
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଏସ୍ପିଏଲ୍ ମୁଖ୍ୟ ନବୀନ ଜିନ୍ଦଲ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ଆଲୋଚନା କରିଛନ୍ତି। କମ୍ପାନୀର ଷ୍ଟିଲ୍ ପ୍ଲାଣ୍ଟ ପାଇଁ କୋଇଲାର ଅଭାବ ଓ ଲୁହା ପଥର ଦର ବୃଦ୍ଧି ସଂପର୍କରେ ସେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି।
କୋଇଲା ଅଭାବ ସାଙ୍ଗକୁ ତିନି ବର୍ଷରେ ଲୁହାପଥର ମୂଲ୍ୟ ଦୁଇ ଗୁଣା ବଢ଼ିଯିବାରୁ କାରଖାନା ଚଳାଇବା ଏବେ ଚ୍ୟାଲେଞ୍ଜ ହୋଇପଡ଼ିଛି। ଏଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ନବୀନ ମୁଖ୍ୟ ଶାସନ ସଚିବଙ୍କୁ ନିବେଦନ କରିଛନ୍ତି।
ସେ କହିଛନ୍ତି, “ଏସବୁ ସତ୍ତ୍ୱେ ଜିନ୍ଦଲ ପକ୍ଷରୁ ଅନୁଗୋଳ ପ୍ଲାଣ୍ଟରେ ଅଧିକରୁ ଅଧିକ ନିବେଶ କରାଯିବ। ଦେଶରେ ଇସ୍ପାତ କ୍ରାନ୍ତି ପାଇଁ କେନ୍ଦ୍ର ସରକାରଙ୍କ ଆହ୍ୱାନରେ ସାମିଲ ହୋଇ ମୁଁ ଓଡ଼ିଶାରୁ ଏହି ସଫଳତା ହାସଲ କରିବି।”
ସେ ଆହୁରି କହିଛନ୍ତି, “୨୦୩୦ ସୁଦ୍ଧା ଅନୁଗୋଳ ପ୍ଲାଣ୍ଟରୁ ୨୦ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଅଧିକ ୫୦ ହଜାର କୋଟି ଟଙ୍କା ବିନିଯୋଗ କରାଯିବ।”
from Odisha Reporter https://ift.tt/2qbK9So
No comments:
Post a Comment