ରାଜ୍ୟପାଳଙ୍କ ଜିଲ୍ଲା ଗସ୍ତକୁ ନେଇ ଚର୍ଚ୍ଚା, ବିଜେଡି ବିବ୍ରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ରାଜ୍ୟପାଳଙ୍କ ଜିଲ୍ଲା ଗସ୍ତକୁ ନେଇ ଚର୍ଚ୍ଚା, ବିଜେଡି ବିବ୍ରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ ରାଜ୍ୟ ବିଜେପିକୁ ଦଳର ଜାତୀୟ ନେତୃତ୍ୱଙ୍କ ଗ୍ରୀନ୍ ସିଗନାଲ ମିଳିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଜିଲ୍ଲା ଗସ୍ତକୁ ନେଇ ଏବେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି।

ଆରଏସଏସ୍ ଓ ବିଜେପି ସହ ଦୀର୍ଘବର୍ଷ ଧରି ସମ୍ପୃକ୍ତ ଥିବା ପ୍ରଫେସର ଗଣେଶୀଲାଲ ରାଜ୍ୟପାଳ ଦାୟିତ୍ୱ ନେବାର ମାତ୍ର ୫ମାସ ପରେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ଜିଲ୍ଲା ଗସ୍ତରେ ଯିବା ବିଜେଡିକୁ ଏବେ ଚିନ୍ତାରେ ପକାଇଛି। ରାଜ୍ୟପାଳ ଗତକାଲିଠୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ଗସ୍ତରେ ଯାଇ ବନବାସୀ କଲ୍ୟାଣ ଆଶ୍ରମର ଅନ୍ତେବାସୀ, ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ମହିଳା ଏସଏଚଜି ସଦସ୍ୟ, ଆଦିବାସୀ କଳାକାର, କଲେଜ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ସିଧାସଳଖ ଭାବ ବିନିମୟ କରୁଛନ୍ତି।

ନିର୍ବାଚନ ଆଉ ୫ମାସ ଥିବାବେଳେ ରାଜ୍ୟପାଳଙ୍କ ଏଭଳି ଭାବ ବିନିମୟ କାର୍ଯ୍ୟକ୍ରମ ବିଜେଡିକୁ ଦ୍ୱନ୍ଦ୍ୱରେ ପକାଇଛି। ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମ ସରକାରୀ ହୋଇଥିବାବେଳେ ଏହାକୁ ବିରୋଧ କରିବା ଶାସକ ବିଜେଡି ପାଇଁ ସମ୍ଭବପର ହେଉନି। ଆଉ ବିଭିନ୍ନ ବର୍ଗର ଲୋକଙ୍କ ସହ ଭାବ ବିନିମୟ କରିବା ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ସାଧାରଣ ଲୋକଙ୍କୁ ମିଳୁଛି କି ନାହିଁ ସେ ସମ୍ପର୍କରେ ରାଜ୍ୟପାଳ ଅବଗତ ହେଉଛନ୍ତି। ନବୀନ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚୁ ନଥିବା ରାଜ୍ୟପାଳଙ୍କ ଦୃଷ୍ଟିକୁ ଆସୁଥିବା ଜଣାପଡିଛି।

ସୂଚନା ଅନୁସାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିଜର ଟିମ୍ ସହ ୮ ତାରିଖ ରାତି ୯ଟା ୧୫ରେ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ସେଠାରୁ କାର ଯୋଗେ ସୁନ୍ଦରଗଡ଼ ପହଞ୍ଚିଥିଲେ। ସକାଳେ ସୁନ୍ଦରଗଡ଼ର ପ୍ରଗତି ଭବନରେ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ରାଜ୍ୟପାଳ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲ କୋଠାକୁ ଉଦଘାଟନ କରିଥିଲେ।

ତା’ପରେ ପ୍ରଫେସର ଗଣେଶୀଲାଲ ସୁନ୍ଦରଗଡ଼ ସରକାରୀ କଲେଜର ଛାତ୍ରଛାତ୍ରୀଙ୍କ ସହ ପ୍ରାୟ ୧ଘଣ୍ଟା ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ ପରେ ସୁନ୍ଦରଗଡ଼ ବ୍ଲକର କିରେଇ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ମହିଳା ଏସଏଚଜି ସଦସ୍ୟ, ଆଦିବାସୀ କଳାକାର ଓ ସାଧାରଣ ଲୋକଙ୍କ ସହ ଭାବ ବିନିମୟ କରିଥିଲେ। ତା’ପରେ ସେ ସୁନ୍ଦରଗଡ଼ ଭାଜପୁରରେ ଥିବା ବନବାସୀ କଲ୍ୟାଣ ଆଶ୍ରମର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଭେଟିବା ପରେ କୁତ୍ରା ବ୍ଲକକୁ ଯାଇ ପଞ୍ଚାୟତସ୍ତରର ନିର୍ବାଚିତ ପ୍ରତିନିଧି, ବ୍ଲକସ୍ତରର ଅଧିକାରୀ ଓ ଗାଁ ଲୋକଙ୍କୁ ଭେଟିଛନ୍ତି।

ଆଜି ରାତିରେ ରାଉରକେଲାରେ ରହିବା ପରେ ରାଜ୍ୟପାଳ ଆସନ୍ତାକାଲି ବରଗଡ଼ରେ କେନ୍ଦ୍ର ସରକାରଙ୍କ ଇଥାନଲ ବାୟୋ ରିଫାଇନାରୀର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ। ତେବେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେଉନଥିବା ଜଣାପଡ଼ିଛି । ରାଜ୍ୟପାଳ ଆସନ୍ତାକାଲି ରାଉରକେଲାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଭାବ ବିନିମୟ କରିବା ପରେ ୧୧ ତାରିଖରେ ଝାରସୁଗୁଡ଼ା ଓ ୧୨ ତାରିଖରେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ତାଙ୍କର ଅନୁରୂପ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବିଜେପି ସପକ୍ଷରେ ନିର୍ବାଚନୀ ହାୱା ପ୍ରସ୍ତୁତ କରିବା ଦିଗରେ ଆରଏସଏସ ଜୋରଦାର ପ୍ରୟାସ କରୁଥିବାବେଳେ ରାଜ୍ୟପାଳଙ୍କ ୪ ଜିଲ୍ଲାକୁ ମାରାଥନ୍ ଗସ୍ତ ଓ ଲୋକଙ୍କ ସହ ଭାବ ବିନିମୟ ଏବେ ବିଜେଡିକୁ ନିଜର ରଣନୀତି ପରିବର୍ତ୍ତନ ନିମନ୍ତେ ଏକପ୍ରକାର ବାଧ୍ୟ କରିଥିବା ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2pIZNVl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages