ଐଶ୍‌ ନୁହେଁ, ଅଭିଷେକଙ୍କ ଲାଗି ଏହି ଅଭିନେତ୍ରୀ ବେଷ୍ଟ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଐଶ୍‌ ନୁହେଁ, ଅଭିଷେକଙ୍କ ଲାଗି ଏହି ଅଭିନେତ୍ରୀ ବେଷ୍ଟ୍‌ !

ମୁମ୍ବାଇ: ଫ୍ୟାନ୍‌ମାନଙ୍କ ପରି ବଲିଉଡ୍‌ରେ କଳାକାରମାନଙ୍କ ମନପସନ୍ଦର କଳାକାର ବି ଅଛନ୍ତି। କାହାକୁ କାହା ଅଭିନୟ ଭଲ ଲାଗେ ତ କାହାକୁ କାହା ଚରିତ୍ର। ଜାଣିଛନ୍ତି ଅଭିନେତା ଅଭିଷେକ ବଚ୍ଚନଙ୍କ ପସନ୍ଦ କିଏ? ଏ କଥା ଶୁଣି ଆପଣ ଭାବୁଥିବେ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଛଡ଼ା ଆଉ କିଏ ହବ ଯେ?

ନାଇଁ ଆଜ୍ଞା ସେମିତି ନୁହେଁ। ଅଭିଷେକଙ୍କୁ ଐଶ୍ୱର୍ଯ୍ୟା ନୁହେଁ ଆଉ କିଏ ଭଲ ଲାଗନ୍ତି। ଆସନ୍ତୁ  ଜାଣିବା ସେ ଅଭିନେତ୍ରୀ କିଏ ଯେ, ଅଭିଷେକଙ୍କ ମନ କିଣିଛନ୍ତି।

ନିକଟରେ ‘ଇଣ୍ଡିଆ ଟୁଡେ’ର ଏକ କାର୍ଯ୍ୟକ୍ରମକୁ ଆସି ନିଜ ପସନ୍ଦର ଅଭିନେତ୍ରୀଙ୍କ ବିଷୟରେ ଖୋଲି କହିଛନ୍ତି ଅଭିନେତା ଅଭିଷେକ ବଚ୍ଚନ।

କାର୍ଯ୍ୟକ୍ରମରେ ତାଙ୍କୁ ଏମିତି ସବୁ ପ୍ରଶ୍ନ ପଚରାଯାଇଥିଲା ଯେଉଁଥିରେ ସେ ଖୁବ୍‌ ଦ୍ୱିଧାରେ ପଡ଼ିଯାଇଥିଲେ। ସେଥି ମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା କଙ୍ଗନା ଓ କରୀନାଙ୍କ ଭିତରେ କିଏ ବେଷ୍ଟ୍‌।  ଅଭିଷେକ ଚତୁରତାର ଉତ୍ତର ଦେଇ କହିଥିଲେ, ‘‘କରୀନାଙ୍କ ସହ ମୁଁ ମୋ ପ୍ରଥମ ଫିଲ୍ମ ‘ରିଫ୍ୟୁଜୀ’ରେ କାମ କରିଥିଲି। ସେ ଖୁବ୍‌ ଭଲ ଅଭିନେତ୍ରୀ କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ କରୀନାଙ୍କ ନାଁ କହୁଛି।’’

ସେ କଙ୍ଗନାଙ୍କର ବି ପ୍ରଶଂସା କରିଥିଲେ। ଆଉ ସେ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ରିଲିଜ୍‌କୁ ଅପେକ୍ଷା କରିଛନ୍ତି ବୋଲି କହିଥିଲେ।।

ଏହା ସହ ଅଭିଷେକ୍‌ଙ୍କୁ ଅମିତାଭଙ୍କର ବେଷ୍ଟ୍‌ ଫିଲ୍ମ ବିଷୟରେ ପଚରାଯିବାରୁ  ସେ ରାମ ଗୋପାଲ୍‌ ବର୍ମାଙ୍କ ‘ନିଶବ୍ଦ’ ନାଁ ନେଇଥିଲେ।  ସେ କହିଥିଲେ,‘‘ହୁଏତ ଏହି ଫିଲ୍ମ  ସମସ୍ତଙ୍କ ପସନ୍ଦ ନ ହୋଇପାରେ କିନ୍ତୁ ମୋତେ ବହୁତ ପସନ୍ଦ।’’



from Odisha Reporter https://ift.tt/2Poy33B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages