ଆସିଲାନି ଆମ୍ୱୁଲାନ୍ସ,ବୃଦ୍ଧ ରୋଗିଣା ବାପାଙ୍କୁ ଭାରରେ ବୋହିଲେ ଦୁଇ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଆସିଲାନି ଆମ୍ୱୁଲାନ୍ସ,ବୃଦ୍ଧ ରୋଗିଣା ବାପାଙ୍କୁ ଭାରରେ ବୋହିଲେ ଦୁଇ ପୁଅ

କଲ୍ୟାଣସିଂହପୁର (ମାଉଡି ବାରିକ): ଫୋନ କଲେ, ହେଲେ ଆସିଲାନି ଆମ୍ବୁଲାନ୍ସ! ଶେଷରେ ଉପାୟଶୂନ୍ୟ ହୋଇ ଭାରରେ ଅସୁସ୍ଥ ବୃଦ୍ଧ ରୋଗିଣା ବାପାଙ୍କୁ ଭାରରେ ବୋହି ଡାକ୍ତରଖାନା ନେଲେ ଦୁଇ ପୁଅ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଘାଗୁଡ଼ିମାଳ ଅଞ୍ଚଳରୁ ଦେଖିବାକୁ ମିଳିଛି ଏପରି ଚିତ୍ର।
ଆଜି ଘାଗୁଡ଼ିମାଳ ଗାଁର ନାଗବଂଶ ପଶୁଙ୍କ ଦେହ ଅସୁସ୍ଥ ହୋଇଥିଲା। ତାଙ୍କୁ କଲ୍ୟାଣସିଂହପୁର ମେଡିକାଲକୁ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ କର୍ମଚାରୀ ଆସିବାକୁ ସିଧାସିଧା ମନା କରିଦେଇଥିବା ଅଭିଯୋଗ ହୋଇଛି। 
 
ଫଳରେ ଘାଗୁଡ଼ିମାଳ ଗାଁଠାରୁ ପ୍ରାୟ ୩ କିଲୋମିଟର ଦୂର ମେଡିକାଲକୁ ଭାର କରି ବୃଦ୍ଧ ବାପାଙ୍କୁ ବୋହି ନେଇଥିଲେ ଦୁଇ ପୁଅ। ତେବେ ରାସ୍ତାରେ ପଡ଼ିଥିଲା କଲ୍ୟାଣୀ ନଦୀ। ଗତବର୍ଷ ବନ୍ୟାରେ କଲ୍ୟାଣୀ ନଦୀ ପୋଲ ଭାଙ୍ଗି ଯାଇଥିବାରୁ ବୃଦ୍ଧ ବାପାଙ୍କୁ ଭେଳା କରି ନଦୀ ପାର କରିଥିଲେ ଦୁଇ ପୁଅ। 


from Odisha Reporter https://ift.tt/2z0f203

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages