ହଠାତ୍‌ କାହିଁକି ଦରକାର ହେଲା ରାଜଭବନ ଏସ୍‌ଓପି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ହଠାତ୍‌ କାହିଁକି ଦରକାର ହେଲା ରାଜଭବନ ଏସ୍‌ଓପି !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟପାଳଙ୍କୁ ନିମନ୍ତ୍ରଣ ଓ ତାଙ୍କ ଗସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବା କ୍ଷେତ୍ରରେ ବହୁ ପୂର୍ବରୁ ଅନୁସୃତ ବିଧି ଓ ପରମ୍ପରା ରହି ଆସିଥିଲେ ସୁଦ୍ଧା ହଠାତ ସେହି ବ୍ୟାପାରରେ ରାଜଭବନ ପକ୍ଷରୁ ଗୁରୁବାର ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର(ଏସଓପି)କୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ସଂଘ ପରିବାରର ପୂର୍ବତନ ସକ୍ରିୟ ସଦସ୍ୟ ତଥା ବିଜେପି ନେତାରୁ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହୋଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ ଉପରେ ନଜର ତଥା ନିୟନ୍ତ୍ରଣ ରଖିବାକୁ କୁଆଡ଼େ ସରକାରୀସ୍ତରରେ ଏଭଳି ଉଦ୍ୟମ ହୋଇଛି। ରାଜ୍ୟପାଳ କେତେବେଳେ କେଉଁଠିକି ଯିବେ, ତାହା ଜିଲ୍ଲାପାଳ ଓ ଏସପିଙ୍କ ମାଧ୍ୟମରେ ତୃତୀୟ ମହଲା ପାଖରେ ଆଗୁଆ ଖବର ପହଞ୍ଚିଯିବ। ତେଣୁ ଏସଓପି ଜାରି କରାଯାଇ ରାଜ୍ୟପାଳଙ୍କ ଇଚ୍ଛାଧୀନ କ୍ଷମତାକୁ କୁଆଡ଼େ ରାଜ୍ୟ ସରକାର ସଙ୍କୁଚିତ କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା।

ଆଜିପର୍ଯ୍ୟନ୍ତ କୌଣସି ରାଜ୍ୟପାଳ ଏଭଳି ଆନୁଷ୍ଠାନିକ ଏସଓପି ଜାରି କରିନଥିଲେ। ରାଜ୍ୟପାଳ ଯାହା ଚାହିଁବେ ତାଙ୍କ ସୁବିଧା ଅନୁସାରେ କରିପାରିବେ। କିନ୍ତୁ ରାଜଭବନ ପକ୍ଷରୁ ଏସଓପି ଜାରି ହେବାଦ୍ୱାରା ରାଜ୍ୟପାଳଙ୍କୁ ଏକ ନିର୍ଦ୍ଦିଷ୍ଟ ନିୟମ ମଧ୍ୟରେ ବାନ୍ଧି ରଖିବାକୁ ଉଦ୍ୟମ ହୋଇଛି।

ଶୁଣିବା କଥା ହେଲା, ଅତ୍ୟନ୍ତ ନିରାଡ଼ମ୍ବର ଜୀବନଶୈଳୀ ଆପଣାଇ ସବୁ ବର୍ଗର ଲୋକଙ୍କ ସହ ମିଶିବା ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓଡ଼ିଶା ଆସିଥିବା ଅନ୍ୟ ରାଜ୍ୟପାଳଙ୍କ ତୁଳନାରେ ଏକ ସମ୍ପୂର୍ଣ୍ଣ ନିଆରା ଶୈଳୀରେ କାର୍ଯ୍ୟ କରୁଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଡାକି ସେମାନଙ୍କ ସହ ଅନୌପଚାରିକ ଆଲୋଚନା କରିବାକୁ ପଛାଉ ନାହାନ୍ତି। ବିଭିନ୍ନ ରାଜନୀତିକ ଦଳର ପ୍ରତିନିଧିଙ୍କୁ ଡକାଇ ଆଲୋଚନା କରିବା ପରେ ଏବେ ସବୁ ବର୍ଗର ମିଡିଆ ହାଉସ୍ ପ୍ରତିନିଧିଙ୍କୁ ଭେଟିବାକୁ କୁଆଡ଼େ ରାଜ୍ୟପାଳ ଇଚ୍ଛା ବ୍ୟକ୍ତ କରିଛନ୍ତି। ସେଇଥିପାଇଁ ରାଜଭବନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ମାଲିକ କିମ୍ବା ମୁଖ୍ୟମାନଙ୍କ ଠିକଣା ଓ ଫୋନ୍ ନମ୍ବର ଉପଲବ୍ଧ କରାଇବାକୁ କୁହାଯାଉଛି। କିନ୍ତୁ ବିଭାଗ କୁଆଡ଼େ ଏସବୁ ତଥ୍ୟ ଦେବାରେ ବିଳମ୍ବ କରିବାରେ ଲାଗିଛି।

ଚର୍ଚ୍ଚା ହେଉଛି, ସାମ୍ବିଧାନିକ ପଦବୀର ଗଣ୍ଡି ଭିତରେ ରହି ରାଜ୍ୟପାଳ ଯେଭଳି ଭାବେ ସବୁ ବର୍ଗର ଲୋକଙ୍କୁ ଭେଟୁଛନ୍ତି ଓ ଜିଲ୍ଲା ଗସ୍ତ କରୁଛନ୍ତି ତାହା ବିଜେଡିକୁ ଆଶଙ୍କାରେ ପକାଇଛି। ଜ୍ଞାନୀ ତଥା ବାଗ୍ମୀ ବ୍ୟକ୍ତି ହୋଇଥିବାରୁ ଭାଷଣ ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିବାର କ୍ଷମତା ତାଙ୍କ ପାଖରେ ରହିଛି। ରାଜ୍ୟପାଳଙ୍କ ଏଭଳି ଗତିବିଧି କାଳେ ରାଜନୀତିକ ଦୃଷ୍ଟିରୁ ଆଗାମୀ ଦିନରେ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବ, କୁଆଡ଼େ ସେଇଥିପାଇଁ ଏସଓପି ଆଳରେ ଜିଲ୍ଲାପାଳ ଓ ଏସପିଙ୍କ ମାଧ୍ୟମରେ ତୃତୀୟ ମହଲା ରାଜ୍ୟପାଳଙ୍କର ଗସ୍ତ ବାବଦରେ ଟିକିନିଖି ଖବର ରଖିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା।

ସାମ୍ବିଧାନିକ ପଦମର୍ଯ୍ୟାଦା ଓ ରାଜ୍ୟପାଳ ପଦବୀର ଗରିମା ବଜାୟ ରଖିବାରେ ପ୍ରଫେସର ଗଣେଶୀ ଲାଲ ଏ ପର୍ଯ୍ୟନ୍ତ ବେଶ ସଫଳ ହୋଇଛନ୍ତି। ତେବେ ଏସଓପି ଆଳରେ ସରକାରଙ୍କ ଏଭଳି ଚାଲକୁ ତାଙ୍କ ଭଳି ବିଚକ୍ଷଣ ବ୍ୟକ୍ତି ସହଜରେ ବୁଝିଯାଇ ଥିବେ ବୋଲି ଚର୍ଚ୍ଚା।



from Odisha Reporter https://ift.tt/2EMm27a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages