ସେମିରେ ହାରିଲେ ଶ୍ରୀକାନ୍ତ, ଫାଇନାଲ୍‌ରେ ସାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ସେମିରେ ହାରିଲେ ଶ୍ରୀକାନ୍ତ, ଫାଇନାଲ୍‌ରେ ସାଇନା

ଓଡେନ୍ସ: ଡେନମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର୍‌ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ମହିଳା ଶଟଲର୍‌ ସାଇନା ନେହ୍ୱାଲ। ଅନ୍ୟପକ୍ଷରେ ପୁରୁଷ ଇଭେଣ୍ଟର ସେମି ଫାଇନାଲ୍‌ରେ ଅନ୍ୟତମ ଷ୍ଟାର ଶଟଲର୍‌ କିଦାମ୍ୱି ଶ୍ରୀକାନ୍ତ ନିରାଶ ହୋଇଛନ୍ତି। ସେ ବିଶ୍ୱର ନଂ୧ ଖେଳାଳି ଜାପାନ୍‌ର କେଣ୍ଟୋ ମୋମୋଟାଙ୍କଠାରୁ ପରାସ୍ତ ହୋଇ ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଛନ୍ତି।

ପ୍ରଥମେ ପୁରୁଷ ବିଭାଗ ସେମିଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀକାନ୍ତ ଓ ମୋମୋଟାଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ଶ୍ରୀକାନ୍ତ ଆକର୍ଷଣୀୟ ଶଟ୍‌ମାନ ଖେଳି ମୋମୋଟାଙ୍କୁ ଚାପ୍‌ରେ ରଖିଥିଲେ। ତେବେ ପ୍ରଥମ ସେଟ୍‌ର ହାଫ୍‌ଟାଇମ୍‌ ପରେ ମୋମୋଟା ତାଙ୍କର ଅସଲ ରୂପ ଦେଖାଇଥିଲେ।

ମୋମୋଟା ପ୍ରଥମ ସେଟ୍‌କୁ ୨୧-୧୬ରେ ଜିତି ନେଇଥିଲେ। ଆଶା କରାଯାଉଥିଲା ଶ୍ରୀକାନ୍ତ ଦ୍ୱିତୀୟ ସେଟ୍‌ରେ କମ୍‌ବ୍ୟାକ୍‌ କରିବେ, କିନ୍ତୁ ମୋମୋଟା ସେଥିପାଇଁ କୌଣସି ସୁଯୋଗ ଦେଇ ନଥିଲେ।

ଦ୍ୱିତୀୟ ସେଟ୍‌କୁ ମଧ୍ୟ ମୋମୋଟା ୨୧-୧୨ରେ ଜିତି ନେଇ ମ୍ୟାଚ୍‌ଟିକୁ ମାତ୍ର ୪୪ ମିନିଟ୍‌ରେ ଶେଷ କରି ଦେଇଥିଲେ। ଫଳରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଶ୍ରୀକାନ୍ତଙ୍କ ଅଭିଯାନ ଶେଷ ହୋଇଯାଇଥିଲା।

ଅନ୍ୟପକ୍ଷରେ ମହିଳା ଇଭେଣ୍ଟର୍‌ର ସେମି ଫାଇନାଲ୍‌ରେ ସାଇନା ନେହ୍ୱାଲ ତାଙ୍କ ବିଜୟ ଧାରା ଅବ୍ୟାହତ ରଖିଛନ୍ତି। ସେ ଆଜିର ସେମି ଫାଇନାଲ୍‌ ମୁକାବିଲାରେ ଇଣ୍ଡୋନେସିଆର ଜି ମାରସ୍କା ତୁନଜଙ୍ଗଙ୍କୁ ଭେଟିଥିଲେ।

ତେବେ ବିଶ୍ୱର ୧୦ ନଂ ଖେଳାଳି ସାଇନା ୧୯ ନଂ ସ୍ଥାନରେ ଥିବା ତୁନଜଙ୍ଗଙ୍କୁ ବେଶ ସହଜରେ ୨-୦ ସେଟ୍‌ରେ ପରାସ୍ତ କରିଦେଇଥିଲେ। ମାତ୍ର ୩୦ ମିନିଟ୍‌ ମଧ୍ୟରେ ସାଇନା ୨୧-୧୧ ଓ ୨୧-୧୨ରେ ତୁନ୍‌ଜଙ୍ଗଙ୍କୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ପ୍ରଥମ ସେଟ୍‌କୁ ସାଇନା ୧୩ ମିନିଟ୍‌ରେ ଶେଷ କରିଥିବା ବେଳେ ଦ୍ୱିତୀୟ ସେଟ୍‌ ଶେଷ କରିବାକୁ ୧୭ ମିନିଟ୍‌ ସମୟ ନେଇଥିଲେ।

ଆସନ୍ତାକାଲି ସେ ଡେନମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟ୍ରଫି ପାଇଁ ବିଶ୍ୱର ଏକ ନମ୍ବର ଖେଳାଳି ତାଇୱାନ୍‌ର ତାଇ ତୁଜ ୟାଙ୍ଗଙ୍କୁ ଭେଟିବେ।



from Odisha Reporter https://ift.tt/2S5JKho

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages