ଜ୍ୱାଇଁର ଜଘନ୍ୟକାଣ୍ଡ: ସ୍ତ୍ରୀ, ଶାଶୂ ଓ ଶ୍ୱଶୁରଙ୍କୁ ଜିଅନ୍ତା ଜାଳିଲା, ନିଜେ ବି ବର୍ତ୍ତିଲାନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଜ୍ୱାଇଁର ଜଘନ୍ୟକାଣ୍ଡ: ସ୍ତ୍ରୀ, ଶାଶୂ ଓ ଶ୍ୱଶୁରଙ୍କୁ ଜିଅନ୍ତା ଜାଳିଲା, ନିଜେ ବି ବର୍ତ୍ତିଲାନି

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବନାପାଟ ଗାଁରେ ଘଟିଛି ଅଭାବନୀୟ ଘଟଣା। ୭ ମାସ ତଳେ ବିବାହ କରିଥିବା ଜଣେ ଯୁବକ  ପାରିବାରିକ ବିବାଦ ଯୋଗୁ ନିଜର ପତ୍ନୀ ଓ ଶାଶୂ, ଶ୍ୱଶୁରଙ୍କୁ ଜାଳି ମାରିଦେଇଛି। ଆଉ ଶ୍ୱଶୁର ତାକୁ ଭିଡ଼ି ଧରିବାରୁ ନିଆଁରେ ପୋଡ଼ି ହୋଇ ନିଜେ ମରିଛି ଜହ୍ଲାଦ ଜ୍ୱାଇଁ। ଘଟଣାରେ କେହି ସାକ୍ଷୀ କିମ୍ବା କୌଣସି କୌଣସି ପ୍ରମାଣ ନାହିଁ। ତେବେ ମୃତ୍ୟୁ ପୂର୍ବରୁ ପତ୍ନୀର ଚାଞ୍ଚଲ୍ୟକର ବୟାନ ଜ୍ୱାଇଁର ଜଘନ୍ୟ କାଣ୍ଡର ପର୍ଦ୍ଦାଫାସ କରିଛି।

ପାରିବାରିକ କଳହର ଭୟଙ୍କର ରୂପ

ପାରିବାରିକ କଳହର ଭୟଙ୍କର ପରିଣତି ସ୍ଵରୂପ ଜହ୍ଲାଦ ଜ୍ୱାଇଁ କରିଛି ଏଭଳି ଜଘନ୍ୟ କାଣ୍ଡ। ଏକ ସଙ୍ଗେ ପତ୍ନୀ, ଶାଶୂ ଆଉ ଶ୍ୱଶୁରଙ୍କୁ ଜାଳି ମାରିଦେଲା। ଆଉ ସେହି ନିଆଁରେ ନିଜେ ଜ୍ୱାଇଁ ମଧ୍ୟ ଜଳିପୋଡ଼ି ଛାରଖାର ହୋଇଗଲା। ସ୍ଵାମୀ ହରେକୃଷ୍ଣ ମଲ୍ଲିକ ଏଭଳି କାଣ୍ଡ ଭିଆଇଥିବା ନେଇ ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଛନ୍ତି ତାଙ୍କ ପତ୍ନୀ ରୁବିନା। ଏଥିରେ ପତ୍ନୀ ରୁବିନା ମଲ୍ଲିକ, ଶାଶୂ  କମଳା ସାହୁ ଏବଂ ଶ୍ୱଶୁର ନବଘନ ସାହୁ ଜୀବନ୍ତ ଦଗ୍ଦ ହୋଇଛନ୍ତି।

ପୁଲିସର ତଦନ୍ତ

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ସାତ ମାସ ତଳେ ରୁବିନାଙ୍କୁ ବାହା ହୋଇଥିଲେ ଭଦ୍ରକ ତିହିଡ଼ି ଥାନା ଅଞ୍ଚଳର ହରେକୃଷ୍ଣ।  ପରବର୍ତ୍ତୀ ସମୟରେ ରୁବିନାଙ୍କ ପରିବାର ଓ ହରେକୃଷ୍ଣଙ୍କ ମଧ୍ୟରେ ଆରମ୍ଭ ହେଲା ବିବାଦ।  ଆଉ ସେହି ବିବାଦ ଭୟଙ୍କର ରୂପ ଧାରଣ କରିବାରୁ ସମସ୍ତଙ୍କୁ ସବୁଦିନ ପାଇଁ ଶେଷ କରିବାକୁ ଯୋଜନା କରିଥିଲା ହରେକୃଷ୍ଟ। ଆଉ ଯୋଜନା ମୁତାବକ ରବିବାର ରାତି ପ୍ରାୟ ସାଢ଼େ ଗୋଟାଏରେ ପତ୍ନୀ ରୁବିନା ଏବଂ ଶାଶୁ କମଳାଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଇଥିଲା। ଏହି ସମୟରେ ଶ୍ୱଶୁର ପ୍ରତିବାଦ କରିବାରୁ ତାଙ୍କ ଦେହରେ ମଧ୍ୟ ନିଆ ଲଗାଇଦେଇଥିଲା। ଆଉ ଏହି ନିଆଁରେ ଛଟପଟ ହେଉଥିବା ଶ୍ୱଶୁର ତାକୁ ନଛାଡ଼ିବାରୁ ହରେକୃଷ୍ଣ ମଧ୍ୟ ନିଜେ ଜଳିପୋଡ଼ି ଦଗ୍ଧ ହୋଇଗଲା।

ମୃତଦେହ ବ୍ୟବଚ୍ଛେଦ

ଏହି ଘଟଣା ପରେ ପୁଲିସ ଏକ ମାମଲା ରୁଜୁ କରି ୪ଟି ମୃତଦେହର ବ୍ୟବଚ୍ଛେଦ କରାଇଛି।  ତା’ ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଜାରି ରଖିଛି ତଦନ୍ତ।  ତେବେ ତଦନ୍ତ ପରେ ଏହି ବୀଭତ୍ସ ହତ୍ୟାକାଣ୍ଡର ଅସଲ କାରଣ ସ୍ପଷ୍ଟ ହେବ।



from Odisha Reporter https://ift.tt/2NW4QLG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages