର ବିପରୀତ ଦିଗରେ ଅଗ୍ନିଶମ କେନ୍ଦ୍ର ଥିବାରୁ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନିଆଁ ଲିଭା କାର୍ଯ୍ୟରେ ୧୦ଟି ପାଣି ଟ୍ୟାଙ୍କର ଓ ୧୨ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି। ଅଗ୍ନିକାଣ୍ଡରେ ବସ୍ତିବାସୀଙ୍କ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଛି। ରିପୋର୍ଟ ଲେଖା ହେବା ଯାଏ, ନିଆଁକୁ ସଂପୂର୍ଣ୍ଣ ଭାବେ ଆୟତ୍ତ କରାଯାଇ ପାରି ନଥିବା ଜଣାପଡ଼ିଛି।



from Odisha Reporter https://ift.tt/2JphuCm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages