
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ବାଘ ଗଣନା ଚାଲିଛି। ଏଥର ରାଜ୍ୟର ପ୍ରାୟ ସବୁ ଅଞ୍ଚଳକୁ ଗଣନାରେ ସାମିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଅଞ୍ଚଳରେ ଗଣନା ଶେଷ ହୋଇଛି। ଏବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଗଣନା ଜାରି ରହିଛି। ଏହା ଶେଷ ହେବା ପରେ ମିଳିଥିବା ତଥ୍ୟକୁ ଡବ୍ଲ୍ୟୁଆଇଆଇକୁ ପ୍ରଦାନ କରାଯିବ।
ଡବ୍ଲ୍ୟୁଆଇଆଇ ମଡେଲିଂ ଓ ପରିସଂଖ୍ୟନ ମାଧ୍ୟମରେ ତର୍ଜମା କରି ବାଘଙ୍କ ସଂଖ୍ୟା ପ୍ରକାଶ କରିବ। ବର୍ତ୍ତମାନ ସମୟରେ ମିଳୁଥିବା ତଥ୍ୟ ଆଧାରରେ ଏଥର ବାଘଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା ବାନ୍ଧିଛି ବନ ବିଭାଗ।
ସୂଚନାଯୋଗ୍ୟ ଯେ ୨୦୧୪ ଓ ୨୦୧୬ ଗଣନାରେ ସଂଖ୍ୟାକୁ ନେଇ ବିବାଦ ଦେଖା ଦେଇଥିଲା। ଏଥର ଗଣନାରେ ଯେଭଳି କୌଣସି ବିବାଦ ନ ହେବ ଓ ବାଘର ପ୍ରକୃତ ସଂଖ୍ୟା ବାହାରିବ ସେଥିପାଇଁ ବନ ବିଭାଗ ଗୁରୁତ୍ୱ ଦେଉଛି।
ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ରାଜ୍ୟ ବନ ବିଭାଗ କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି ଗଣନା ଚାଲିଛି।
୨୦୧୪ରେ କେନ୍ଦ୍ର ସରକାରଙ୍କ ଗଣନାରେ ୨୮ ବାଘ ଓ ୨୦୧୬ରେ ରାଜ୍ୟ ସରକାରଙ୍କ ଗଣନାରେ ୪୦ ବାଘ ଥିବା ଜଣାପଡ଼ିଥିଲା। ଦ୍ୱିତୀୟ ଗଣନା ସାଟେଲାଇଟ୍ ଇମେଜ୍ ମାଧ୍ୟମରେ କରାଯାଇଥିଲା।
ଏବେ ଚାଲିଥିବା ତୃତୀୟ ପର୍ଯ୍ୟାୟ ଗଣନା କ୍ୟାମେରା ଟ୍ରାପ୍ ମାଧ୍ୟମରେ କରାଯାଉଛି।
from Odisha Reporter https://ift.tt/2A1g51K
No comments:
Post a Comment