ଆସନ୍ତାକାଲି ଦ୍ୱିତୀୟ ଦିନିକିଆ: ଟିମ୍‌ ଇଣ୍ଡିଆ ଅପରିବର୍ତ୍ତିତ,କମ୍‌ ବ୍ୟାକ୍‌ ଲକ୍ଷ୍ୟରେ ଇଣ୍ଡିଜ୍‌ ବାହିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଆସନ୍ତାକାଲି ଦ୍ୱିତୀୟ ଦିନିକିଆ: ଟିମ୍‌ ଇଣ୍ଡିଆ ଅପରିବର୍ତ୍ତିତ,କମ୍‌ ବ୍ୟାକ୍‌ ଲକ୍ଷ୍ୟରେ ଇଣ୍ଡିଜ୍‌ ବାହିନୀ

ବିଶାଖାପାଟନମ୍‌: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆକୁ ବେଶ ଆରାମରେ ଜିତି ନେଇଥିବା ଟିମ୍‌ ଇଣ୍ଡିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ପାଇଁ ଆସନ୍ତାକାଲି ବିଶାଖପାଟନମ୍‌ ପଡ଼ିଆକୁ ଓହ୍ଲାଇବ। ବିଜୟ ଧାରାକୁ ଅବ୍ୟାହତ ରଖିବାକୁ ଟିମ୍‌ ଇଣ୍ଡିଆ ସବୁ ପ୍ରକାରର ଉଦ୍ୟମ କରିବ। ତେବେ ପ୍ରଥମ ଦିନିକିଆରେ ୩୨୨ ରନ୍‌ କରିବା ସତ୍ତ୍ୱେ ଭାରତଠାରୁ ୮ ୱିକେଟ୍‌ରେ ହାରିଥିବା ଇଣ୍ଡିଜ୍‌ ପାଇଁ ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ତଥାପି ଦଳ ଆସନ୍ତକାଲି ମ୍ୟାଚ୍‌ରେ କମ୍‌ବ୍ୟାକ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।

ଆସନ୍ତାକାଲି ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ଆଜି ସାମ୍ଭାବ୍ୟ ୧୨ ଜଣିଆ ଦଳ ଘୋଷଣା କରିଛି। ପ୍ରଥମ ଦିନିକିଆରେ ଯେଉଁ ୧୨ ଜଣଙ୍କ ନାଁ ଥିବା ଦ୍ୱିତୀୟ ଦିନିକିଆରେ ଏହା ଅପରର୍ତ୍ତିତ ରହିଛି। ଅର୍ଥାତ ଦଳ ୱିନିଂ କମ୍ବିନେସନ୍‌କୁ ଅତୁଟ୍‌ ରଖିଛି।

ତଥାପି ୧୨ ଜଣିଆ ଦଳରେ ସ୍ଥାନ ପାଇ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିଥିବା ଚାଇନା ମ୍ୟାନ୍‌ କୁଲଦୀପ ଯାଦବଙ୍କୁ ଦଳ ଏଥର ସୁଯୋଗ ଦେଇପାରେ। ଯଦି ଏମିତି ହୁଏ, ତା’ହେଲେ ନବାଗତ ଖଲୀଲ ଅହମ୍ମଦ କିମ୍ବା ଭେଟରାନ୍‌ ସିମର୍‌ ମହମ୍ମଦ ଶାମିଙ୍କ ମଧ୍ୟରୁ ଜଣଙ୍କୁ ବେଞ୍ଚରେ ବସିବାକୁ ପଡ଼ିବ।

କାରଣ ଗତଥର ଇଣ୍ଡିଜ୍‌ ବ୍ୟାଟସ୍‌ମ୍ୟାନ୍‌ମାନେ ଭାରତୀୟ ପେସର୍‌ଙ୍କୁ ଗୋଟିଏ ସମୟରେ ଏକ ପ୍ରକାରର ପ୍ରଭାବଶୂନ୍ୟ କରିଦେଇଥିଲେ। ତେଣୁ ଟିମ୍‌ ଇଣ୍ଡିଆ ତା’ର ଚିରାଚରିତ ସ୍ପିନିଂ ବାହିନୀକୁ ନେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ରହିଛି।

ଆସନ୍ତାକାଲି ଟିମ୍‌ ଇଣ୍ଡିଆ ତା’ର ୯୫୦ତମ ଦିନିକିଆ ଖେଳିବ। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଦଳ ଏଭଳି କୀର୍ତ୍ତିମାନ ସ୍ଥାପନ କରିବ। ତେଣୁ ଏହି ଐତିହାସିକ ମ୍ୟାଚ୍‌କୁ ଜିତିବାକୁ ବିରାଟ୍‌ ଆଣ୍ଡ କୋ ପୂରା ଦମ ଲଗାଇବେ। ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ ଅପ୍‌ ସବୁଠାରୁ ଶକ୍ତିଶାଳୀ ରହିଛି। ଗତ ମ୍ୟାଚ୍‌ରେ ରୋହିତ ଶର୍ମା ଓ ବିରାଟ୍‌ କୋହଲି ନିଜର ଯାଦୁ ଦେଖାଇଛନ୍ତି। ସେମାନଙ୍କଠାରୁ ଆସନ୍ତାକାଲି ମ୍ୟାଚ୍‌ରେ ଦର୍ଶକ ଆଉ ଏକ ଆକର୍ଷଣୀୟ ଇନିଂସ ଦେଖିବାର ଅପେକ୍ଷାରେ ରହିଛନ୍ତି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଇଣ୍ଡିଜ୍‌ ବ୍ୟାଟିଂ କ୍ରମ ଠିକ୍‌ ଠାକ ରହିଛି। ହେଲେ ବୋଲିଂ ବାହିନୀ ସଂପୂର୍ଣ୍ଣ ଦୁର୍ବଳ। କେବଳ କେମା ରୋଚ, ମାର୍ଲନ୍‌ ସାମୁଏଲ୍‌ସ୍‌ ଓ ଅଧିନାୟକ ଜେସନ ହୋଲ୍ଡରଙ୍କୁ ଛାଡ଼ିଦେଲେ ସମସ୍ତେ ନୂଆ ଖେଳାଳି। ତେଣୁ ଭାରତ ଭଳି ଏକ ଶକ୍ତିଶାଳୀ ଟିମ୍‌କୁ ଚେକ୍‌ ଦେବାକୁ ଏହି ଦଳରେ ଯେ ସକ୍ଷମ ତାହା କହିବା ଭୁଲ ହେବ। କିନ୍ତୁ କ୍ରିକେଟ୍‌ ଏକ ଅନିଶ୍ଚିତତାର ଖେଳ ହୋଇଥିବାରୁ ଆସନ୍ତାକାଲି ଆଉ ଏକ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ଦର୍ଶକେ ନିଶ୍ଚିତ ଅପେକ୍ଷା କରିବେ। ଏହା ସହିତ ଅଧିନାୟକ ହୋଲ୍‌ଡରଙ୍କ ନେତୃତ୍ୱାଧୀନ ଇଣ୍ଡିଜ୍‌ର ଦ୍ରୁତ ବୋଲିଂ ଅଧିକ ଶାଣିତ ହେଲେ, ରେକର୍ଡ ବୁକ୍‌ ବି ଓଲଟପାଲଟ ହୋଇଯାଇପାରେ।

ଟିମ୍‌ ଇଣ୍ଡିଆ: ରୋହିତ୍‌ ଶର୍ମା, ଶିଖର ଧୱନ୍‌, ବିରାଟ୍‌ କୋହଲି(ଅ), ଅମ୍ବାତି ରାୟୁଡ଼ୁ, ରିଷଭ ପନ୍ତ, ଏମ୍‌ଏସ୍‌ ଧୋନି(ୱି), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚହଲ୍‌, ଉମେଶ ଯାଦବ, ମହମ୍ମଦ ଶାମି। ଦ୍ୱାଦଶ ଖେଳାଳି: ଖଲୀଲ୍‌ ଅହମ୍ମଦ

ଟିମ୍‌ ଇଣ୍ଡିଜ୍‌: ସୁନିଲ୍‌ ଆମ୍ବ୍ରିସ୍‌, କାଇରନ୍‌ ପୱେଲ୍‌, ଶାଇ ହୋପ୍‌(ୱି), ମାର୍ଲନ୍‌ ସାମୁଏଲ୍‌ସ୍‌, ଶିମ୍‌ରନ୍‌ ହେଟମେୟର୍‌, ରଭ୍‌ମ୍ୟାନ୍‌ ପାୱେଲ୍‌, ଜେସନ୍‌ ହୋଲ୍‌ଡର୍‌(ଅ), ଆଶ୍‌ଲେ ନର୍ସ୍‌, କିମୁ ପଲ୍‌, ଦେବେନ୍ଦ୍ର ବିଶୁ, ଆଲ୍‌ଜାରି ଯୋଶେଫ୍‌/କେମାର୍ ରୋଚ୍‌



from Odisha Reporter https://ift.tt/2ScOrGb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages