
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିହାରରୁ ଧରାପଡ଼ିଲା ୪ଟି ରାଜ୍ୟରେ ମୋଷ୍ଟ ୱାଣ୍ଟେଡ୍ ଥିବା ଅପରାଧୀ ମାଧବ ରବି ଦାସ। ସେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା। ମାଧବ ଗିରଫ ପରେ ୧୫ ଦିନ ରିମାଣ୍ଡରେ ଆଣିବାକୁ ଓଡ଼ିଶା ପୁଲିସ ବିହାର ଯାଇଛି।
ମାଓବାଦୀରୁ ବ୍ୟାଙ୍କ ଡକାୟତ ପାଲଟିଥିଲା ମାଧବ। ସେ ଏପ୍ରିଲ ୬ରେ ଅନୁଗୋଳ ଆନ୍ଧ୍ର ବ୍ୟାଙ୍କରୁ ୧ କୋଟିରୁ ଅଧିକ ଟଙ୍କା ଓ ସୁନା ଗହଣା ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ଥିଲା। ଏହାପରେ ମାଧବର ଟାର୍ଗେଟକୁ ଆସିଥିଲା ଅନୁଗୋଳ ଇଣ୍ଡିଆନ୍ ବ୍ୟାଙ୍କ।
ସେହିପରି ଜୁନ୍ ୧୯ରେ ରାଉରକେଲାସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୪୧ ଲକ୍ଷ ଟଙ୍କାର ଡକାୟତି ଘଟଣାରେ ମଧ୍ୟ ତାର ସମ୍ପୃକ୍ତି ଥିଲା। ଓଡ଼ିଶାରେ ୬ଟି ବ୍ୟାଙ୍କ ଡକାୟତି ଘଟଣାରେ ତା’ର ସଂପୃକ୍ତି ଥିବା ପୁଲିସ ସୂଚନା ପାଇଛି।
ପୁଲିସ ସୂଚନା ଅନୁସାରେ, ୧୯୯୦ ମସିହାରେ ମାଧବ ନକ୍ସଲ ସଂଗଠନରେ ସାମିଲ ହୋଇଥିଲା। ପରେ ସେ ସଂଗଠନ ଛାଡି ୧୦ରୁ ଅଧିକ ଗ୍ୟାଙ୍ଗ ଗଠନକରି ବ୍ୟାଙ୍କ ଡକାୟତି ଚଳାଉଥିଲା।
from Odisha Reporter https://ift.tt/2Itt6DP
No comments:
Post a Comment