
ଆବଶ୍ୟକ ସାମଗ୍ରୀ: ଶୁଖିଲା ମେଥି ପତ୍ର, ଖାସିମାଂସ, ଲୁଣ, ହଳଦୀ, ଗରମ ମସଲା, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ୍, ଦହି, ପିଆଜ କଟା
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସକୁ ଧୋଇଦେଇ ଏକ ପାତ୍ରରେ ରଖି ସେଥିରେ ହଳଦୀ ଗୋଳାଇଦେଇ କିଛି ସମୟ ରଖନ୍ତୁ। ତା’ପରେ ସେଥିରେ ଆଦା ଓ ରସୁଣ ପେଷ୍ଟ୍, ଲଙ୍କା ଗୁଣ୍ଡ, ଗରମ ମସଲା, ଲୁଣ, ପିଆଜ କଟା, ଦହି ଓ ଅଳ୍ପ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ସେଥିରେ କସ୍ତୁରି ମେଥି ପକାଇ ଗୋଳାଇ ଦେଇ କିଛି ସମୟ ରଖିଦିଅନ୍ତୁ।
ଏହାପରେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ମସଲା ଗୋଳାଇ ହୋଇ ରହିଥିବା ସେହି ଖାସି ମାଂସକୁ ସେଥିରେ ପକାନ୍ତୁ। ତା’ପରେ ତାକୁ ଗୋଳାଇ ଦେଇ ସେଥିରେ ଢାଙ୍କୁଣି ଘୋଡ଼ାଇ ଦିଅନ୍ତୁ। ମଝିରେ ମଝିରେ ଡ଼ାଙ୍କୁଣି ଉଠାଇ ମାଂସକୁ ଗୋଳାଇ ଦିଅନ୍ତୁ ନଚେତ୍ କଡେଇରେ ମାଂସ ଲାଗିଯାଇପାରେ। ଏହାଛଡ଼ା ଦେଖୁ ଥିବେ ମାଂସ ସିଝିଲା ନାହିଁ। ମାଂସ ସିଝିଗଲା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖାସିମାଂସ ମେଥିଷ୍ଟ୍ରୁ। ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।
from Odisha Reporter https://ift.tt/2A6miJS
No comments:
Post a Comment