
ପାଟନା: ଦଶହରା ବୁଲିବା ୨୦ ଜଣ ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିହାରର ଜେହେନାବାଦ ଜିଲ୍ଲାରେ ଏକ ଦଶହରା ମେଳା ପଡ଼ିଆରେ କିଛି ଦୁର୍ବୃତ୍ତ ମହିଳାଙ୍କୁ ଟାର୍ଗେଟ କରି ବ୍ଲେଡ୍ ଚଳାଇଛନ୍ତି। ଏଥିରେ ୨୦ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଆହତ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହେବ। ଏମାନଙ୍କ ମଧ୍ୟରେ କିଛି ଯୁବତୀ ମଧ୍ୟ ରହିଛନ୍ତି।
ଠାକୁର ବରି ଅଞ୍ଚଳରେ ଦଶହରା ପାଇଁ ସ୍ୱତନ୍ତ୍ର ମେଳା ଆୟୋଜିତ ହୋଇଥିଲା। କିଛି ଦୁର୍ବୃତ୍ତ ହଠାତ ଏହି ମେଳାରେ ବୁଲୁଥିବା ମହିଳାମାନଙ୍କୁ ଟାର୍ଗେଟ କରି ସେମାନଙ୍କ ଅଣ୍ଟା ତଳକୁ ବ୍ଲେଡ୍ ଦ୍ୱାରା ଆକ୍ରମଣ କରିଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଲୋକମାନେ ତୁରନ୍ତ ମେଳା ଛାଡ଼ି ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ଆହତ ମହିଳାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା।
ପୁଲିସ୍ ସିସିଟିଭି ଫୁଟେଜ୍କୁ ଆଧାର କରି ତଦନ୍ତ ଆରମ୍ଭ କରିଛି। ତେବେ ଆକ୍ରମଣ ପଛର କାରଣ ଜଣାପଡ଼ିନାହିଁ।
from Odisha Reporter https://ift.tt/2q08cDI
No comments:
Post a Comment