ସିବିଆଇ ମହାକଳିକୁ ଢାଲ କରି ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ସିବିଆଇ ମହାକଳିକୁ ଢାଲ କରି ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସିବିଆଇରେ ଚାଲିଥିବା ମହାକଳିକୁ ଆଳ କରି ବିଜେପିକୁ ଟାର୍ଗେଟ କରିବାର ସୁଯୋଗ ପାଇଥିବା କଂଗ୍ରେସ ଆଜି ଦିଲ୍ଲୀ ଓ ସବୁ ରାଜ୍ୟର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ସବୁ ରାଜ୍ୟର ସିବିଆଇ କାର୍ଯ୍ୟାଳୟ ଆଗରେ କଂଗ୍ରେସର ରାଜ୍ୟ ମୁଖ୍ୟମାନେ ସଦଳବଳେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ। ତେବେ କଂଗ୍ରେସ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ପଛରେ ରାଫେଲ୍‌ ଡିଲ୍‌ର ତଦନ୍ତକୁ ଯୋଡ଼ି ବିକ୍ଷୋଭ ଡାକରା ଦେଇଥିବା ବେଳେ ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ମଉକାରେ ବିଜେପିକୁ ଟାର୍ଗେଟ କରିବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି।

ତୃଣମୂଳ କଂଗ୍ରେସଠାରୁ ଆରମ୍ଭ କରି ସିପିଆଇ, ଟିଡିପି ଏବଂ ଲୋକତାନ୍ତ୍ରିକ ଦଳ ସମେତ କେତେକ ଦଳର ନେତାମାନେ ମିଳିତ ଭାବେ ସିବିଆଇ ବିବାଦକୁ ନେଇ ବିକ୍ଷୋଭ କରିବା ସହ ୨୦୧୯ ପୂର୍ବରୁ ପୁଣିଥରେ ସାମ୍ଭାବ୍ୟ ମୋଦି ବିରୋଧୀ ମେଣ୍ଟର ଶକ୍ତି ତଉଲିବାକୁ ଚେଷ୍ଟା କରିଛନ୍ତି।

ଦିଲ୍ଲୀରେ କଂଗ୍ରେସ ବିକ୍ଷୋଭର ନେତୃତ୍ୱ ନେଇଥିଲେ ଖୋଦ୍‌ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲଙ୍କ ନେତୃତ୍ୱରେ ଏକ ବିଶାଳ କଂଗ୍ରେସ ଶୋଭାଯାତ୍ରା ସିବିଆଇ ମୁଖ୍ୟାଳୟ ଘେରାଉ କରିବାକୁ ଚେଷ୍ଟା କରିଥିଲା। ଏହି ଶୋଭାଯାତ୍ରା ସିବିଆଇ ମୁଖ୍ୟାଳୟରେ ପହଞ୍ଚିବା ପରେ ରାହୁଲଙ୍କ ସମେତ ସବୁ ବରିଷ୍ଠ ନେତା ନିଜ ଆଡ଼ୁ ପୁଲିସ୍‌ ଭ୍ୟାନ୍‌ରେ ଚଢ଼ି ଗିରଫଦାରୀ ବରଣ କରିଥିଲେ।

ଏହାପରେ ସମସ୍ତଙ୍କୁ ଲୋଦୀ କଲୋନୀ ପୁଲିସ୍‌ ଷ୍ଟେସନ୍‌ ନିଆଯାଇଥିଲା। ପୁଲିସ୍‌ ଷ୍ଟେସନ୍‌ରେ ୫୦ ମିନିଟ୍‌ ବସିବା ପରେ ରାହୁଲ ଆଣ୍ଡ କୋ ବାହାରକୁ ଆସିଥିଲେ। ରାହୁଲଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍‌, ଅହମ୍ମଦ ପଟେଲ୍‌, ମୋତିଲାଲ ଭୋରା, ବୀରାପ୍ପା ମୋଇଲି ଓ ଆନନ୍ଦ ଶର୍ମା ପ୍ରମୁଖ ଥିଲେ।

ଆଜିର କଂଗ୍ରେସ ବିକ୍ଷୋଭରେ ଲୋକତାନ୍ତ୍ରିକ ଜନତା ଦଳର ନେତା ଶରଦ ଯାଦବ, ସିପିଆଇ ନେତା ଡି ରାଜା ଓ ତୃଣମୂଳ କଂଗ୍ରେସର ନିଦମୁଲ ହକ୍‌ ମଧ୍ୟ ସାମିଲ ହୋଇ ସିବିଆଇକୁ ବିଜେପି ସରକାର ପଞ୍ଜୁରୀ ଭିତରର ଶୁଆ କରି ରଖିଥିବା ଅଭିଯୋଗ କରିଥିଲେ। ହାଇଦ୍ରାବାଦ୍‌ରେ ମଧ୍ୟରେ କଂଗ୍ରେସ ବିକ୍ଷୋଭ ବେଳେ ଟିଡିପିର ଏକାଧିକ ନେତା ସାମିଲ ହୋଇଥିଲେ।

ସିପିଆଇ ମଧ୍ୟ ଏଠାରେ କଂଗ୍ରେସର ସାଥ୍‌ ଦେଇଥିଲା। ପଶ୍ଚିମବଙ୍ଗରେ ମଧ୍ୟ ସର୍ବଦା ପରସ୍ପକୁ ବିରୋଧ କରୁଥିବା କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଆଜି ଏକାଠି ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପୂର୍ବରୁ ରାଫେଲ୍‌ ଡିଲ୍‌ ତଦନ୍ତ କରିବାକୁ ଚାହୁଁଥିବାରୁ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ମୋଦି ସରକାର ରାତି ଅଧରେ ଛୁଟିରେ ପଠାଇଥିବା କଥା କହୁଥିବା ରାହୁଲ ଗାନ୍ଧି ଆଜି ପୁଣିଥରେ ଏହାକୁ ଦୋହରାଇଛନ୍ତି। ସେ କହିଛନ୍ତି, “ ମୋଦି ଦୌଡ଼ି ପାରନ୍ତି, ବାହାରକୁ ଚାଲି ଯାଇପାରନ୍ତି, ହେଲେ କେବେ ହେଲେ ସତ୍ୟକୁ ଲୁଚାଇ ପାରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭୟଭୀତ ହୋଇ ସିବିଆଇ ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କାରଣ ସିବିଆଇ ମୁଖ୍ୟ ଆଲୋକ ବର୍ମା ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌ରେ ହୋଇଥିବା ହେରଫେର୍‌ର ତଦନ୍ତ କରିବାକୁ ଯୋଜନା କରୁଥିଲେ।”

ଆଜି ସକାଳେ ରାହୁଲ ଶତାଧିକ କଂଗ୍ରେସ କର୍ମୀଙ୍କୁ ଏକାଠି କରି ଲୋଦୀ ରୋଡ୍‌ରେ ଥିବା ଦୟାଲ ସିଂହ କଲେଜ୍‌ ଠାରୁ ଏକ କିମି ଦୂର ସିଜିଓ କମ୍ପ୍ଲେକ୍ସରେ ଥିବା ସିବିଆଇ ମୁଖ୍ୟାଳୟ ଆଡ଼କୁ ଶୋଭାଯାତ୍ରାରେ ବାହାରିଥିଲେ। ଏହି ସମୟରେ ସମସ୍ତଙ୍କ ହାତରେ ମୋଦି ସରକାର ବିରୋଧୀ ପ୍ଲାକାର୍ଡ ଓ ତୁଣ୍ଡରେ ବିଜେପି ବିରୋଧୀ ସ୍ଲୋଗାନ ରହିଥିଲା।



from Odisha Reporter https://ift.tt/2z13cmo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages