କରୁଣ ନାୟାର ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

କରୁଣ ନାୟାର ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ବିରାଟ୍‌

ନୂଆଦିଲ୍ଲୀ: ଭେଟ୍‌ରାନ୍‌ ବୀରେନ୍ଦ୍ର ସେହେୱାଗଙ୍କ ପରେ ଭାରତ ପାଇଁ ଟେଷ୍ଟ କ୍ରିକେଟ୍‌ରେ ଟ୍ରିପଲ୍‌ ସେଞ୍ଚୁରୀ ହାସଲ କରିଥିବା କର୍ଣ୍ଣାଟକା ବ୍ୟାଟସ୍‌ମ୍ୟାନ୍‌ କରୁଣ ନାୟାରଙ୍କୁ ଟିମ୍‌ ଇଣ୍ଡିଆରୁ ଅତିର୍କିତ ବାଦ୍‌ ଦେବା ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଆଜି ମୁହଁ ଖୋଲିଛନ୍ତି ଅଧିନାୟକ ବିରାଟ୍‌ କୋହଲି।

ସେ କହିଛନ୍ତି,ଟିମ୍‌ ଚୟନ୍‌ ତାଙ୍କ ହାତରେ ନାହିଁ ଏବଂ ସେ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ। ନାୟାର ଉଭୟ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଗସ୍ତରେ ଯାଇଥିଲେ ହେଁ ଗୋଟିଏ ହେଲେ ମ୍ୟାଚ୍‌ ଖେଳି ନଥିଲେ। କିନ୍ତୁ ତାଙ୍କ ଫିଟ୍‌ନେସ୍‌ ସମସ୍ତଙ୍କୁ ପସନ୍ଦ ଆସିଥିଲା। ତଥାପି ତାଙ୍କୁ କାହିଁକି ହଠାତ୍‌ ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ ପାଇଁ ଟିମ୍‌ରୁ ବାଦ୍‌ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି।

ଆଜି ସାମ୍ବାଦିକମାନେ ବିରାଟ୍‌ଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିବାରୁ ସେ କହିଛନ୍ତି, “କରୁଣ ନାୟାର କ’ଣ ପାଇଁ ବାଦ୍‌ ପଡ଼ିଲେ ସେକଥା ଚୟନକର୍ତ୍ତା କମିଟି କହି ସାରିଛି। ଏ ସମ୍ପର୍କରେ ମୁଁ ମତାମତ ଦେବା ଠିକ୍‌ ନୁହେଁ ଏବଂ ଏହା ମୋ ପରିଧି ମଧ୍ୟରେ ନାହିଁ। ଚୟନକର୍ତ୍ତା କମିଟି ସେମାନଙ୍କ କାମ କରୁଛନ୍ତି। ଆମେ ସବୁ କିଛିକୁ ଏକାଠି କରୁ ଏବଂ ଗୋଟିଏ ଗୋଲ୍ ପ୍ରସ୍ତୁତ କରୁ। ଆମେ ନିଜ ନିଜ କାମ କରିଥାଉ। ଲୋକମାନେ ବାହାରେ କ’ଣ କହୁଛନ୍ତି, ସେଥିରେ ଆମର କିଛି ଯାଏ ଆସେନାହିଁ।”

ସେ ଆହୁରି କହିଛନ୍ତି, “ଯଦି ଜଣେ ବ୍ୟକ୍ତି ଗୋଟିଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସାରିଛନ୍ତି, ତା’ହେଲେ ପୁଣି ସେହି ପ୍ରସଙ୍ଗକୁ ଉତ୍ଥାପନ କରିବା ଠିକ୍‌ ନୁହେଁ। ଟିମ୍‌ ଚୟନ୍‌ କରିବା ମୋ କାମ ନୁହେଁ। ଗୋଟିଏ ଟିମ୍‌ ହିସାବରେ ଆମକୁ ଯାହା କରିବାରେ ଅଛି ଆମେ ତାହା କରୁଛୁ। ସମସ୍ତେ ସମସ୍ତଙ୍କର କାମ କରୁଛନ୍ତି। ସମେସ୍ତ ଭାବୁଛନ୍ତି, ଗୋଟିଏ ସ୍ଥାନରୁ ସବୁ କିଛି ହେଉଛି। କିନ୍ତୁ ବାସ୍ତବରେ ଗୋଟିଏ ସ୍ଥାନରେ ସବୁ କିଛି ହେଉନାହିଁ। ଲୋକମାନେ ଏକଥା ବୁଝିବା ଦରକାର।”



from Odisha Reporter https://ift.tt/2OuZdZg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages