ବିଜେଡିରେ ବଢୁଛି ଦି’ଦିନିଆ ନେତାଙ୍କ ଦାଦାଗିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ବିଜେଡିରେ ବଢୁଛି ଦି’ଦିନିଆ ନେତାଙ୍କ ଦାଦାଗିରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃତୀୟ ମହଲା ବାବୁଙ୍କ ଖାସ୍ ବୋଲାଉଥିବା କିଛି ହାତଗଣତି ନେତା ଏବେ କୁଆଡ଼େ ବ୍ୟକ୍ତିଗତ ସ୍ୱାର୍ଥପୂର୍ତ୍ତି ପାଇଁ କାର୍ଯ୍ୟ କରୁଥିବା ଚର୍ଚ୍ଚା। ଏପରିକି ବିଜେଡିରେ ଏବେ ‘ହନି ଟ୍ରାପ୍’ ଭଳି ଘଟଣା କୁଆଡ଼େ ଏକ ଦୈନନ୍ଦିନ ବ୍ୟାପାର ପାଲଟିଗଲାଣି।

ଶୁଣିବାକୁ ମିଳୁଛି, ଏହି ନେତାମାନେ କୁଆଡ଼େ ବ୍ୟକ୍ତିଗତ ଏଜେଣ୍ଡା ଫିକ୍ସ କରି ତାକୁ ତୃତୀୟ ମହଲା ବାବୁଙ୍କ ନିକଟରେ ଅନୁମୋଦନ କରାଇବାରେ ସକ୍ଷମ ହେଉଛନ୍ତି। ଆଉ ସେମାନଙ୍କ ସେଭଳି ଏଜେଣ୍ଡାକୁ କୁଆଡ଼େ ଏବେ ବିଜେଡି ଉପରେ ଲଦି ଦିଆଯାଉଛି।

ଚର୍ଚ୍ଚା ହେଉଛି, ବିଜେଡିର ସୋଶାଲ୍ ମିଡିଆ ସେଲରେ ଥିବା ଜଣେ ଅଳ୍ପଦିନର ନେତା କୁଆଡ଼େ ଏଭଳି ଆଭିମୁଖ୍ୟ ରଖି କାର୍ଯ୍ୟ କରୁଥିବାରୁ ଦଳ ଭିତରେ ଚାପା ଅସନ୍ତୋଷ ଦେଖାଦେଲାଣି। ବିଜେଡି ସୁପ୍ରିମୋଙ୍କ ଦ୍ୱାରା ଜିଲ୍ଲା ସମୀକ୍ଷା ପାଇଁ ନବୀନ ନିବାସ ଡକାଯାଇଥିବା ଦଳର ବିଧାୟକ ଓ ନେତାମାନଙ୍କୁ କୁଆଡ଼େ ଏହି ବାବୁଜଣକ କୁଆଡ଼େ ହ୍ୱାଟସଅପ୍ ଗ୍ରୁପ୍ ସମ୍ପର୍କରେ ଦୀକ୍ଷାନ୍ତ ଭାଷଣ ଦେଉଛନ୍ତି।

ସୁପ୍ରିମୋଙ୍କ ସମୀକ୍ଷା ପାଇଁ ଆସୁଥିବା ନେତାମାନେ ଏହି ନୂଆ ନୂଆ ଆସିଥିବା ନେତାଙ୍କ ହାକିମାତିକୁ ସହଜରେ ହଜମ କରିପାରୁନାହାନ୍ତି। ଚର୍ଚ୍ଚା ହେଉଛି ଏହି ବାବୁ କୁଆଡ଼େ ଏବେ ନିଜର ଟିମ୍ ଗଠନ କରିବାକୁ ଯୋଜନା କରିଛନ୍ତି। ଯେଉଁଥିରେ ବହୁ ପୂର୍ବରୁ ଜଣେ ରାଷ୍ଟ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି। ଏବେ ଆଉ ଜଣେ ନେତ୍ରୀଙ୍କୁ ସାମିଲ କରାଯାଉଛି।

ଗତ ଦୁଇଦିନ ତଳେ ସେହି ନେତ୍ରୀଜଣକ କୁଆଡ଼େ ଏହି ବାବୁଙ୍କୁ ଏକାନ୍ତରେ ଭେଟି ଟିମରେ ରଖିବା ପାଇଁ ଅନୁରୋଧ କରିଛନ୍ତି। ପୂର୍ବରୁ ମଧ୍ୟ ସେ ବାବୁଙ୍କୁ ଭେଟିଥିଲେ ବି ତାହା ସମ୍ଭବପର ହେଉନଥିଲା।ଏବେ ବାବୁ କୁଆଡ଼େ ଏହି ନେତ୍ରୀଙ୍କ ଉପରେ ପୂରା ଖୁସି ଓ ତାଙ୍କୁ ଟିମରେ ରଖିବା ପାଇଁ ତୃତୀୟ ମହଲା ବାବୁଙ୍କୁ କୁଆଡ଼େ ସୁପାରିସ କରିଛନ୍ତି।

ଚର୍ଚ୍ଚା ହେଉଛି ପୂର୍ବରୁ ଦଳର ସୋଶାଲ ମିଡିଆ ସେଲର ସଂଯୋଜକ ଭାବେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ନିଯୁକ୍ତି ମିଳିଥିଲା।ଏବେ ତାଙ୍କୁ ଏଥିରୁ ଦୂରେଇ ରଖାଯାଇଥିବାବେଳେ ତାଙ୍କ ସ୍ଥାନରେ ସମ୍ପୃକ୍ତ ପଲିଟକାଲ ପ୍ରଶାସକ କୁଆଡ଼େ ନିଜର ଏଜେଣ୍ଡା ଫିକ୍ସ କରିବାରେ ଲାଗିଛନ୍ତି। ଆଉ ସେହି ଏଜେଣ୍ଡାକୁ ଦଳ ଉପରେ ଲଦି ଦେଉଥିବାରୁ ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ରୂପ ନେଉଥିବା ଚର୍ଚ୍ଚା।



from Odisha Reporter https://ift.tt/2y4Jxlg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages