
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ନଂ ୧ ଓ ନଂ ୨ ଅଧିକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସମ୍ମୁଖ ଯୁଦ୍ଧ ଏବେ ତୀବ୍ର ରୂପ ନେବାକୁ ବସିଛି। ସିବିଆଇର ୨ ନଂ ଅଧିକାରୀ ତଥା ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଏକ ଦୁର୍ନୀତି ମାମଲା ରଫାଦଫା କରିବାକୁ ୨ କୋଟିର ଲାଞ୍ଚ ନେଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ଆଜି ସିବିଆଇର ଏକ ଟିମ୍ ସିବିଆଇ ମୁଖ୍ୟାଳୟରେ ହିଁ ଚଢ଼ଉ କରି ଘଟଣାର ଛାନଭିନ୍ କରିଛି।
ଏହି ‘ଲାଞ୍ଚ ଘଟଣା’ରେ ପ୍ରମାଣ ସଂଗ୍ରହ ପାଇଁ ସିବିଆଇ ନିଜ ଦପ୍ତରରେ ଏଭଳି ଚଢ଼ଉ କରିଥିବା ଜଣାପଡ଼ିଛି। ଏଥିସହ ସିବିଆଇ ଆଜି ସିବିଆଇର ଡିଏସ୍ପି ଦେବେନ୍ଦ୍ର କୁମାରଙ୍କୁ ଗିରଫ କରିଛି। ଦେବେନ୍ଦ୍ର ସିବିଆଇର ମୁଖ୍ୟ ଆଲୋକ ବର୍ମାଙ୍କ ନାଁରେ ମିଛ ବୟାନ ଦେବା ସହ ରାକେଶ ଆସ୍ଥାନାଙ୍କ ସହ ମିଶି କାର୍ଯ୍ୟ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ଉଲ୍ଲେଖଯୋଗ୍ୟ, ମାଂସ ବ୍ୟବସାୟୀ ମୋଇନ୍ କୁରେଶି ଦୁର୍ନୀତି ମାମଲାକୁ ରଫାଦଫା ତଥା ଏହି ଘଟଣାରେ ସଂପୃକ୍ତ ସତୀଶ ସାନାଙ୍କୁ ସୁରକ୍ଷା ଦେବାକୁ ଆସ୍ଥାନା ୨ କୋଟି ଟଙ୍କାର ଲାଞ୍ଚ ନେଇଥିବା ଖୋଦ୍ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା କହିବା ସହ ତାଙ୍କ ନାଁରେ ଏଫ୍ଆଇଆର୍ ରୁଜୁ କରିଛନ୍ତି।
from Odisha Reporter https://ift.tt/2PN6mS1
No comments:
Post a Comment