ମୁକୁଟ ପିନ୍ଧିବେ ସଚ୍ଚୋଟ ଟିକସଦାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ମୁକୁଟ ପିନ୍ଧିବେ ସଚ୍ଚୋଟ ଟିକସଦାତା

ନୂଆଦିଲ୍ଲୀ (ଓଡିଶା ରିପୋର୍ଟର) ଯେଉଁମାନେ ନିୟମିତ ଟିକସ ପ୍ରଦାନ କରୁଛନ୍ତି ସେମାନଙ୍କୁ ସରକାର ସଚ୍ଚୋଟତାର ମୁକୁଟ ପିନ୍ଧାଇବେ। ଭାରତରେ ଅତି କମ୍ ସଂଖ୍ୟକ ଲୋକ ଆୟକର ଦାଖଲ କରୁଥିବା ବେଳେ ଏହି ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ସରକାର ଏଭଳି ଏକ  ନୂଆ ପ୍ରୟାସ ସମ୍ପର୍କରେ ବିଚାର କରୁଛନ୍ତି। କଳାଧନ କାରବାର ବନ୍ଦ କରିବା, ଟିକସ ଫାଙ୍କି ରୋକିବା ଏବଂ ଉଚ୍ଚ ଆୟବର୍ଗର ଲୋକଙ୍କୁ ଟିକସ ପରିସରଭୁକ୍ତ କରିବା ପାଇଁ ସରକାର ଏଭଳି ବିଚାର କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏଥିପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଅଧିନରେ ଏକ କମିଟି ଗଠନ କରାଯାଇଛି। କେଉଁମାନେ ସଚ୍ଚୋଟ ଉପାୟରେ ନିୟମିତ ଟିକସ ପୈଠ କରୁଛନ୍ତି ଏବଂ ସଚ୍ଚୋଟତା ମାପିବାର ମାନଦଣ୍ଡ କ’ଣ ରହିବ ତାହା ଏହି କମିଟି ନିର୍ଦ୍ଧାରଣ କରିବ। ଖୁବ୍ ଶୀଘ୍ର ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2Abkqzr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages