ସୁଧୁରିଗଲା କି କପିଲ୍‌ ଏବଂ ସୁନୀଲ୍‌ଙ୍କ ସମ୍ପର୍କ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ସୁଧୁରିଗଲା କି କପିଲ୍‌ ଏବଂ ସୁନୀଲ୍‌ଙ୍କ ସମ୍ପର୍କ!

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଲୋକପ୍ରିୟ କମେଡିଆନ୍‌ କପିଲ୍‌ ଶର୍ମା ଓ ତାଙ୍କର ପୁରୁଣା ଅନ୍‌ସ୍କ୍ରିନ୍‌ ସାଥୀ ସୁନୀଲ୍‌ ଗ୍ରୋଭର ଓରଫ୍‌ ଗୁତ୍ଥିଙ୍କ ଝଗଡ଼ା ଦୀର୍ଘଦିନ ପର୍ଯ୍ୟନ୍ତ ବେଶ୍‌ ଚର୍ଚ୍ଚାରେ ଥିଲା। ଏହି ବିବାଦକୁ ନେଇ ସୋଶାଲ୍‌ ମିଡିଆ ଓ ଅନେକ ସାକ୍ଷାତକାରରେ ଦୁହିଁଙ୍କ ଖରାପ୍‌ ସମ୍ପର୍କର ଝଲକ୍‌ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଲାଗୁଛି ଦୁହିଁଙ୍କ ଭିତରେ ସବୁ କିଛି ଠିକ୍‌ ହୋଇଯାଇଛି।

କପିଲ୍‌ ଅନେକ ସମୟ ପରେ ନିଜର ଏକ ଶୋ’ ଜରିଆରେ ଟିଭି ପରଦାକୁ ଫେରୁଛନ୍ତି। ଖବର ମୁତାବକ କପିଲ୍‌ଙ୍କ ସହ କମେଡିଆନ୍‌ ସୁନୀଲ୍‌ ଗ୍ରୋଭର ଓରଫ୍‌ ଡକ୍ଟର ମଶହୁର୍‌ ଗୁଲାଟି ମଧ୍ୟ ଏହି ଶୋ’ରେ ତାଙ୍କ ସହ ଏକାଠି ଆସି ପାରନ୍ତି। ଏହାର ସଙ୍କେତ କପିଲ୍‌ ନିଜେ ଦେଇଛନ୍ତି। ଯଦି ଏମିତି ହୁଏ ତେବେ ଟିଭି ପରଦାରେ କପିଲ୍‌ ଓ ସୁନୀଲ୍‌ଙ୍କର ଧମାକେଦାର ଯୁଗଳବନ୍ଦୀ ପୁଣି ଦେଖିବାକୁ ମିଳିବ।

ହିନ୍ଦୁସ୍ତାନ୍‌ ଟାଇମ୍ସ ସହ ହୋଇଥିବା ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ କପିଲ୍‌ କହିଥିଲେ, ‘ଆମ ଦୁହିଁଙ୍କ ମଧ୍ୟରେ ଭଲ ବଣ୍ଡିଂ। କିଛିବି ସମସ୍ୟା ନାହିଁ। ନିକଟରେ ଆମେ ଦୁହେଁ ଏକାଠି ବସିଥିଲୁ ଏବଂ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହେଉଥିଲୁ। ମୋର ଆଉ ସୁନୀଲ୍‌ଙ୍କ ସମ୍ପର୍କ ବିଷୟରେ ଯାହାବି ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିଲା ସେସବୁ ଗୁଜବ୍‌ ଥିଲା। ଆମେ ଖୁବ୍‌ଶୀଘ୍ର କମେଡି ଶୋ’ ଜରିଆରେ ଏକାଠି ଆସୁଛୁ।’

ତେବେ ଏକଥା କେତେଦୂର ସତ ସୁନୀଲ୍‌ କପିଲ୍‌ଙ୍କ ଶୋ’ରେ ଆସିଲା ପରେ ହିଁ ଜଣା ପଡ଼ିବ।



from Odisha Reporter https://ift.tt/2QMrIiG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages