ସାଂସଦଙ୍କ ଖାସ୍ ଲୋକଙ୍କ ରଙ୍ଗଶାଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ସାଂସଦଙ୍କ ଖାସ୍ ଲୋକଙ୍କ ରଙ୍ଗଶାଳା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ଜଣେ ସାଂସଦଙ୍କ ଇମେଜକୁ ସୁଧାରିବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣେ ଯୁବକଙ୍କ ରଙ୍ଗଶାଳାକୁ ନେଇ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ରାଜଧାନୀର ଏକ ସମ୍ଭ୍ରାନ୍ତ ଅଞ୍ଚଳରେ ଥିବା ଏହି କୋଠାର ତୃତୀୟ ମହଲାରେ କୁଆଡ଼େ ନିଇତି ସୁରା-ସାକିର ଖୁଲମଖୁଲା କାରବାର ହେଉଛି। ଆଉ ସେଠାରେ ଗ୍ରାହକ ସାଜୁଛନ୍ତି ପାୱାର କରିଡରର ହାଇପ୍ରୋଫାଇଲ ବ୍ୟକ୍ତିମାନେ। 

ଚର୍ଚ୍ଚା ହେଉଛି, ରାଜଧାନୀ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇଥିବା ଜଣେ ଅଫିସର କୁଆଡ଼େ ଦୀର୍ଘ କିଛିବର୍ଷ ହେଲା ଏହି ରଙ୍ଗଶାଳାର ନିୟମିତ ଗ୍ରାହକ।ଏହି ବାବୁ ଅନ୍ୟ ଏକ ଜିଲ୍ଲାରେ ଶୀର୍ଷ ପଦବୀରେ ଥିବାବେଳେ କୁଆଡ଼େ ପ୍ରାୟତଃ ଏହି ରଙ୍ଗଶାଳାକୁ ଆସୁଥିଲେ। ଆଉ ସେହିଠାରେ ହିଁ ବାବୁ ଓ ତାଙ୍କ ପତ୍ନୀଙ୍କ ଭୁବନେଶ୍ୱର ବଦଳି କଥା ଚୂଡ଼ାନ୍ତ ହୋଇଥିଲା। ଏବେ ଉଭୟ ପତି-ପତ୍ନୀ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ଅଛନ୍ତି। 

ସେମାନଙ୍କ ମଧ୍ୟରୁ ଜଣେ ଏବେ ପାୱାର କରିଡରର ସର୍ବାଧିକ ପାୱାରଫୁଲ୍ ହୋଇଥିବାବେଳେ ବିଜେଡି ନେତାମାନେ କୁଆଡ଼େ ରାତି ପାହିଲେ ଯାଇ ତାଙ୍କ ଆଗରେ ନତମସ୍ତକ ହେଉଛନ୍ତି। ପତି-ପତ୍ନୀ ଯେବେଠୁ ପାୱାରଫୁଲ୍ ହେଲେଣି, କୁଆଡ଼େ ସମ୍ପୃକ୍ତ ଯୁବକଙ୍କର ପାୱାର କରିଡରରେ ଅବାଧ ପ୍ରବେଶ ହୋଇଛି। ପୂର୍ବରୁ ଯେଉଁ କରିଡର (ସର୍ବାଧିକ ସୁରକ୍ଷା ବଳୟରେ ରହୁଥିବା ସ୍ଥାନ)କୁ ପଶିବା ଏହି ଯୁବକ ଓ ତାଙ୍କ ବସ୍ (ସାଂସଦ)ଙ୍କ ପକ୍ଷରେ ସମ୍ଭବପର ହେଉନଥିଲା କୁଆଡ଼େ ଏବେ ସେହି କରିଡରରେ ତାଙ୍କର ଘଣ୍ଟା ଘଣ୍ଟା ବିତୁଛି। 

ନିୟମିତ ଦେଶବିଦେଶରେ ଦିନ ବିତାଉଥିବା ଏହି ଯୁବକ ଜଣକ ମାସକୁ ଯେତିକି ଦିନ ଭୁବନେଶ୍ୱରରେ ରୁହନ୍ତି କୁଆଡ଼େ ସେ ସେହି ପାୱାର କରିଡରକୁ ଆସିବାକୁ ଭୁଲୁନାହାନ୍ତି।

ଚର୍ଚ୍ଚା ହେଉଛି,ଯେଉଁ ଯୁବକ ଦିନେ ନିଜ ମୁଖିଆଙ୍କ ପାଇଁ ମାର୍ଗ ସୁଗମ କରିବାକୁ ପାୱାର କରିଡରରେ ଥିବା ବାବୁମାନଙ୍କ ନିକଟରେ ପହଞ୍ଚିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଉଥିଲେ ଏବେ ସିଏ ନିଜେ ସେହି କରିଡରର ଅବାଧ ପ୍ରବେଶ କରି ଅହେତୁକ ଫାଇଦା ନେବାରେ ଲାଗିଛନ୍ତି। ଅବଶ୍ୟ ରାଜ୍ୟର ସର୍ବାଧିକ ସୁରକ୍ଷିତ କରିଡରରେ କାର୍ଯ୍ୟରତ ଜଣେ ନିର୍ଦ୍ଦିଷ୍ଟ ଅଫିସରଙ୍କ ପାଖକୁ ଏହି ଯୁବକଙ୍କ ପ୍ରବେଶ ରହୁଛି।

କିନ୍ତୁ ସେହି କରିଡରରେ ଯେଭଳି ତାଙ୍କର ଅବାଧ ପ୍ରବେଶ ଏବେ ବୃଦ୍ଧି ପାଇଛି ତାହା କୁଆଡ଼େ ବିଜେଡିର ଅନେକ ନେତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଅନେକ ଏହାକୁ ନାପସନ୍ଦ କରୁଥିଲେ ମଧ୍ୟ ଦଳର ସୁପ୍ରିମୋ ଓ ଦ୍ୱିତୀୟ କ୍ଷମତା କେନ୍ଦ୍ର କାଳେ ଅସନ୍ତୁଷ୍ଟ ହେବେ, ସେହି ଭୟରେ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2QuYFjx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages