ସାବଧାନ ! ଅଧିକ ଲୁଣ ଖାଉଥିଲେ ହୋଇପାରେ ସାଂଘାତିକ୍‌ ଅବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ସାବଧାନ ! ଅଧିକ ଲୁଣ ଖାଉଥିଲେ ହୋଇପାରେ ସାଂଘାତିକ୍‌ ଅବସ୍ଥା

ନୂଆଦିଲ୍ଲୀ: ପବ୍ଲିକ ହେଲଥ୍‌ ଫାଉଣ୍ଡେସନ୍‌ ଅଫ ଇଣ୍ଡିଆ (phi) ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଭାରତରେ ବୟସ୍କ ଲୋକମାନେ ଅଧିକମାତ୍ରାରେ ଲୁଣ ଖାଇବାକୁ ପସନ୍ଦ କରିଥାନ୍ତି। ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (who)  ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ମାତ୍ରାଠାରୁ ଅଧିକ। ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଜଣେ ବ୍ୟକ୍ତି ଦିଲ୍ଲୀ ଓ ହରିୟାଣାରେ ପ୍ରତିଦିନ ୯.୫ ଗ୍ରାମ୍‌ ଓ ଆନ୍ଧ୍ରପ୍ରେଦେଶରେ ୧୦.୪ ଗ୍ରାମ ଲୁଣ ବ୍ୟବହାର କରୁଛନ୍ତି।  ତେବେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ୫ ଗ୍ରାମ୍‌ରୁ ଅଧିକ ଲୁଣ ବ୍ୟବହାର ଅନୁଚିତ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖାଦ୍ୟରେ ଲୁଣର ଅଧିକମାତ୍ରା ରହିଲେ ରକ୍ତଚାପ ଉପରେ କୁପ୍ରଭାବ ପକାଇଥାଏ। ଧିରେଧିରେ ଏହା ହୃଦରୋଗର ମଧ୍ୟ କାରଣ ପାଲଟିଥାଏ। ଯଦି ଖାଦ୍ୟରେ ଲୁଣର ମାତ୍ରା କମ୍‌ କରାଯାଏ, ତା’ହେଲେ ହୃଦରୋଗ ହେବାର ୨୫ ପ୍ରତିଶତ ଆଶଙ୍କା କମ୍‌ ହୋଇଥାଏ। ଏଥିସହିତ ଭାରତୀୟମାନେ ଖାଉଥିବା ଖାଦ୍ୟରେ ସୋଡିୟମ୍‌ ମାତ୍ରା ଅତ୍ୟଧିକ ଥାଏ ବୋଲି ଗବେଷଣାରୁ ଜଣାଯାଇଛି।

ତେବେ ଏଥିପାଇଁ ଅଧିକ ଲୁଣ ଖାଇବା ଦ୍ୱାରା ସଂକ୍ରମଣ ରୋଗର କାରଣ ହୋଇଥାଏ। ସେହିପରି ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ ବଢ଼ିଥାଏ।  ଏହା ରକ୍ତ ସଂଞ୍ଚାଳନ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ଯାହାଦ୍ୱାରା ରକ୍ତ ଓ ଅକ୍ସିଜେନ ପ୍ରବାହ ମଧ୍ୟରେ ତାଳମେଳ ରହି ନ ଥାଏ। ସେହିପରି ଶରୀରକୁ ଅକ୍ସିଜେନ୍‌ର ଅଭାବ ହୋଇଥାଏ। ତ୍ୱଚାରେ  ଚମକ ହ୍ରାସ ହେବା ସହିତ ତ୍ୱଚା ଶୁଖିଲା ଦେଖାଯାଇଥାଏ। ଏଥିସହିତ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମତ ଅନୁଶାରେ ବୟସ୍କ ବ୍ୟକ୍ତିମାନେ ଗୋଟିଏ ଦିନରେ ୫ ଗ୍ରାମ୍‌ରୁ ଅଧିକ ଲୁଣ ଖାଇବା ଅନାବଶ୍ୟକ। ଡାକ୍ତରମାନେ ମଧ୍ୟ ରକ୍ତଚାପ କମ୍‌ କରିବା ପାଇଁ ରୋଗୀମାନଙ୍କୁ ଲୁଣର ବ୍ୟବହାର କମ୍‌ କରିବା ପାଇଁ ପରାମର୍ଶ ଦେଇଥାନ୍ତି।  କାରଣ ଲୁଣ ଅଧିକ ଖାଇବା ଦ୍ୱାରା ଔଷଧର ସଠିକ୍‌ ଭାବରେ କାମ କରିନଥାଏ ବୋଲି ଡ଼ାକ୍ତରମାନେ ମତ ଦେଇଥାନ୍ତି।



from Odisha Reporter https://ift.tt/2zID5Cl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages