
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ଅନୁଷ୍ଠିତ ହେବ ‘ହ୍ୱାଏ ଆଇ ଷ୍ଟାଣ୍ଡ୍’ ମିଟିଂ। ୧୧ ତାରିଖରେ ଭୋଟ୍ ସାଙ୍ଗକୁ ଫଳାଫଳ ପ୍ରକାଶ ପାଇବ।
ଆଜି ପ୍ରଚାରର ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି ପ୍ରାର୍ଥୀ। ରାଜଧାନୀର ବିଜେବି, କ୍ୟାପିଟାଲ୍ ଲ’ କଲେଜ ଓ ରମାଦେବୀ ସମେତ ରାଜ୍ୟର ଅନ୍ୟ ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ହୋଇଛି ଜୋରଦାର କ୍ୟାମ୍ପେନିଂ। କେଉଁଠି ପ୍ରାର୍ଥୀଙ୍କ ସମର୍ଥନରେ ଟି-ସାର୍ଟ ପିନ୍ଧି ତ ଆଉ କେଉଁଠି ଗୋଲାପ ଫୁଲ, ଚକୋଲେଟ୍ ଓ ପୁଶିଙ୍ଗ କାର୍ଡ ବାଣ୍ଟି ଭୋଟ୍ ମାଗିଛନ୍ତି ପ୍ରାର୍ଥୀ।
କମଳା ନେହରୁ କଲେଜରେ ଉଡିଲା ବିଜେଡି ପତାକା!
ଏପଟେ ଭୁବନେଶ୍ୱର କମଳା ନେହରୁ କଲେଜରେ କିଛି ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ କ୍ୟାମ୍ପସରେ ବିଜେଡି ପତାକା ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ଅନ୍ୟ ଗୋଷ୍ଠୀର ଛାତ୍ରୀମାନେ ବିରୋଧ କରିଥିଲେ। ଏହା ଲିଙ୍ଗଡୋ କମିଶନଙ୍କ ନିୟମର ଖୋଲାଖୋଲି ଉଲ୍ଲଂଘନ ବୋଲି ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି।
କମଳା ନେହରୁ କଲେଜର ଜଣେ ପ୍ରାର୍ଥୀ ସସ୍ମିତା ବେହେରା କହିଛନ୍ତି-“ଲିଙ୍ଗଡୋ କମିଶନଙ୍କ ନିୟମ ଅନୁସାରେ କଲେଜରେ କୌଣସି ଦଳୀୟ ପତାକା ଉଡ଼ିବା କଥା ନୁହେଁ। ଏହା ସତ୍ତ୍ୱେ ମଧ୍ୟ ଆଜି ଦଳୀୟ ପତାକା ଉଡିଛି।”
ଅନ୍ୟପକ୍ଷେ ଅନ୍ୟ ଜଣେ ପ୍ରାର୍ଥୀ ସୌମ୍ୟଶ୍ରୀ ପ୍ରିୟଦର୍ଶିନୀ କହିଛନ୍ତି-“କ୍ୟାମ୍ପସ ଭିତରେ କୌଣସି ପତାକା ଉଡ଼ାଯାଇ ନାହିଁ। ଆମର କ୍ୟାମ୍ପେନିଂ ବାହାରେ ଚାଲିଛି।”
from Odisha Reporter https://ift.tt/2ynwA6c
No comments:
Post a Comment