ଲୁଟ୍ ମିଶନରେ ପରିଣତ ହୋଇଛି ‘ସ୍ୱଚ୍ଛ ଭାରତ’ ଯୋଜନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଲୁଟ୍ ମିଶନରେ ପରିଣତ ହୋଇଛି ‘ସ୍ୱଚ୍ଛ ଭାରତ’ ଯୋଜନା!

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ଝିଅ ଓ ବୋହୂଙ୍କ ଲଜ୍ଜା ନିବାରଣ ହେବ। ପରିଚ୍ଛନ୍ନତା ବଢିବ। ସେହି ଲକ୍ଷ୍ୟରେ ସ୍ୱଚ୍ଛ ଭାରତ ଯୋଜନାରେ ପ୍ରତି ଘରେ ପାଇଖାନା ନିର୍ମାଣ ହେଉଛି। ତେବେ ଏଥିରେ ମଧ୍ୟ ଘୋଟାଲା। କେଉଁଠି ଯୋଗ୍ୟ ହିତାଧିକାରୀ ଶୌଚାଳୟ ପାଇନାହାନ୍ତି ତ ଆଉ କେଉଁଠି ତଞ୍ଚକତା କରି ଜାଲ୍‌ ନାଁରେ ଟଙ୍କା ଉଠାଇ ନେଉଛନ୍ତି। ଏପରି ଅଭିଯୋଗ ବାଲେଶ୍ୱରରୁ ଆସିଛି।

ବାଲେଶ୍ୱର ପୌର ପରିଷଦ ୧୬ ନମ୍ବର ଓ୍ୱାର୍ଡର ଦିବ୍ୟାଙ୍ଗ ହିତାଧିକାରୀ ସରୋଜ କୁମାର ମହାନ୍ତି ଦୃଷ୍ଟିହୀନ ହୋଇଥିବାରୁ ବାହାରକୁ ଶୌଚ ପାଇଁ ଯିବାରେ ତାଙ୍କୁ ଭାରି ଅସୁବିଧା ହେଉଥିଲା। ତେଣୁ ସ୍ୱଚ୍ଛ ଭାରତ ମିଶନରେ ତାଙ୍କୁ ପାଇଖାନା ମଞ୍ଜୁର ହୋଇଥିଲା। ଏ କଥା ଶୁଣିବା ପରେ ସେ ଖୁସି ହୋଇଥିଲେ। ହେଲେ ସରୋଜଙ୍କର ଏହି ଶୌଚାଳୟ ସ୍ୱପ୍ନ ଏଯାଏ ପୂରଣ ନ ହୋଇ ସ୍ୱପ୍ନରେ ହିଁ ରହିଯାଇଛି। କାରଣ ତାଙ୍କୁ ମଞ୍ଜୁର ହୋଇଥିବା ୮ ହଜାର ଟଙ୍କାରେ ଅଧା ନିର୍ମାଣ କରି କାମ ବନ୍ଦ କରିଦେଇଛନ୍ତି ଠିକାଦାର।

ଏ ସମ୍ପର୍କରେ ଠିକାଦାର ନୱଲ କୁମାର ସିଂହଙ୍କୁ ପଚାରିବାରୁ ଉତ୍ତର ମିଳୁଛି, ୮ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଗଲାଣି, ଆଉ ଟଙ୍କା ନମିଳିଲେ କାମ ସାରିବା ସମ୍ଭବ ନୁହେଁ।

ଅନ୍ୟ ଜଣେ ହିତାଧିକାରୀ ହେଲେ ରେମୁଣା ଅଞ୍ଚଳର ଶ୍ୟାମା ମହାଳିକ। ଶ୍ୟାମାଙ୍କ ପାଇଖାନା ତିଆରି କାମ ସରିଯାଇଛି। ହେଲେ ଏତେ ନିମ୍ନମାନର କାମ ହୋଇଛି ଯେ, ଭୁଶୁଡି ପଡିବା ଭୟରେ ପରିବାର ଲୋକେ ଏହାକୁ ବ୍ୟବହାର କରୁନାହାନ୍ତି। କେବେଳ ଶ୍ୟାମା ନୁହଁନ୍ତି, ଗାଁର ଅନେକ ହିତାଧିକାରୀ ସମାନ ଦଶା ଭୋଗୁଛନ୍ତି।

ସେପଟେ ବସ୍ତା, ଜଳେଶ୍ୱର ଓ ଭୋଗରାଇ ବ୍ଲକରୁ ଆସିଛି ଆହୁରି ବହୁ ଗୁରୁତର ଅଭିଯୋଗ। କିଛି ସ୍ଥାନରେ ଆଦୌ କାମ ନକରି ଠିକାଦାର ଟଙ୍କା ଉଠାଇ ନେଇଛି। ଆଉ କିଛି ସ୍ଥାନରେ ମଲା ଲୋକଙ୍କ ନାଁରେ ବିଲ୍‌ କରି ଟଙ୍କା ଉଠାଯାଇଛି। ଏଭଳି ସଙ୍ଗିନ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି। ତେବେ ବିଡ଼ମ୍ବନାର ବିଷୟ, ଖୋଦ୍ ଜିଲ୍ଲାପାଳ ଏ ବିଷୟରେ ଜାଣିନାହାନ୍ତି।

ବାଲେଶ୍ୱରର ୧୨ଟି ବ୍ଳକରେ ୨୦୧୮ ଆର୍ଥିକ ବର୍ଷ ସୁଦ୍ଧା ୩ ଲକ୍ଷ ୬୧ ହଜାର ୭୭୬ ପାଇଖାନା ନିର୍ମାଣ ପାଇଁ ଲକ୍ଷ୍ୟ ଥିଲା। ସରକାରୀ ହିସାବ କହୁଛି, ଜୁଲାଇ ସୁଦ୍ଧା ୩ ଲକ୍ଷ ୪୮ ହଜାର ୯୨୭ଟି ପାଇଖାନାର ନିର୍ମାଣ ସରିଛି। ତେବେ ବାସ୍ତବରେ ଏହାର ସଂଖ୍ୟା ବହୁତ କମ୍‌।



from Odisha Reporter https://ift.tt/2xXSZaZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages