
ରାୟଗଡ଼ା (ମନୋଜ ପାତ୍ର): ଦୀପାବଳି ପୂର୍ବରୁ ଘଟିଛି ଅଘଟଣ। ବାଣ ବିସ୍ଫୋରଣରେ ଟିଣ ଛପର ଉଡ଼ିଯାଇଛି। ଜଣେ ମହିଳା ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଆଜି ଏହିପରି ଏକ ଅଘଟଣ ଘଟିଛି ରାୟଗଡ଼ା ଜିଲ୍ଲାରେ।
ରାୟଗଡ଼ାର ପୁରୁଣା ବସ୍ଷ୍ଟାଣ୍ଡ ନିକଟସ୍ଥ ସରକାରୀ କ୍ୱାର୍ଟର୍ସରେ ରହନ୍ତି କଲ୍ୟାଣସିଂହପୁର ଅଞ୍ଚଳର ଗଦାଧର ପାତ୍ରଙ୍କ ପରିବାର। ଆଜି ଅପରାହ୍ନ ୪ଟା ବେଳେ ଗଦାଧରଙ୍କ ସ୍ତ୍ରୀ ଓ ଝିଅ ଘରେ ଥିବାବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଫଳରେ ତାଙ୍କ ଘରର ଟିଣଛପର ଉଡ଼ି ଯାଇଥିଲା। ଘର ଭିତରେ ଥିବା କିଛି ଆସବାବପତ୍ର ମଧ୍ୟ ଉଡ଼ି ଯାଇଥିଲା।
ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଗଦାଧରଙ୍କ ପତ୍ନୀଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବାଣ ବିସ୍ଫୋରଣ ଯୋଗୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଛି।
from Odisha Reporter https://ift.tt/2Q6AA2w
No comments:
Post a Comment