
ହାଇଦ୍ରାବାଦ୍: ହାଇଦ୍ରବାଦ୍ର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ପଡ଼ିଆରେ ଶେଷ ହୋଇଥିବା ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ରେ ଘଟିଥିବା ଏକ ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ ଫିଲ୍ଡ୍ ଅମ୍ପାୟାର ଇଆନ୍ ଗୁଲ୍ଡୁ ୱେଷ୍ଟଇଣ୍ଡିଜ୍ ଦଳର ଅଧିନାୟକ ଜାସନ୍ ହୋଲ୍ଡର୍ଙ୍କୁ “ସରି” କହୁଥିବା ଦେଖିବାକୁ ମିଳିଛି।
ତେବେ କ’ଣ ପାଇଁ ଗୁଲ୍ଡୁ ପଡ଼ିଆ ମଝିରେ ହୋଲ୍ଡରଙ୍କୁ ସରି କହିଲେ? “ସରି” ଶୁଣିବା ପରେ ହୋଲ୍ଡରଙ୍କ ପ୍ରତିକ୍ରିୟା କ’ଣ ରହିଥିଲା? ଏସବୁ ବିଷୟରେ ଜାଣିବା ପାଇଁ ଆପଣମାନଙ୍କ ମନରେ ଆଗ୍ରହ ସୃଷ୍ଟି ହେଉଥିବ। ଏବେ ଆସନ୍ତୁ ଜାଣିବା ପୂରା ଘଟଣା।
ଭାରତ ପକ୍ଷରୁ ପୃଥ୍ୱୀ ଶ’ ସେକେଣ୍ଡ ଇନିଂସ୍ରେ ବ୍ୟାଟିଂ କରୁଥିବା ବେଳେ ହୋଲ୍ଡର୍ ବୋଲିଂ କରୁଥିଲେ। ଏହି ସମୟରେ ଏକ ବଲ୍ ଶ’ଙ୍କ ପ୍ୟାଡ୍ରେ ବାଜିଥିଲା। ୱେଷ୍ଟଇଣ୍ଡିଜ୍ ଟିମ ଆଉଟ୍ ପାଇଁ ଅପିଲ୍ କରିଥିଲେ ହେଁ ଏହାକୁ ଇଂଲିଶ ଅମ୍ପାୟାର ଗୁଲ୍ଡୁ ନଟ୍ଆଉଟ୍ ଦେଇଥିଲେ। କାଳ ବିଳମ୍ବ ନ କରି ହୋଲ୍ଡର ରିଭ୍ୟୁ ନେଇଥିଲେ।
ରିଭ୍ୟୁରୁ ଜଣାପଡ଼ିଥିଲା ଯେ, ବଲ୍ଟି ଲାଇନ୍ରେ ପିଚ୍ ହୋଇଥିବା ବେଳେ ଇମ୍ପାକ୍ଟ୍ ମଧ୍ୟ ଲାଇନ୍ରେ ଥିଲା। ତେବେ ବଲ୍ଟି କ୍ଲିପିଙ୍ଗ୍ ଦ ବେଲ୍ ଅର୍ଥାତ ବଲ୍ଟି ବେଲ୍ରେ ମାଡ଼ ହୋଇଥିଲା। ମୋଟାମୋଟି ଦେଖିବାକୁ ଗଲେ ଏହାକୁ ଆଉଟ୍ ବୋଲି ଧରାଯାଏ। କିନ୍ତୁ ଫିଲ୍ଡ ଅମ୍ପାୟାର ଏହାକୁ ନଟ୍ ଆଉଟ୍ ଦେଇଥିବାରୁ ରିଭ୍ୟୁରେ ମଧ୍ୟ ନଟ ଆଉଟ୍ ନିର୍ଦ୍ଦେଶ ଆସିଥିଲା।
ହେଲେ ଗୁଲ୍ଡୁ ଏହା ତାଙ୍କର ଭୁଲ୍ ଥିଲା ବୋଲି ଜାଣିବା ସହ ସଙ୍ଗେସଙ୍ଗେ ହୋଲ୍ଡରଙ୍କୁ “ସରି” କହିଥିଲେ। ହୋଲ୍ଡର୍ ଏଥିରେ କ୍ରୋଧିତ ନ ହୋଇ ଗୁଲ୍ଡୁଙ୍କୁ ସ୍ମିତହାସ୍ୟ ଦେଇଥିଲେ। ଏହାପରେ ଉଭୟ ବେଶ କିଛି ସମୟ ଆଲୋଚନା କରିଥିଲେ। ଗୁଲ୍ଡୁଙ୍କ ଏହି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ପୃଥ୍ୱୀ ଶ’ ଦ୍ୱିତୀୟ ଇନିଂସ୍ରେ ୩୩ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ।
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଡେବ୍ୟୁ କରିଥିବା ଶ’ଙ୍କୁ ତାର ଦୁଇଟି ଯାକ ମ୍ୟାଚ୍ ପାଇଁ ମ୍ୟାନ୍ ଅଫ୍ ଦି ସିରିଜ୍ ମିଳିଛି।
ସେ ପ୍ରଥମ ମ୍ୟାଚ୍ରେ ୧୩୪ ରନ୍ କରିଥିବା ବେଳେ ଦ୍ୱିତୀୟ ଟେଷ୍ଟ୍ର ପ୍ରଥମ ଇନିଂସ୍ରେ ୭୦ ଓ ଦ୍ୱିତୀୟ ଇନିଂସ୍ରେ ୩୩ ରନ୍ କରି ନଟ୍ଆଉଟ୍ ରହିଥିଲେ।
ଦେଖନ୍ତୁ ଭିଡିଓ:
Great gesture from Ian Gould. #INDvWI pic.twitter.com/XdMe7zEJxK
— T.S.Suresh (@editorsuresh) October 14, 2018
from Odisha Reporter https://ift.tt/2QTi5Pe
No comments:
Post a Comment