୫୦ କୋଟି ମୋବାଇଲ୍ ନମ୍ବର ବନ୍ଦ ହୋଇଯିବା ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

୫୦ କୋଟି ମୋବାଇଲ୍ ନମ୍ବର ବନ୍ଦ ହୋଇଯିବା ଆଶଙ୍କା

mobilenumber

ନୂଆଦିଲ୍ଲୀ: ଦେଶର ୫୦ କୋଟି ମୋବାଇଲ୍ ଫୋନ୍ ନମ୍ବର ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଆଧାର ନମ୍ବର ସହିତ ଜଡ଼ିତ କେୱାଇସି (ନୋ ୟୋର କଷ୍ଟମର୍) ଯୋଗୁ ଏଭଳି ଏକ ସ୍ଥିତି ଉତ୍ପନ୍ନ ହେବାକୁ ଯାଉଛି ବୋଲି କୁହାଯାଉଛି।

ଦେଶର ୫୦ କୋଟି ମୋବାଇଲ୍‌ ଫୋନ୍ ବ୍ୟବହାରକାରୀ ଟେଲିକମ୍ କଂପାନୀଗୁଡ଼ିକୁ ‘ଆଧାର’ ବ୍ୟତୀତ ଅନ୍ୟ କୌଣସି ଡକ୍ୟୁମେଣ୍ଟ୍ ଦେଇ ନାହାନ୍ତି। ତେଣୁ ସେମାନଙ୍କ ନମ୍ବର ବନ୍ଦ ହୋଇଯିବା ଆଶଙ୍କା ରହିଛି।

କିଛି ଦିନ ତଳେ ସୁପ୍ରିମ୍‌କୋର୍ଟ ‘ଆଧାର’ ମାମଲାରେ ରାୟ ଦେଇ କହିଥିଲେ ଯେ ଟେଲିକମ୍ କଂପାନୀଗୁଡ଼ିକ ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ଆଧାର ନମ୍ବରକୁ ବ୍ୟବହାର କରିପାରିବେ ନାହିଁ।

ତେବେ ୫୦ କୋଟି ମୋବାଇଲ୍ ନମ୍ବର ‘ଆଧାର’ରେ ହିଁ ଚାଲିଛି। କୋର୍ଟଙ୍କ ରାୟ ଅନୁଯାୟୀ, ଟେଲିକମ୍ କଂପାନୀଗୁଡ଼ିକୁ ହିତାଧିକାରୀଙ୍କ ଆଧାର କାର୍ଡ ସଂପର୍କିତ ତଥ୍ୟକୁ ହଟାଇବାକୁ ପଡ଼ିବ। ଅନ୍ୟପକ୍ଷରେ ଏମାନେ ନିଜର ପରିଚୟ ସଂପର୍କରେ ଅନ୍ୟ କୌଣସି ଡକ୍ୟୁମେଣ୍ଟ୍ ଦେଇ ନଥିବା ଯୋଗୁ ଆଧାର ତଥ୍ୟ ହଟିବା ପରେ ମୋବାଇଲ୍ ନମ୍ବର ବି ବନ୍ଦ ହୋଇଯିବ।

ସରକାରୀ ସ୍ତରରେ ଏବେ ଏହାକୁ ନେଇ ଗମ୍ଭୀରତାର ସହିତ ବିଚାର କରାଯାଉଛି। ସମାଧାନର ରାସ୍ତା ଖୋଜିବା ପାଇଁ ବିଚାରବିମର୍ଶ ଚାଲିଛି। ଏନେଇ ଗତକାଲି ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନ ବିଭିନ୍ନ ଟେଲିକମ୍ କଂପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ରିଲାଏନ୍ସ ଜିଓ ‘ଆଧାର’ ଦ୍ୱାରା ହିଁ ସବୁଠୁ ଅଧିକ ନମ୍ବର ଗ୍ରାହକଙ୍କୁ ଦେଇଛି। କାରଣ ‘ଆଧାର’ରେ ଗ୍ରାହକଙ୍କ ପୂରା ତଥ୍ୟ ଥାଏ ଓ ବାୟୋମେଟ୍ରିକ୍ ଦ୍ୱାରା ସେମାନଙ୍କ ଚିହ୍ନଟ ହୋଇପାରେ। ଗତମାସ ସୁଦ୍ଧା ଜିଓର ଗ୍ରାହକ ସଂଖ୍ୟା ୨୫ କୋଟିରେ ପହଞ୍ଚିଥିଲା। ଏଣୁ ଜିଓ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ।



from Odisha Reporter https://ift.tt/2J36TwF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages