
ଝାରସୁଗୁଡ଼ା (ଭାଗିରଥୀ ସାହୁ): ସିଲ୍ ହୋଇ ଆସୁଛି ରନ୍ଧନ ଗ୍ୟାସ୍। ହେଲେ ପ୍ରତି ସିଲିଣ୍ଡର୍ରୁ ଗାଏବ ହୋଇଯାଉଛି ୨ରୁ ୩ କେଜି ଗ୍ୟାସ୍। ଏମିତି ଏକ ଚୋରି ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ପଦାକୁ ଆସିଛି।
ଝାରସୁଗୁଡ଼ା ସହରର ବୃନ୍ଦାବନ ନଗର ଅଞ୍ଚଳରେ ଗ୍ୟାସ ଏଜେନ୍ସିରୁ ଭର୍ତ୍ତି ସିଲିଣ୍ଡର୍ ନେଇ ଆସୁଥିବା ଗାଡ଼ି ଏଠାରେ ପହଞ୍ଚିବା ପରେ ପ୍ରତି ସିଲିଣ୍ଡର୍ରୁ ୨ରୁ ୩ କେଜି ଗ୍ୟାସ ବାହାର କରାଯାଉଥିବା ଜଣାପଡ଼ିଛି। ଏପରି ଅଭିଯୋଗ ଆସିବା ପରେ ପୁଲିସ୍ ଓ ଯୋଗାଣ ବିଭାଗ ଏକ ଗୋଦାମ ଉପରେ ଚଢ଼ଉ କରିଛି।
ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଗ୍ୟାସ୍ ସିଲିଣ୍ଡର୍ ଜବତ କରାଯାଇଛି। ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ମାନସ ପାତ୍ର ଫେରାର ହୋଇଯାଇଥିବା ବେଳେ ଅଟୋ ଡ୍ରାଇଭରକୁ ପୁଲିସ୍ ଅଟକ ରଖିଛି।
ଅଟୋ ଡ୍ରାଇଭର୍ ଲବ ପାତ୍ର କହିଛନ୍ତି, “ମାନସ ପାତ୍ର ଆମକୁ ଫୋନ୍ କରି ଡାକନ୍ତି। ଆମକୁ ଧମକାଇ ସିଲିଣ୍ଡର୍ରୁ ଗ୍ୟାସ୍ ବାହାର କରନ୍ତି। ଆମେ ରାଜି ନହେଲେ ବେହେରାମାଳ ଅଞ୍ଚଳକୁ ଆସିଲେ ପଥର ମାରି ସବୁ ଟଙ୍କା ଲୁଟି ନେବି ବୋଲି ଧମକ ଦିଅନ୍ତି। ଆମେ ଆଣି ଗାଡ଼ି ଲଗାଇବା ପରେ ତାଙ୍କ ପିଲା ପ୍ରତି ଟାଙ୍କିରୁ ୨ କେଜି ଲେଖାଏ ଗ୍ୟାସ୍ କାଢ଼ି ନିଅନ୍ତି।”
ଝାରସୁଗୁଡ଼ା ଏସିଏସ୍ଓ କିର୍ତ୍ତନ ବେହେରା କହିଛନ୍ତି, “ପ୍ରାୟ ୯ଟି ସିଲିଣ୍ଡିର୍ ଓଜନ କଲୁ। ପ୍ରତି ସିଲିଣ୍ଡର୍ରେ କେଜିଏରୁ ଦୁଇ କେଜି ଗ୍ୟାସ୍ କମ ରହିଛି। କିଛି ସିଲିଣ୍ଡର୍ର ସିଲ୍ ମଧ୍ୟ ନାହିଁ। ଲୁହା କଣ୍ଟା ଓ ରେଞ୍ଚିରେ ସିଲିଣ୍ଡର୍ ଖୋଲି ଗ୍ୟାସ୍ ଲୁଟୁଥିଲେ।”
from Odisha Reporter https://ift.tt/2INlPPk
No comments:
Post a Comment