ରାଜଧାନୀ ଏକ୍ସପ୍ରେସ୍‌ରେ ପିଟି ହେଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ରାଜଧାନୀ ଏକ୍ସପ୍ରେସ୍‌ରେ ପିଟି ହେଲା ଟ୍ରକ୍‌

TrainAccident

ରତଲାମ: ମଧ୍ୟ ପ୍ରଦେଶର ଗୋଧରା ଓ ରତଲାମ୍ ମଧ୍ୟରେ ଏକ ଟ୍ରକ୍‌ ସହିତ ଧକ୍କା ହେବା ପରେ ଲାଇନ୍‌ଚ୍ୟୁତ ହୋଇଛି ତ୍ରିଭେନ୍ଦ୍ରମ୍ ରାଜଧାନୀ ଏକ୍ସପ୍ରେସ୍‌।

ଚାନ୍ଦଲା ଷ୍ଟେସନ୍ ନିକଟପରେ ସମଫାର ଫାଟକରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ଧକ୍କା ଦେବା ପରେ ରାଜଧାନୀ ଏକ୍ସପ୍ରେସ୍‌ର ଦୁଇଟି କୋଚ୍ ଲାଇନ୍‌ଚ୍ୟୁତ୍ ହୋଇଛି। ଏଥିରେ ଟ୍ରେନ୍‌ରେ ଥିବା କୌଣସି ଯାତ୍ରୀ ହତାହତ ହୋଇଥିବା ସୂଚନା ମିଳିନାହିଁ।

ଦୁର୍ଘଟଣାରେ ଟ୍ରକଟି ଭାଙ୍ଗିରୁଜି ଯାଇଥିବା ବେଳେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।

ଆଜି ସକାଳ ପ୍ରାୟ ୬ଟା ୪୫ ମିନିଟ୍‌ରେ ଏହି ଘଟଣା ଘଟିଛି। ଟ୍ରେନ୍‌ ଆସୁଥିବା ଯୋଗୁ ଫାଟକର ଗେଟ୍ ବନ୍ଦ ଥିଲା। କିନ୍ତୁ ଟ୍ରକ୍‌ଟି ଫାଟକର ଗେଟ୍ ଭାଙ୍ଗି ଚାଲି ଯାଇଥିଲା ଏବଂ ଟ୍ରେନ୍ ସହିତ ଧକ୍କା ହୋଇଥିଲା। ଟ୍ରେନ୍‌ର କୋଚ୍ ନମ୍ବର ୭ ଓ ୮ ମଝିରେ ଟ୍ରକ୍‌ଟି ବାଡ଼େଇ ହୋଇଥିଲା।

ଲାଇନ୍‌ଚ୍ୟୁତ୍ ହୋଇଥିବା ଦୁଇଟି କୋଚ୍‌ର ଯାତ୍ରୀଙ୍କୁ ଅନ୍ୟ କୋଚ୍‌ରେ ବସାଯାଇଥିଲା ଓ ଟ୍ରେନ୍ ପୁଣି ଯାତ୍ରା ଆରମ୍ଭ କରିଥିଲା।



from Odisha Reporter https://ift.tt/2AgoQow

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages