ହାଫିଜ୍‌ ସୟିଦ୍‌ର ଜେୟୁଡି ଓ ଏଫ୍‌ଆଇଏଫ୍‌ ଉପରୁ କଟକଣା ଉଠାଇଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ହାଫିଜ୍‌ ସୟିଦ୍‌ର ଜେୟୁଡି ଓ ଏଫ୍‌ଆଇଏଫ୍‌ ଉପରୁ କଟକଣା ଉଠାଇଲା ପାକିସ୍ତାନ

ଇସ୍‌ଲାମାବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସୟିଦକୁ ପୁଣିଥରେ ପାକିସ୍ତାନ ସୁରକ୍ଷା ଯୋଗାଇ ଦେଇଛି। ପୂର୍ବତନ ପାକ୍‌ ରାଷ୍ଟ୍ରପତି ମମନ୍‌ନ ହୋସେନ୍‌ ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ବଳରେ ହାଫିଜର ଜେୟୁଡି ଓ ଏଫ୍‌ଆଇଏଫ୍‌ ଭଳି ଆତଙ୍କୀ ସଂଗଠନକୁ ଅସିଦ୍ଧ ଘୋଷଣା କରିଥିଲେ। କିନ୍ତୁ ଏବେ ଏହି ବ୍ୟାନ୍ ଆଦେଶକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି।

ଚଳିତ ବର୍ଷ ଫେବୃଆରୀ ମାସରେ ହାଫିଜ୍‌କୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାରୁ ତତ୍କାଳୀନ ରାଷ୍ଟ୍ରପତି ହୋସେନ୍‌ ଆଣ୍ଟି ଟେରରିଜମ୍ ଆଇନ୍‌ ୧୯୯୭କୁ ସଂଶୋଧନ କରି ସ୍ୱତନ୍ତ୍ର ଅଧ୍ୟାଦେଶ ବଳରେ ଜେୟୁଡି ଓ ଏଫ୍‌ଆଇଏଫ୍‌ ଉପରେ କଟକଣା ଲଗାଇଥିଲେ। ତେବେ ଏହାକୁ ହାଫିଜ୍‌ ସୟିଦ ଇସ୍‌ଲାମାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

ଗୁରୁବାର ମାମଲାର ଶୁଣାଣି ବେଳେ ହାଫିଜ୍‌ର ଓକିଲ କୋର୍ଟଙ୍କୁ କହିଥିଲେ ଯେ ପୂର୍ବତନ ରାଷ୍ଟ୍ରପତି ଯେଉଁ ଅଧ୍ୟାଦେଶ ଜାରି କରିଥିଲେ, ବର୍ତ୍ତମାନ ତା’ର ଅବଧି ଶେଷ ହୋଇଯାଇଛି। ଏଥିସହ ଏହି ଅଧ୍ୟାଦେଶର ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇ ନାହିଁ। ତେଣୁ ଜେୟୁଡି ଓ ଏଫ୍‌ଆଇଏଫ ଉପରେ କୌଣସି କଟକଣା ଲାଗୁ ହୋଇପାରିବ ନାହିଁ।

ହାଫିଜ୍‌ର ଓକିଲ ଆହୁରି କହିଥିଲେ ଯେ ୨୦୦୨ ମସିହାରେ ପ୍ରତିଷ୍ଠା ହୋଇଥିବା ଜେୟୁଡି ଅସିଦ୍ଧ ଘୋଷଣା ହୋଇଥିବା ଲସ୍କର-ଏ-ତାଏବା ସହ ସମ୍ପର୍କ ଚ୍ଛିନ୍ନ କରିସାରିଛି। ତେବେ ଭାରତ ଜେୟୁଡି ସମ୍ପର୍କରେ ଭୁଲ ତଥ୍ୟ ଦେଇ ବିଶ୍ୱକୁ ବିଭ୍ରାନ୍ତ କରୁଛି। ଭାରତର ଚାପ ଯୋଗୁ ହାଫିଜ୍‌କୁ ୨୦୦୯ ଓ ୨୦୧୭ରେ ଗୃହବନ୍ଦୀ କରି ରଖାଯାଇଥିଲା। ଭାରତ କଥାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଜେୟୁଡି ବିରୋଧରେ ଯାଇଥିବାରୁ ପାକିସ୍ତାନ ସରକାର ଏହି ସଂଗଠନକୁ ସନ୍ଦେହ ତାଲିକାରେ ରଖିଥିଲେ।

ତେବେ ବର୍ତ୍ତମାନର ସରକାର ରାଷ୍ଟ୍ରପତି ଜାରି କରିଥିବା ଅଧ୍ୟାଦେଶକୁ ଆଇନ୍‌ରେ ପରିଣତ କରିବାକୁ ଚାହୁଁନାହାନ୍ତି। ତେଣୁ ବ୍ୟାନ୍‌ ଆଦେଶ ଲାଗୁ ହୋଇପାରିବ ନାହିଁ ବୋଲି ହାଫିଜର ଓକିଲ କହିଥିଲେ। ଏହାପରେ କୋର୍ଟ ହାଫିଜ୍‌ ସପକ୍ଷରେ ରାୟ ଦେଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2qbLg4B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages