ଜସ୍‌ଲୀନ୍‌ଙ୍କ ସହ ଜଲୋଟାଙ୍କ ଲଗନ୍‌ରେ ପୂର୍ଣ୍ଣଚ୍ଛେଦ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଜସ୍‌ଲୀନ୍‌ଙ୍କ ସହ ଜଲୋଟାଙ୍କ ଲଗନ୍‌ରେ ପୂର୍ଣ୍ଣଚ୍ଛେଦ !

ମୁମ୍ବାଇ (ଓଡ଼ିଶା ରିପୋର୍ଟର)- ବିଗ୍‌ବସ୍‌-୧୨ରେ ସାମ୍ନାକୁ ଆସିଥିବା ‘ଲାଗି ଐସି ଲଗନ୍‌’ ଫେମ୍‌ର ଭଜନ ସମ୍ରାଟ୍‌ ଅନୁପ୍‌ ଜଲୋଟାଙ୍କ ପ୍ରେମର ଲଗନ୍‌ ସେହି ବିଗ୍‌ବସ୍‌ରେ ହିଁ ସରିଯାଇଛି। ଏହା ସହିତ ସରିଯାଇଛି ୬୫ ବର୍ଷୀୟ ଜଲୋଟାଙ୍କ ସହିତ ୨୮ ବର୍ଷୀୟ ଜସ୍‌ଲୀନ୍‌ ମଥାରୁଙ୍କ ସଂଗୀତମୟ ପ୍ରେମ କାହାଣୀ। ଆଉ ହଠାତ୍‌ ଆରମ୍ଭ ହୋଇ ସାରା ଭାରତରେ ଚର୍ଚ୍ଚାର ବିଷୟ ସାଜିଥିବା ଏହି ପ୍ରେମର ‘ଦି ଏଣ୍ଡ’ ମଧ୍ୟ ସେହିଭଳି ରୋଚକ।

ଜଲୋଟା ଏହି ନିଷ୍ପତ୍ତି ଏକ ଟାସ୍କ ଯୋଗୁ ନେଇଛନ୍ତି, ଯେଉଁଥିରେ ବିଗ୍‌ବସ୍‌ ଗୃହର ଅନ୍ୟତମ ସଦସ୍ୟ ଦୀପିକା କକ୍କର ଜଲୋଟାଙ୍କୁ କିଡ୍‌ନାପ୍‌ କରି ବନ୍ଦୀ କରି ରଖିଥିଲେ। ଏହି ଯୋଡ଼ିଙ୍କୁ ଏଲିମିନେସନ୍‌ରୁ ବଞ୍ଚାଇବା ପାଇଁ ଜସ୍‌ଲୀନ୍‌ଙ୍କୁ ତାଙ୍କର ଅତି ପ୍ରିୟ ସମସ୍ତ ପୋଷାକ ଓ ମେକ୍‌ ଅପ୍‌ କିଟ୍ ସମର୍ପଣ କରିବାପାଇଁ ଏବଂ କାନ୍ଧ ପର୍ଯ୍ୟନ୍ତ ଚୁଟି କାଟିବା ପାଇଁ କୁହାଯାଇଥିଲା। ଏଥିରେ କିନ୍ତୁ ଅରାଜି ହୋଇଥିଲେ ଜସ୍‌ଲୀନ୍‌। ଯାହା ଜଲୋଟାଙ୍କୁ ଏହା ଝଟ୍‌କା ସଦୃଶ ମନେ ହୋଇଥିଲା ଏବଂ ତାଙ୍କଠାରୁ ଜସ୍‌ଲୀନ୍‌ ତାଙ୍କ ନିଜ ମେକ୍‌ଅପ୍‌ କିଟକୁ ଅଧିକ ଗୁରୁତ୍ୱ ଦେଇଥିବାରୁ ତାଙ୍କ କ୍ରୋଧ ଆଉ ସୀମାରେ ରହି ନଥିଲା। ସେହି ସମାନ ଟାସ୍କରେ ଅନ୍ୟ ଯୋଡ଼ିମାନେ ନିଜ ନିଜର ପ୍ରିୟ ବସ୍ତୁକୁ ସମର୍ପଣ କରିଦେବାକୁ ରାଜି ହେଉଥିବା ଦେଖି ଜଲୋଟା ଆହୁରି ରାଗିଯାଇ ଜସ୍‌ଲୀନ୍‌ଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ କରିଦେଇଥିଲେ।



from Odisha Reporter https://ift.tt/2Ow7WKI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages