କ’ଣ ଭାରତ ପାଇଁ ଧୋନି ୧୦ ହଜାର ରନ୍‌ କରିନାହାନ୍ତି, ପଢ଼ନ୍ତୁ ପୂରା ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

କ’ଣ ଭାରତ ପାଇଁ ଧୋନି ୧୦ ହଜାର ରନ୍‌ କରିନାହାନ୍ତି, ପଢ଼ନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ ଦିନିକିଆରେ ୧୦ ହଜାର ରନ୍‌ କରିଛନ୍ତି ବୋଲି ସମସ୍ତେ ଜାଣିଛନ୍ତି। ସେ ବ୍ୟାଟିଂ କରିବାକୁ ଆସିବା ବେଳେ ତାଙ୍କ ପ୍ରୋଫାଇଲ୍‌ରେ ମଧ୍ୟ ସେ ଦିନିକିଆରେ ୧୦,୧୭୩ ରନ୍‌ କରିଥିବା ଉଲ୍ଲେଖ ରହୁଛି।

କିନ୍ତୁ ବାସ୍ତବରେ କ’ଣ ଭାରତ ପାଇଁ ଧୋନି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୦ ହଜାର ରନ୍‌ କରିପାରିଛନ୍ତି। ଏହାର ଉତ୍ତର ନା। କାରଣ ଧୋନିଙ୍କ ୧୦,୧୭୩ ରନ୍‌ରୁ ସେ ୨୦୦୭ ମସିହାରେ ଏସିଆ ମହାଦେଶ ବା ଏସିଆ ଏକାଦଶର ପ୍ରତିନିଧିତ୍ୱ କରି ଦକ୍ଷିଣ ଆଫ୍ରିକା ଏକାଦଶ ବିରୋଧରେ ୧୭୪ ରନ୍‌ କରିଥିଲେ।

ଅବଶ୍ୟକ ଏହା ଏକ ଅନ୍ତର୍ଜାତୀୟ ଫର୍ମାଟ ହୋଇଥିବାରୁ ଏବଂ ଆଇସିସି ଏହାକୁ ଅନୁମୋଦନ ଦେଇଥିବାରୁ ଏହି ମ୍ୟାଚ୍‌ର ରନ୍‌ ଧୋନିଙ୍କ କ୍ୟାରିୟର୍‌ ସହ ଯୋଡ଼ି ହୋଇଯାଇଛି। ତେଣୁ ତାଙ୍କ ଦିନିକିଆ କ୍ୟାରିୟର୍‌ ରନ୍‌ ୧୦ ହଜାର ଟପିଛି।

ବାସ୍ତବରେ ଧୋନି ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ବେଳେ ୯୯୯୯ ରନ୍ କରିଛନ୍ତି। ତେଣୁ ୧୦ ହଜାର ରନ୍‌ଠାରୁ ସେ ଗୋଟିଏ ରନ୍‌ ଦୂରରେ ରହିଛନ୍ତି। ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ମ ତଥା ସିରିଜ୍‌ର ଅନ୍ତିମ ଦିନିକିଆରେ ଧୋନି ଗୋଟିଏ ରନ୍‌ କରିପାରିଲେ ଭାରତ ପାଇଁ ୧୦ ହଜାର ରନ୍‌ କରିବା କ୍ଲବରେ ସାମିଲ ହୋଇପାରିବେ।

ଏଭଳି କରିପାରିଲେ ସେ ଭାରତର ୫ମ ତଥା ବିଶ୍ୱର ୧୩ ତମ ଖେଳାଳି ଭାବେ ୧୦ ହଜାର ରନ୍‌ କରିବାର ରେକର୍ଡ କରିବେ।
ସେହିଭଳି ପ୍ରଥମ ଲୋୟର ମିଡିଲ୍‌ ଅର୍ଡର ବ୍ୟାଟସ୍‌ମ୍ୟାନ୍‌ ଭାବେ ଧୋନି ଏଭଳି ୧୦ ହଜାର ରନ୍‌ କରିବାର କୀର୍ତ୍ତିମାନ ସ୍ଥାପନ କରିବେ। ଅବଶ୍ୟ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ଇଞ୍ଜିମାମ ଉଲ୍‌ହକ୍‌ ମଧ୍ୟ ଲୋୟର ମିଡିଲ୍‌ ଅର୍ଡର ଭାବେ ୧୦ ହଜାର ରନ୍‌ କରିଛନ୍ତି।

କିନ୍ତୁ ସେ ୬୨% ରନ୍‌ ଟପ୍‌ ଅର୍ଡରେ ବ୍ୟାଟିଂ କରିବାକୁ ଆସି କରିଛନ୍ତି। ତାଙ୍କ ତୁଳନାରେ ଧୋନି ୨୮୮ଟି ଇନିଂସ୍‌ରୁ ମାତ୍ର ୪୭ ଥର ଟପ୍‌ ଅର୍ଡର୍‌ରେ ବ୍ୟାଟିଂ କରିଛନ୍ତି। ଏହାର ପ୍ରତିଶତ ହେଉଛି ୧୭%। ତେଣୁ ଧୋନି ହିଁ ୧୦ ହଜାର ରନ୍‌ କରିବାରେ ପ୍ରଥମ ଲୋୟର ମିଡିଲ୍‌ ଅର୍ଡର ବ୍ୟାଟସ୍‌ମ୍ୟାନ୍‌ ହେବାର ରେକର୍ଡ କରିବେ।



from Odisha Reporter https://ift.tt/2qnog2N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages