ଡରାଉଛି ତିତ୍‌ଲି: ଏହି ସବୁ ଗାଇଡ୍‌ଲାଇନ୍‌ ଜାରି କଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଡରାଉଛି ତିତ୍‌ଲି: ଏହି ସବୁ ଗାଇଡ୍‌ଲାଇନ୍‌ ଜାରି କଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଢିଲା ବାତ୍ୟା ଭୟ। ବେଳକୁ ବେଳ ଉଗ୍ର ହେଉଛି ବାତ୍ୟା ତିତ୍‌ଲି। ଡିପ୍ ଡିପ୍ରେସନରୁ ସାଇକ୍ଳୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ତିତ୍‌ଲି ଆସନ୍ତାକାଲି ସକାଳେ ସିଭିୟର ସାଇକ୍ଳୋନିକ୍ ଷ୍ଟର୍ମର ରୂପ ନେବା ସମ୍ଭାବନା ରହିଛି। ଆଇଏମ୍‌ଡି ସୂଚନା ଅନୁଯାୟୀ ତିତ୍‌ଲି ଗୋପାଳପୁରଠାରୁ ୫୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି)ଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏ ସମ୍ପର୍କିତ ଏକ ପ୍ରେସ ବିଜ୍ଞପ୍ତିରେ ସତର୍କ ସୂଚନା ଜାରି କରାଯାଇଛି।

ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀରେ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀରେ ଅଧିକ କ୍ଷୟକ୍ଷତି ଆଶଙ୍କା ଥିବାରୁ ଏସବୁ ଅଞ୍ଚଳରେ ମାଟିଘରେ ରହୁଥିବା ଲୋକଙ୍କୁ ସ୍ଥାନୀୟ ଆଶ୍ରୟସ୍ଥଳ କିମ୍ବା କୌଣସି ପକ୍କାଘରକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅନ୍ୟ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଜାରି କରାଯାଇଛି।

ବିଶେଷକରି ଛୋଟ ପିଲା, ବୃଦ୍ଧ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଏସ୍‌ଆସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରଭାବିତ ଅଞ୍ଚଳରେ ରନ୍ଧାଖାଦ୍ୟ,  ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଏବଂ ଆଲୋକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି  “ଓଡ୍ରାଫ ଓ ଫାୟାର ସର୍ଭିସ୍‌ ୟୁନିଟ୍‌କୁ ସଜାଗ ରହିବା ପାଇଁ କୁହାଯାଇଛି।

  • ମା’ଗୃହ କିମ୍ବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବେ ଗର୍ଭବତୀ
  • ସ୍ୱାସ୍ଥ୍ୟ ସେବା ପାଇଁ ବ୍ଲକସ୍ତରରେ ନୋଡାଲ ଅଫିସର ନିଯୁକ୍ତି
  • ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପ୍ରଭାବିତ ଅଞ୍ଚଳରେ ମୁତୟନ
  • ଅସ୍ଥାୟୀ କିଚେନ୍, ଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ତଦାରଖ
  • ଅଗ୍ନିଶମ ବାହିନୀର ସମସ୍ତଙ୍କ ଛୁଟି ବାତିଲ, କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ
  • ୩୩୫ ଅଗ୍ନିଶମ କେନ୍ଦ୍ରକୁ ହାଇଆଲର୍ଟ
  • କମିଶନରେଟ ପୁଲିସ ଅଞ୍ଚଳରେ ମୁତୟନ ହେଲେ ୮ ଓଡ୍ରାଫ ଟିମ୍
  • ବାତ୍ୟା ପରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ୩୦୦ ପାୱାର ବୋଟ୍ ପ୍ରସ୍ତୁତ


from Odisha Reporter https://ift.tt/2E8EiHj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages